Posted inଜାତୀୟ

କାଠଗଡ଼ାରେ ‘ଦେଶଦ୍ରୋହ’

ନୂଆଦିଲ୍ଲୀ,୧୬ା୭:ଦେଶଦ୍ରୋହ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ଦେଶର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଟୁଇଟ୍‌କୁ ନେଇ ଭାଜପା ସାଧାରଣ ସମ୍ପାଦକ ସି.ଟି. ରବି କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତୁମେ କ୍ଷମତାରେ ଥିଲ। ଏହି ୧୦ ବର୍ଷ ମଧ୍ୟରେ ତୁମେ କ’ଣ କରିଛ? ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବାରେ ତୁମ ସରକାରଙ୍କୁ କିଏ ଅଟକାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହ ଲେଖିଛନ୍ତି, ଓଃ ହଁ, ତୁମେମାନେ ଧର୍ମନିରପେକ୍ଷତା ନାମରେ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲ।
ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ଓ ସ୍ବରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ନେତା ଟୁଇଟ୍‌ କରି ଦେଶରେ ସେଡିଶନ ଲ’ର ଦୁରୁପଯୋଗ ହେଉଥିବା କହିଛନ୍ତି। ହରିୟାଣାରେ କୃଷି ଆଇନ ବିରୋଧରେ ବିକ୍ଷୋଭରତ ଚାଷୀ ଉପବାଚସ୍ପତିଙ୍କ କାର୍‌ କାଚକୁ ଭାଙ୍ଗିଥିବା ଅଭିଯୋଗ ହୋଇଥିବାବେଳେ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା କାହିଁକି ରୁଜୁ କରାଯାଇଛି ବୋଲି ଯୋଗେନ୍ଦ୍ର ପ୍ରଶ୍ନ କରିଛନ୍ତି। ମହୁଆ କହିଛନ୍ତି, ଏହି ପୁରୁଣାକାଳିଆ ଆଇନକୁ ଫିଙ୍ଗିଦିଆଯିବ। ଭାଜପା ନେତାଙ୍କ କାର୍‌କୁ ଆକ୍ରମଣ କରୁଥିବା ଚାଷୀଙ୍କ ବିରୋଧରେ ଏହାର ଅପବ୍ୟବହାର କରାଯାଉଛି ବୋଲି ସେ ଟୁଇଟ୍‌ କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ମଧ୍ୟ ଦେଶଦ୍ରୋହ ଆଇନକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି କହିଛନ୍ତି।

ମାମଲା କ’ଣ

ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ମେଜର ଜେନେରାଲ ଭୋମ୍ବାତ୍‌କେରେ ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଇପିସି ଦଫା ୧୨୪-ଏ ଅଭିବ୍ୟକ୍ତି ସ୍ବାଧୀନତାକୁ ପ୍ରଭାବିତ କରୁଛି। ମତବ୍ୟକ୍ତ କରିବା ସମ୍ବିଧାନ ପ୍ରଦତ୍ତ ଏକ ମୌଳିକ ଅଧିକାର ହୋଇଥିବାବେଳେ ଏହି ନିୟମ ଏହା ଉପରେ ଅନାବଶ୍ୟକ ହସ୍ତକ୍ଷେପ କରୁଛି। ୧୨୪-ଏ ସମ୍ପୂର୍ଣ୍ଣ ରୂପେ ଅସାମ୍ବିଧାନିକ ହୋଇଥିବାରୁ ଏହାକୁ ଉଚ୍ଛେଦ କରାଯାଉ ବୋଲି ଭୋମ୍ବାତ୍‌କେରେ ନିଜ ପିଟିଶନରେ ପ୍ରାର୍ଥନା କରିଛନ୍ତି। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ବିଶ୍ୱସନୀୟତାର ଅବତାରଣା କରି କହିଛନ୍ତି, ଦେଶକୁ ସେ ସାରା ଜୀବନ ଦେଇଛନ୍ତି। ତାଙ୍କ ପିଟିଶନ ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରାଯାଇ ନ ପାରେ। ଏହା ପୂର୍ବରୁ ମଧ୍ୟ ଦେଶଦ୍ରୋହ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଖବରଦାତା କିଶୋରଚନ୍ଦ୍ର ଓ୍ବାଙ୍ଗ୍‌ଖେମ୍‌ଚା (ମଣିପୁର) ଏବଂ କହ୍ନେୟାଲାଲ ଶୁକ୍ଲା (ଛତିଶଗଡ଼) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ପିଟିଶନର ଶୁଣାଣି ଏକ ଭିନ୍ନ ଖଣ୍ଡପୀଠରେ ଚାଲିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ମଧ୍ୟ ସୁପ୍ରିମକୋର୍ଟରେ ଆଇପିସି ଧାରା ୧୨୪-ଏ (ଦେଶଦ୍ରୋହ)କୁ ଚ୍ୟାଲେଞ୍ଜ କରି ଏକ ପିଟିଶନ ଦାଏର କରିଛନ୍ତି।

