Posted inଫୁରସତ

ପତ୍ନୀ ତକିଆ ସହ ଭ୍ରମଣ

ଭ୍ରମଣ କରିବାର ସଉକ ଅନେକଙ୍କର ଥାଏ। ଆଉ ଯଦି କେହି ସାଥିରେ ବୁଲିବାକୁ ଯାଆନ୍ତି ତେବେ ଭ୍ରମଣର ମଜା ବଢ଼ିଯାଏ। ହେଲେ ସେହି ସାଥୀ ଜଣକ ଯଦି କୌଣସି କାରଣବଶତଃ ନ ଯାଇ ପାରନ୍ତି, ମନ ଭାରି ଦୁଃଖ ହୋଇଯାଏ। ଫିଲିପାଇନ୍ସର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ବି ସେମିତି ଘଟିଥିଲା। ରେମଣ୍ଡ ଫାର୍ଟୁନାଡୋ ନାମକ ଏହି ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହ ଫିଲିପାଇନ୍ସର କୋରୋନ ସହରକୁ ବୁଲିବାକୁ ଯିବାର ଥିଲା। ହେଲେ ଠିକ୍‌ ଯିବା ସମୟରେ ପତ୍ନୀଙ୍କର କିଛି କାମ ଆସିଯିବାରୁ ସେ ଯାଇପାରିଲେ ନାହିଁ। ଏମିତିରେ ରେମଣ୍ଡଙ୍କ ମନ ଦୁଃଖ ତ ହୋଇଥିଲା, ହେଲେ ସେ ଏଭଳି ଏକ ପନ୍ଥା ଆପଣେଇଲେ ଯେ, ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରେମଣ୍ଡଙ୍କ ପତ୍ନୀ ଜଣେ ଫ୍ରିଲେନ୍ସ ମଡେଲ, ଆଉ ଭ୍ରମଣକୁ ଯିବା ସମୟରେ ତାଙ୍କୁ ଏକ ପ୍ରୋଜେକ୍ଟ ମିଳିଲା। ତାକୁ କରିବା ଲାଗି ସେ ରେମଣ୍ଡଙ୍କ ସହ ଯାଇପାରିଲେ ନାହିଁ। ରେମଣ୍ଡଙ୍କୁ ଏକୁଟିଆ ହିଁ ଯିବାକୁ ହେଲା। କିନ୍ତୁ ସ୍ତ୍ରୀଙ୍କ ଉପସ୍ଥିତିକୁ ଅନୁଭବ କରିବା ଲାଗି ସେ ପତ୍ନୀଙ୍କ ମୁହଁ ଥିବା ଏକ ତକିଆକୁ ସାଙ୍ଗରେ ନେଇକି ଗଲେ। ପହଞ୍ଚତ୍ବା ପରେ ସେ ସେହି ସହରର ଯେଉଁଠି ବି ବୁଲିଲେ ସାଥୀରେ ତକିଆକୁ ରଖିଥିଲେ। ଆଉ ତକିଆ ସହ ଅନେକ ଫଟୋ ବି ଉଠାଇଛନ୍ତି। କେବେ ଡଙ୍ଗା ଉପରେ ତ କେବେ ବିଚ୍‌ରେ ସେହି ତକିଆ ସହ ଫଟୋ ଉଠାଇଛନ୍ତି। ଏମିତି କି ଡାଇଭିଂ କଲାବେଳେ ତକିଆକୁ ଅକ୍ସିଜେନ୍‌ ମାସ୍କ ପିନ୍ଧାଇ ଡାଇଭିଂ କରୁଥିବା ଫଟୋ ବି ସେ ଶେୟାର କରିଛନ୍ତି। ରେମଣ୍ଡ କହନ୍ତି, ‘ମୋ ସ୍ତ୍ରୀ ବୁଲିବାକୁ ନ ଯାଇପାରିବାରୁ ମୋ ମନ ସହ ତାଙ୍କ ମନ ବି ଦୁଃଖ ହୋଇଥିଲା। ହେଲେ ମୋର ଏଇସବୁ ଫଟୋ ଦେଖିବାପରେ ସେ ବହୁତ ଖୁସି ହୋଇଯାଇଥିଲେ।’


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri