Posted inଜାତୀୟ

କାଠଗଡ଼ାରେ ‘ଦେଶଦ୍ରୋହ’

ନୂଆଦିଲ୍ଲୀ,୧୬ା୭:ଦେଶଦ୍ରୋହ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ଦେଶର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଟୁଇଟ୍‌କୁ ନେଇ ଭାଜପା ସାଧାରଣ ସମ୍ପାଦକ ସି.ଟି. ରବି କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତୁମେ କ୍ଷମତାରେ ଥିଲ। ଏହି ୧୦ ବର୍ଷ ମଧ୍ୟରେ ତୁମେ କ’ଣ କରିଛ? ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବାରେ ତୁମ ସରକାରଙ୍କୁ କିଏ ଅଟକାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହ ଲେଖିଛନ୍ତି, ଓଃ ହଁ, ତୁମେମାନେ ଧର୍ମନିରପେକ୍ଷତା ନାମରେ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲ।
ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ଓ ସ୍ବରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ନେତା ଟୁଇଟ୍‌ କରି ଦେଶରେ ସେଡିଶନ ଲ’ର ଦୁରୁପଯୋଗ ହେଉଥିବା କହିଛନ୍ତି। ହରିୟାଣାରେ କୃଷି ଆଇନ ବିରୋଧରେ ବିକ୍ଷୋଭରତ ଚାଷୀ ଉପବାଚସ୍ପତିଙ୍କ କାର୍‌ କାଚକୁ ଭାଙ୍ଗିଥିବା ଅଭିଯୋଗ ହୋଇଥିବାବେଳେ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା କାହିଁକି ରୁଜୁ କରାଯାଇଛି ବୋଲି ଯୋଗେନ୍ଦ୍ର ପ୍ରଶ୍ନ କରିଛନ୍ତି। ମହୁଆ କହିଛନ୍ତି, ଏହି ପୁରୁଣାକାଳିଆ ଆଇନକୁ ଫିଙ୍ଗିଦିଆଯିବ। ଭାଜପା ନେତାଙ୍କ କାର୍‌କୁ ଆକ୍ରମଣ କରୁଥିବା ଚାଷୀଙ୍କ ବିରୋଧରେ ଏହାର ଅପବ୍ୟବହାର କରାଯାଉଛି ବୋଲି ସେ ଟୁଇଟ୍‌ କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ମଧ୍ୟ ଦେଶଦ୍ରୋହ ଆଇନକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି କହିଛନ୍ତି।

ମାମଲା କ’ଣ

ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ମେଜର ଜେନେରାଲ ଭୋମ୍ବାତ୍‌କେରେ ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଇପିସି ଦଫା ୧୨୪-ଏ ଅଭିବ୍ୟକ୍ତି ସ୍ବାଧୀନତାକୁ ପ୍ରଭାବିତ କରୁଛି। ମତବ୍ୟକ୍ତ କରିବା ସମ୍ବିଧାନ ପ୍ରଦତ୍ତ ଏକ ମୌଳିକ ଅଧିକାର ହୋଇଥିବାବେଳେ ଏହି ନିୟମ ଏହା ଉପରେ ଅନାବଶ୍ୟକ ହସ୍ତକ୍ଷେପ କରୁଛି। ୧୨୪-ଏ ସମ୍ପୂର୍ଣ୍ଣ ରୂପେ ଅସାମ୍ବିଧାନିକ ହୋଇଥିବାରୁ ଏହାକୁ ଉଚ୍ଛେଦ କରାଯାଉ ବୋଲି ଭୋମ୍ବାତ୍‌କେରେ ନିଜ ପିଟିଶନରେ ପ୍ରାର୍ଥନା କରିଛନ୍ତି। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ବିଶ୍ୱସନୀୟତାର ଅବତାରଣା କରି କହିଛନ୍ତି, ଦେଶକୁ ସେ ସାରା ଜୀବନ ଦେଇଛନ୍ତି। ତାଙ୍କ ପିଟିଶନ ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରାଯାଇ ନ ପାରେ। ଏହା ପୂର୍ବରୁ ମଧ୍ୟ ଦେଶଦ୍ରୋହ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଖବରଦାତା କିଶୋରଚନ୍ଦ୍ର ଓ୍ବାଙ୍ଗ୍‌ଖେମ୍‌ଚା (ମଣିପୁର) ଏବଂ କହ୍ନେୟାଲାଲ ଶୁକ୍ଲା (ଛତିଶଗଡ଼) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ପିଟିଶନର ଶୁଣାଣି ଏକ ଭିନ୍ନ ଖଣ୍ଡପୀଠରେ ଚାଲିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ମଧ୍ୟ ସୁପ୍ରିମକୋର୍ଟରେ ଆଇପିସି ଧାରା ୧୨୪-ଏ (ଦେଶଦ୍ରୋହ)କୁ ଚ୍ୟାଲେଞ୍ଜ କରି ଏକ ପିଟିଶନ ଦାଏର କରିଛନ୍ତି।

ବିବାଦ ଓ ବିତର୍କ

ସମାଜରେ ଶାନ୍ତି ଓ ଆଇନର ବ୍ୟବସ୍ଥା ବଜାୟ ରଖିବା ପାଇଁ ଦେଶଦ୍ରୋହ ଆଇନ ସରକାରଙ୍କୁ ବଳ ଦେଇଥାଏ। କିନ୍ତୁ ଭାରତରେ ଏହି ଆଇନର ବହୁଳ ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ, ଜଳବାୟୁ ପରିବର୍ତ୍ତନ କର୍ମୀ ଦିଶା ରବି ଏବଂ ଅଧ୍ୟାପକ ଡ. କଫିଲ ଖାନ୍‌ଙ୍କଠାରୁ ନେଇ ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟ ସରଫୁରା ଜରଗରଙ୍କ ପର୍ଯ୍ୟନ୍ତ ଅନେକ ବୁଦ୍ଧିଜୀବୀଙ୍କ ବିରୋଧରେ ଦେଶଦ୍ରୋହ ଆଇନ ବଳରେ ମାମଲା ରୁଜୁ ହୋଇସାରିଛି। ନିକଟରେ ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଅଧିକାରୀମାନଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ଅଧିକାର ନାଗରିକଙ୍କର ରହିଛି ବୋଲି ଅଦାଲତ କହିଥିଲେ। ୨୦୧୦ରେ ଦେଶରେ ମାତ୍ର ୧୦ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୬୭ ଜଣ ଖବରଦାତାଙ୍କ ବିରୋଧରେ ଏହି ଆଇନ ବଳରେ ମାମଲା ହୋଇଥିଲା। ଖବରଦାତାଙ୍କ ବିରୋଧରେ ଏପରି ମାମଲା ଦେଶଦ୍ରୋହ ନାମରେ ସେନ୍‌ସରଶିପ୍‌ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା, ୨୦୨୦ରେ ୭୦ରୁ ଊର୍ଦ୍ଧ୍ୱ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୨୦୧୯ରେ ୯୩ ମାମଲା ରୁଜୁ ହୋଇଥିବାବେଳେ ୯୬ ଜଣଙ୍କୁ ଗିରଫ କରାଯାଇଥିଲା।

କେନ୍ଦ୍ରର ଯୁକ୍ତି
କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଆଇନ ଅଧିକାରୀ ଆଟର୍ନି ଜେନେରାଲ କେ.କେ. ବେଣୁଗୋପଳ କହିଛନ୍ତି, ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ନ କରି ଏହାର ଉପଯୋଗ ଉପରେ ଗାଇଡ୍‌ଲାଇନ୍‌ ଜାରି କରାଯାଇପାରିବ। ୨୦୧୯ ଜୁଲାଇରେ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ କହିଥିଲେ, ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯିବ ନାହିଁ। ଦେଶ ବିରୋଧୀ, ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀ ତତ୍ତ୍ୱଙ୍କ ପ୍ରଭାବଶାଳୀ ଢଙ୍କରେ ମୁକାବିଲା ପାଇଁ ଏହି ଆଇନ ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?