ବିବାଦ ଓ ବିତର୍କ

ସମାଜରେ ଶାନ୍ତି ଓ ଆଇନର ବ୍ୟବସ୍ଥା ବଜାୟ ରଖିବା ପାଇଁ ଦେଶଦ୍ରୋହ ଆଇନ ସରକାରଙ୍କୁ ବଳ ଦେଇଥାଏ। କିନ୍ତୁ ଭାରତରେ ଏହି ଆଇନର ବହୁଳ ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ, ଜଳବାୟୁ ପରିବର୍ତ୍ତନ କର୍ମୀ ଦିଶା ରବି ଏବଂ ଅଧ୍ୟାପକ ଡ. କଫିଲ ଖାନ୍‌ଙ୍କଠାରୁ ନେଇ ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟ ସରଫୁରା ଜରଗରଙ୍କ ପର୍ଯ୍ୟନ୍ତ ଅନେକ ବୁଦ୍ଧିଜୀବୀଙ୍କ ବିରୋଧରେ ଦେଶଦ୍ରୋହ ଆଇନ ବଳରେ ମାମଲା ରୁଜୁ ହୋଇସାରିଛି। ନିକଟରେ ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଅଧିକାରୀମାନଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ଅଧିକାର ନାଗରିକଙ୍କର ରହିଛି ବୋଲି ଅଦାଲତ କହିଥିଲେ। ୨୦୧୦ରେ ଦେଶରେ ମାତ୍ର ୧୦ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୬୭ ଜଣ ଖବରଦାତାଙ୍କ ବିରୋଧରେ ଏହି ଆଇନ ବଳରେ ମାମଲା ହୋଇଥିଲା। ଖବରଦାତାଙ୍କ ବିରୋଧରେ ଏପରି ମାମଲା ଦେଶଦ୍ରୋହ ନାମରେ ସେନ୍‌ସରଶିପ୍‌ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା, ୨୦୨୦ରେ ୭୦ରୁ ଊର୍ଦ୍ଧ୍ୱ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୨୦୧୯ରେ ୯୩ ମାମଲା ରୁଜୁ ହୋଇଥିବାବେଳେ ୯୬ ଜଣଙ୍କୁ ଗିରଫ କରାଯାଇଥିଲା।

କେନ୍ଦ୍ରର ଯୁକ୍ତି
କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଆଇନ ଅଧିକାରୀ ଆଟର୍ନି ଜେନେରାଲ କେ.କେ. ବେଣୁଗୋପଳ କହିଛନ୍ତି, ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ନ କରି ଏହାର ଉପଯୋଗ ଉପରେ ଗାଇଡ୍‌ଲାଇନ୍‌ ଜାରି କରାଯାଇପାରିବ। ୨୦୧୯ ଜୁଲାଇରେ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ କହିଥିଲେ, ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯିବ ନାହିଁ। ଦେଶ ବିରୋଧୀ, ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀ ତତ୍ତ୍ୱଙ୍କ ପ୍ରଭାବଶାଳୀ ଢଙ୍କରେ ମୁକାବିଲା ପାଇଁ ଏହି ଆଇନ ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri