ଜ୍ୱରରେ ପୂର୍ଣ୍ଣବିଗ୍ରହ, ଚାଲିଛି ଉପଚାର

ଖୋର୍ଦ୍ଧା ଅଫିସ,୨୭ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଖୋର୍ଦ୍ଧା ଜାଗୁଳାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ (ଶ୍ରୀଜଗନ୍ନାଥ), ବଳଭଦ୍ର ଓ ଦେବୀ ସୁଭଦ୍ରା ୧୦୮ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଗୁରୁବାରଠାରୁ ଠାକୁରଙ୍କ ଅଣସର ନୀତି ଆରମ୍ଭ ହୋଇଛି। ଶ୍ରୀବିଗ୍ରହଙ୍କ ଶାସ୍ତ୍ରୀୟ ବିଧିରେ ଚାଲିଛି ଉପଚାର। ୧୪ଦିନ ଧରି ଚାଲିବ ଗୁପ୍ତସେବା ନୀତି। ଶନିବାର ଅଣସରର ତୃତୀୟ ଦିନରେ ଶ୍ରୀଜୀଉଙ୍କ ଓଦାବସ୍ତ୍ର ଫିଟା ନୀତି ସମ୍ପନ୍ନ ହୋଇଥିବା ମନ୍ଦିର ପୂଜକ କମଳଲୋଚନ ଦାସ ମହାରାଜ କହିଛନ୍ତି। ସ୍ନାନବେଦିରେ ଅତ୍ୟଧିକ ସ୍ନାନ ଯୋଗୁ ଠାକୁରଙ୍କ ଶ୍ରୀଅଙ୍ଗ ଓଦା ହୋଇଯାଇଛି। ଶନିବାର ଏହି ଓଦା ବସ୍ତ୍ର ଓଲାଗି କରିଛନ୍ତି ମନ୍ଦିର ପୂଜକ। ବସ୍ତ୍ର ଓଲାଗି ପରେ ଶ୍ରୀଜୀଉଙ୍କୁ ପଣାଭୋଗ ଅର୍ପଣ କରାଯାଇଛି।

ନୀତି ନିଷ୍ଠା ପୂର୍ବକ କରାଯାଇଥାଏ। ଗୁପ୍ତସେବାରେ ରହିଥିବା ପୂଜକମାନେ ବାହାରକୁ ଯାଆନ୍ତି ନାହିଁ। ଅଣସର ଗୃହକୁ ଥରେ ପ୍ରବେଶ କଲେ, ନୀତି ସମ୍ପନ୍ନ ନ ହେବା ପର୍ଯ୍ୟନ୍ତ ବାହାରକୁ ଆସନ୍ତି ନାହିଁ। ଠାକୁରଙ୍କ ଲାଗି ନୈବେଦ୍ୟ, ପୁଷ୍ପ ବାହାରକୁ ଯାଏ ନାହିଁ। ଏହି ସମୟରେ ଶ୍ରୀଜୀଉଙ୍କୁ ଧଳା ପୁଷ୍ପ ଲାଗି ହୋଇଥାଏ। ଶ୍ରୀଜୀଉଙ୍କୁ ଚକଟା ଓ ପଣାଭୋଗ ଅର୍ପଣ କରାଯାଏ। ଅଣସର ପିଣ୍ଡିରେ କେହି ପରସ୍ପର ମଧ୍ୟରେ କଥାବାର୍ତ୍ତା ହୁଅନ୍ତି ନାହିଁ। ଠାକୁରଙ୍କ ମନ୍ତ୍ରୋଚ୍ଚାର, ଧ୍ୟାନ, ଜପରେ ନିମଗ୍ନ ରୁହନ୍ତି। ଏଠାରେ ପଟିଦିଅଁ ପୂଜା ପରମ୍ପରା ନାହିଁ। ବିଧି ରକ୍ଷା ଲାଗି ଅଣସର ଆଗରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଶାଳଗ୍ରାମ ବିଜେ କରନ୍ତି। ଅଣସର ୧୪ଦିନ ନୀତି ପ୍ରକାରେ ମଦନମୋହନଙ୍କ ନିକଟରେ ସମସ୍ତ ନୀତି ସମ୍ପନ୍ନ କରାଯାଏ ବୋଲି ମନ୍ଦିର ପୂଜକ କହିଛନ୍ତି।

ଏହି ମନ୍ଦିରରେ ସ୍ବତନ୍ତ୍ର ଭାବେ କୌଣସି ସେବାୟତ କିମ୍ବା ପୂଜକ ନାହାନ୍ତି। ଏଠାରେ ରହୁଥିବା ବାବାଜିମାନେ ଶ୍ରୀଜୀଉଙ୍କ ନୀତିକାନ୍ତି କରିଥାନ୍ତି। ଠାକୁରଙ୍କ ସେବାରେ ମୁଖ୍ୟ ପୂଜକ କମଳଲୋଚନ ମହାରାଜ, କୃଷ୍ଣଚନ୍ଦ୍ର ଦାସ, ଅଯୋଧ୍ୟ ଦାସ, ଧନେଶ୍ୱର ପଣ୍ଡା ପ୍ରମୁଖ ଏହି ନୀତି ସମ୍ପନ୍ନ କରୁଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ସମସ୍ତ ଗୁପ୍ତ ନୀତି ସମ୍ପନ୍ନ କରାଯାଇଥାଏ। ୫ମୀ(୨୯ତାରିଖ)ରେ ଫୁଲରୀତେଲ ଲାଗି କରାଯିବ। ଅଣସର ୧୦ଦିନରେ ଓଷୁଓ ଲାଗି କରାଯିବ। ଦଶମୀ(ଜୁଲାଇ ୪)ରେ ଚକା ବିଜେ, ଏକାଦଶୀ( ଜୁଲାଇ୫) ଖଳିଲାଗି ଏକାଦଶୀ, ଚତୁର୍ଦ୍ଦଶୀ (ଜୁଲାଇ ୮)ରେ ବନକଲାଗି, ଅମାବାସ୍ୟା( ଜୁଲାଇ ୯)ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ରହିଛି। ଏହି ସମସ୍ତ ନୀତି ସମ୍ପନ୍ନ ହେବ। ଏଠାରେ ପୂର୍ଣ୍ଣ ବିଗ୍ରହ(ହାତ ଗୋଡ଼ ଥିବା ଠାକୁର) ପୂଜା ପାଉଛନ୍ତି। ଭାରତବର୍ଷରେ ଅନ୍ୟ କୌଣସି ସ୍ଥାନରେ ଏଭଳି ଠାକୁର ନାହାନ୍ତି। ଠାକୁରଙ୍କ ମହିମା ଅପାର ବୋଲି କମଳ ମହାରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?