ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ

ପଟ୍ଟାମୁଣ୍ଡାଇ,୧୪ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଟ୍ରେକରରେ ଯାତ୍ରୀ ପରିବହନ ହେଉଛି। ରାସ୍ତାରେ ଗଡୁଥିବା ଟ୍ରେକରଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହେଉଛି। ଟ୍ରେକରରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଗାଡ଼ିଗୁଡିକ ବେଆଇନ ଭାବେ ଯାତାୟତ କରୁଥିବାରୁ ସରକାରୀ ତହବିଲକୁ କର ଆକାରରେ ଟଙ୍କାଟିଏ ମଧ୍ୟ ଆସିପାରୁନାହିଁ। ଏ ସବୁ ଘଟଣା ସ୍ପଷ୍ଟ ଦିବାଲୋକରେ ଚାଲୁଥିଲେ ସୁଦ୍ଧା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ରାଜ୍ୟ ସଡ଼କ ପରିବହନ ବିଭାଗର ଅଧିକାରୀମାନେ ସବୁଜାଣି ଚୁପ୍‌ ରହୁଥିବା ଦେଖାଯାଉଛି। ଅଧିକାରୀମାନଙ୍କ ନୀରବତା ଯୋଗୁ ଟ୍ରେକର ମାଲିକ ଓ ଚାଳକମାନେ ବେଧଡ଼କ ଭାବେ ଟ୍ରେକରରେ ବିପଦପୂର୍ଣ୍ଣ ଭାବେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଲକ୍ଷ୍ୟ କରାଯାଉଛି।
ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ପୁରୁଣା ବାଇପାସ ଛକରେ ଏକ ଷ୍ଟାଣ୍ଡ ରହିଛି। ବିଗତ ବର୍ଷଗୁଡ଼ିକରେ ଅଣ୍ଢରା, କାଇପଡ଼ା, ଆଳି, ରାଜନଗର ଆଦି ସ୍ଥାନକୁ ଯାତାୟତ କରିବାକୁ ଯାତ୍ରୀମାନେ ଛୋଟଛୋଟ ଗାଡ଼ିଗୁଡ଼ିକ ଉପରେ ନିର୍ଭର କରୁଥିଲେ। ବିଶେଷକରି ଟ୍ରେକର ଗୁଡ଼ିକ ଯାତ୍ରୀ ପରିବହନ କରିବାରେ ବ୍ୟବହାର ହେଉଥିଲା। ସମୟ ବଦଳିବା ସହ ଏହି ଗାଡ଼ିଗୁଡ଼ିକର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେକରଗୁଡ଼ିକର ନିର୍ମାଣକାରୀ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଏହାର ଯନ୍ତ୍ରାଂଶ ବଜାରରେ ଉପଲବ୍ଧ ହେଉନାହିଁ। ଫଳରେ ମାଲିକମାନେ କବାଡ଼ିଆ ଦୋକାନରୁ ପୁରୁଣା ଓ ଅନ୍ୟ କମ୍ପାନୀର ଯନ୍ତ୍ରାଂଶ ଲଗାଇ ଗାଡ଼ି ମରାମତି କରି କାମ ଚଳାଉଛନ୍ତି। ଏସବୁ ମରାମତି କାର୍ଯ୍ୟକୁ ମୋଟର ଭେଇକିଲ ଇନପେକ୍ଟରଙ୍କ ଅନୁମତି ମିଳୁନାହିଁ। ଫଳରେ ପରିବହନ ବିଭାଗ ପକ୍ଷର ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଅନୁମତି ମଧ୍ୟ ଦିଆଯାଉନାହିଁ। ଏହାଛଡ଼ା ଗାଡିର ଦୁଇପାର୍ଶ୍ୱ ଖୋଲା ରହୁଛି। ଯାହାକି ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗାଡ଼ିଗୁଡିକୁ ରାସ୍ତାରେ ଚାଲିବା ଅନୁମତି ମିଳୁ ନ ଥିବାରୁ ମାଲିକମାନେ ଦୀର୍ଘଦିନ ହେବ ରାସ୍ତାକର, ଇସ୍ନୁରାନ୍ସ, ଜିଏସ୍‌ଟି ଆଦି ସରକାରଙ୍କୁ ପ୍ରଦାନ କରୁନାହାନ୍ତି। ୨୦୧୫-୧୬ରେ ସରକାର ଟ୍ରେକରଗୁଡ଼ିକୁ ଅନୁମତି ନ ଦେବା ପାଇଁ ପରିବହନ ବିଭାଗକୁ ଜଣାଇ ଥିଲେ। ବାରଣ ସତ୍ତ୍ୱେ ବି ଟ୍ରେକରଗୁଡିକ ରାସ୍ତାରେ ଗଡୁଛି। ଅଧିକାଂଶ ଟ୍ରେକର ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡ଼ା, ରାଜନଗର, ଆଳି ଆଦି ଅଞ୍ଚଳକୁ ଗମନାଗମନ କରୁଛି। ଯାତ୍ରୀମାନେ ଟ୍ରେକର ପଛରେ ଓହଳି ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପରିବହନ ଅଧିକାରୀଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ, ସେ ଘଟଣାସ୍ଥଳ ପରିଦର୍ଶନ ଯିବେ। ବାସ୍ତବ ସ୍ଥିତି ପରଖିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri