Posted inଜାତୀୟ

ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ

ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଆଇନରେ ଗିରଫ କରାଯାଉଥିଲା। ଏହି ଆଇନକୁ କାହିଁକି ହଟାଯାଉ ନାହିଁ। ଗୁରୁବାର କେନ୍ଦ୍ରକୁ ଏଭଳି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅପରପକ୍ଷେ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନର ୧୦୦ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ହରିୟାଣା ପୋଲିସ।

ହରିୟାଣାର ଭାଜପା-ଜନନାୟକ ଜନତା ପାର୍ଟି ସରକାରଙ୍କ ବିରୋଧରେ ଚାଷୀମାନେ ବିକ୍ଷୋଭ କରି କୃଷି ଆଇନକୁ ବିରୋଧ କରୁଥିଲେ। ସେହିବାଟ ଦେଇ ହରିୟାଣା ବିଧାନସଭାର ଉପବାଚସ୍ପତି ରଣବୀର ଗାଙ୍ଗୁଲି କାର୍‌ରେ ଯାଉଥିଲେ। ଆନ୍ଦୋଳନକାରୀ ତାଙ୍କ କାର୍‌କୁ ଟାର୍ଗେଟ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ସିର୍ସାରେ ଏହି ଘଟଣା ଘଟିଥିଲା। ଏଫ୍‌ଆଇଆର୍‌ ମଧ୍ୟ ହୋଇଥିଲା। ପୋଲିସ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି।

ଚାଷୀ ହରଚରଣ ସିଂ ଓ ପ୍ରହ୍ଲାଦ ସିଂଙ୍କ ବିରୋଧରେ ଦେଶଦ୍ରୋହ ସହ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ଆନ୍ଦୋଳନକାରୀ ସଙ୍ଗଠନ ସମ୍ୟୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ବିଜୟ ପରେ ଉତ୍ସବ ମନାଇବାରୁ

ନୂଆଦିଲ୍ଲୀ, ୨୮।୧୦ :ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଉତ୍ସବ ମନାଇଥିବା କଶ୍ମୀର ୩ ଛାତ୍ରଙ୍କୁ ଉତ୍ତର ପ୍ରଦେଶର...

ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଚଣ୍ଡିଗଡ,୧୦।୪: ପଞ୍ଜାବ ପୋଲିସକୁ ଏକ ବଡ ସଫଳତା ମିଳିଛି। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂଙ୍କୁ ସୋମବାର ଗିରଫ କରାଯାଇଛି। ଅନ୍ୟପଟେ,...

ମହାରାଷ୍ଟ୍ରରେ କରୋନା ମହାମାରୀ ସମୟରେ ପାରୋଲରେ ଯାଇଥିବା ୪୫୧ କଏଦୀଙ୍କର ମିଳୁନାହିଁ ପତ୍ତା

ମୁମ୍ବାଇ,୨୪ ।୧: କରୋନା ସମୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରେ ସଜା ଭୋଗୁଥିବା କଏଦୀଙ୍କୁ କରୋନା ମହାମାରୀ ସମୟରେ ପରୋଲରେ ଛାଡି ଦିଆଯାଇଥିଲା । ହେଲେ ଏବେ...

ଏମ୍‌ପି ଭାଜପା ନେତୃତ୍ୱକୁ ଉମା ଭାରତୀଙ୍କ ବିରୋଧ

ଭୋପାଳ,୨।୧ : ମଧ୍ୟପ୍ରଦେଶରେ ଭାଜପା ନେତୃତ୍ୱକୁ ଦଳର ବରିଷ୍ଠ ନେତ୍ରୀ ଉମା ଭାରତୀ କିଛିଦିନ ହେଲା ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଇଛି। ଏପରିକି ଆଗାମୀ ନିର୍ବାଚନରେ...

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଭାସିଗଲା ଦାମୀ ଗାଡ଼ି

ଧର୍ମଶାଳା,୧୨ ।୭: ହିମାଚଳ ପ୍ରଦେଶର ଧର୍ମଶାଳାରେ ମୌସୁମୀର କରାଳ ରୂପ ଦେଖିବାକୁ ମିଳିଛି । ପର୍ଯ୍ୟଟନ ସ୍ଥଳ ଭାଗସୁରେ ସୋମବାର ସକାଳେ ବାଦଲ ଫଟା ବର୍ଷା...

ଗୁରେଜ ସେକ୍ଟରରେ ୬ ବର୍ଷ ପରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ଆତଙ୍କବାଦୀ ମୃତ

ଦ୍ରାସ,୭।୧୦: ଜମ୍ମୁ-କଶ୍ମୀରରେ ଏବେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ସବୁ ପ୍ରୟାସ ଆରମ୍ଭ କରି ସାରିଛି ବୋଲି କୁହାଯାଉଛି। ହେଲ...

୧୧୨ ଡାଏଲ କଲେ ପୋଲିସ ପହଞ୍ଚାଉଛି ଖାଦ୍ୟ

ନୋଏଡ଼ା,୨୭।୩- ଯଦି କାହା ଘରେ ଖାଦ୍ୟପେୟର କୌଣସି ଅସୁବିଧା ଅଛି ତେବେ ୧୧୨ ଡାଏଲ କଲେ କିଛି ସମୟ ପରେ ଖାଦ୍ୟ ପହଞ୍ଚାଇବ ପୋଲିସ। ଲକ୍‌ଡାଉନ...

୨୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୦୩୮...

Advertisement
Archives

Model This Week