ମାଷ୍ଟର ପ୍ଲାନ୍‌ ଅପେକ୍ଷାରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା ଅଫିସ, ୧୪ା୩:ମାତ୍ର ୧୪ଟି ଗଁାକୁ ନେଇ ୧୫୪ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ପୌରାଞ୍ଚଳ ଗଠନ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳ ଇତିମଧ୍ୟରେ ବିକଶିତ ହୋଇଛି। ତେବେ କୌଣସି ମାଷ୍ଟର ପ୍ଲାନ୍‌ ନ ଥିବାରୁ ପ୍ରକଳ୍ପଗୁଡ଼ିକର ଉପଯୋଗିତା ରହୁନାହିଁ। ମନମୁଖି ପ୍ରକଳ୍ପ ନିର୍ମାଣ ଓ ଜବରଦଖଲ ସହରକୁ ସଙ୍କୁଚିତ କରୁଥିବାବେଳେ ଜଳ ନିଷ୍କାସନ ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିପରି ଐତିହ୍ୟ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମ ସ୍ଥାପନ କରାଯିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ସହରର ଚିତ୍ତରଞ୍ଜନ ସାହୁ, ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ଅସିତ କୁମାର ମହାପାତ୍ର, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି, ଏହି ଜିଲାରେ ବିଶ୍ୱବାସୀଙ୍କ ଆକର୍ଷଣୀୟ ଜାତୀୟ ଉଦ୍ୟାନ ଭିତରକନିକା ରହିଛି। ସେହିପରି ରାଜ୍ୟର ଏକମାତ୍ର ଜିଓ ଟିଉବ୍‌ୱାଲ, ହୁକିଟୋଲାଠାରୁ ଆରମ୍ଭକରି ସହର ମଧ୍ୟରେ ଶ୍ରୀବଳଦେବ ଜୀଉଙ୍କ ମନ୍ଦିର ଅଛି। ପ୍ରଚାର ପ୍ରସାର ପରେ ଆଗାମୀ ଦିନରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବ। କେନ୍ଦ୍ରାପଡ଼ା ସହର ଏହାର ମଧ୍ୟସ୍ଥଳରେ ଥିବା ବେଳେ ସହରବାସୀଙ୍କ ସଂଖ୍ୟା ଇତିମଧ୍ୟରେ ପ୍ରାୟ ୮୦ ହଜାର ହୋଇଛି। ଆଗାମୀ ଦିନରେ ସହରର ପରିସୀମା ବୃଦ୍ଧିର ପ୍ରସ୍ତାବ ରହିଛି। କୌଣସି ଅଞ୍ଚଳର ବିକାଶ ପାଇଁ ଚିନ୍ତା କଲେ ଆଗାମୀ ୫୦ ବର୍ଷର ସମ୍ଭାବନା ଏଥିରେ ସାମିଲ ଥାଏ। ଏହାକୁ ଦୃଷ୍ଟିରେ ରଖି ରାସ୍ତାଠାରୁ ଜଳ ନିଷ୍କାସନ, ରାତ୍ରକାଳୀନ ରହଣିଠାରୁ ଭେଣ୍ଡିଂ ଜୋନ୍‌ର ଅବସ୍ଥିତି ପ୍ରତି ସଚେତନ ହେବାକୁ ପଡ଼ିବ। ତେବେ ଗତ ୨୩ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କାର୍ଯ୍ୟାଳୟ ଏକ ସାଇନ୍‌ବୋର୍ଡ ମଧ୍ୟରେ ରହିଛି। ପ୍ରକଳ୍ପର ଅନୁମୋଦନ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଜିଲାର ବ୍ୟସ୍ତବହୁଳ ତିନିମୁହାଣୀ ଛକ ଏବେ ଟ୍ରାଫିକ୍‌ ସମସ୍ୟାରେ ଅଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ସହ ସହର ମଧ୍ୟକୁ ଏହା ସଂଯୋଗସ୍ଥଳ। ସେହି ଛକକୁ ଅଧିକ ପ୍ରଶସ୍ତ ଓ ଯାତାୟାତ ପାଇଁ ଏହାର ସମ୍ପ୍ରସାରଣ ଜରୁରୀ ହୋଇଛି। ଏଥିପାଇଁ ନିକଟରେ ଥିବା ଚଟିପୋଲଠାରୁ ନୂତନ ରାସ୍ତା ନିର୍ମାଣାଧୀନ ଅଛି। ମାତ୍ର ତିନିମୁହାଣୀ ଛକରେ ଏକାଧିକ ପ୍ରକଳ୍ପ ଟ୍ରାଫିକ୍‌ ସମସ୍ୟାକୁ ଉତ୍କଟ କରିଛି। ଏଠାରେ କିଛିଦିନ ହେବ ଗାନ୍ଧୀସ୍ମୃତି ନାମରେ ଏକ ପିଣ୍ଡି ନିର୍ମାଣ ହୋଇଛି। ସେହିପରି ଶୌଚାଳୟ ଓ ଆଇ ଲଭ୍‌ କେନ୍ଦ୍ରାପଡ଼ା ପ୍ରତୀକ ରହିଥିବାରୁ ରାସ୍ତା ଉପରେ ବାଇକ୍‌ଠାରୁ ଅଟୋରିକ୍ସାର ଭିଡ଼ ଜମୁଛି। ସହରର ପ୍ରବେଶ ପଥରେ ଭେଣ୍ଡିଂ ଜୋନ୍‌ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ସହରର ପରିସୀମା ବୃଦ୍ଧି ହୋଇଥିବାରୁ ଏଠାରେ ଥିବା ଗେଟ୍‌ର ପ୍ରାସଙ୍ଗିକତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିନିମୁହାଣୀ ଛକ ନିକଟରେ ଥିବା ଇଣ୍ଡଷ୍ଟ୍ରିଆଲ ଏରିଆରେ ଭେଣ୍ଡିଂ ଜୋନ୍‌ଠାରୁ ଆରମ୍ଭ କରି ଶୌଚାଳୟ, ଗାନ୍ଧି ସ୍ମୃତିପୀଠ, ଐତିହ୍ୟ ମ୍ୟୁଜିୟମ ଆଦି ହୋଇପାରିଥାନ୍ତା। ଫଳରେ ଆଗାମୀ ଦିନରେ ସହରର ଯାତାୟାତ ସହ ସୌନ୍ଦର୍ଯ୍ୟ ପ୍ରଦାନ କ୍ଷେତ୍ରରେ ଏହାର ଭାଗୀଦାରି ରହନ୍ତା। ଜିଲାର କୃଷି ପରି ପର୍ଯ୍ୟଟନ ଶିଳ୍ପ ଆର୍ଥିକ ଉନ୍ନତି ଆଣିପାରିବ। ଏଥିସହ ନିକଟରେ ଆଖଡ଼ାଶାଳି ବନ୍ଦର, ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି। ଏସବୁରେ ସହରର ଭୂମିକା କମ୍‌ ନୁହେଁ। ସହର ମଧ୍ୟରେ ଥିବା ଯାତ୍ରୀନିବାସ, ରାତ୍ର ରହଣି ସ୍ଥଳ, କଲ୍ୟାଣ ମଣ୍ଡପ, ଇଚ୍ଛାପୁରରେ ଥିବା ପର୍ଯ୍ୟଟନ ବିଭାଗର ନିବାସର ଉପଯୋଗିତା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ଉନ୍ନତି ନ ହେଲେ ଆଗାମୀ ଦିନରେ ଜିଲା ବାହାର ଲୋକଙ୍କୁ ରହିବା ସମସ୍ୟା ସୃଷ୍ଟି କରିବ। ଜିଲାରେ ବିକ୍ଷିପ୍ତ ଭାବେ ରହିଥିବା ଐତିହ୍ୟ ସ୍ମାରକୀ ପାଇଁ ମ୍ୟୁଜିୟମ ଆବଶ୍ୟକ। ସେହିପରି ଜବରଦଖଲ ମୁକ୍ତ ନ ହେଲେ ସହର ମଧ୍ୟରୁ ଜଳ ନିଷ୍କାସନ ହୋଇପାରିବନି ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ପ୍ରକଳ୍ପର ଅବସ୍ଥିତି ଓ ସମସ୍ୟା ସମ୍ପର୍କରେ ସମୀକ୍ଷା ହେବ। ଏକ ସୁନ୍ଦର ସହର ଗଠନ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ ଅଫିସ,୨୪ା୨:ଜଗତସିଂହପୁର ଜିଲା ଚକ୍ରଧରପୁର ଫାଣ୍ଡିରେ ୨୦୦୫ରେ ଘଟିଥିବା ଗୁଳିକାଣ୍ଡରେ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାୟ ପ୍ରଦାନ...

୧୮ ସାଇକେଲ ଜବତ, ଧରାପଡ଼ିଲେ ୨ ଚୋର

ହିଞ୍ଜିଳିକାଟୁ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳରୁ ପରିବା ବଜାର, ବସ୍‌ଷ୍ଟାଣ୍ଡ, କୋଚିଂ ସେଣ୍ଟର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରୁ ସାଇକେଲ ଚୋରି କରୁଥିବା ୨ଜଣ ଲୁଟେରାଙ୍କୁ...

ସିଂହାସନୀ ପୀଠରେ ୧୪୪ ଧାରା: ପୂଜାର୍ଚ୍ଚନାରେ ସୀମିତ ରଜପର୍ବ

ପୋଲସରା,୧୪ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ କସିପଡ଼ାସ୍ଥିତ ସିଂହାସନୀ ପୀଠରେ ବେଶ୍‌ ଧୁମ୍‌ଧାମ୍‌ରେ ରଜପର୍ବ ପାଳିତ ହୋଇ ଆସୁଥିବାବେଳେ ଚଳିତବର୍ଷ କରୋନା କଟକଣା...

ବିବାହର ପ୍ରତିଶ୍ରୁତି ଦେଖାଇ ନାବାଳିକାଙ୍କୁ ବଳାତ୍କାର

ଦିଗପହଣ୍ଡି,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କୌଶଳ କ୍ରମେ ଅପହରଣ କରିବା ପରେ ବିବାହର ପ୍ରତିଶ୍ରୁତି ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ...

ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ

କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।  ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...

ଦୋଷୀଙ୍କୁ ୨୦ବର୍ଷ ଜେଲ

ବାଲେଶ୍ୱର ଅଫିସ,୨୫।୨: ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ...

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ...

Advertisement
Archives

Model This Week