ଜରିବାହାଲ ଖଣିରୁ ପରିବହନ ବାତିଲ

ଯୋଡ଼ା,୨୧।୭(ଡି.ଏନ.ଏ.): ୨୦୨୦ରେ କେନ୍ଦୁଝର ଜିଲା ଖଣି ମଣ୍ଡଳର ଏକାଧିକ ଖଣିକୁ ବିଭିନ୍ନ କମ୍ପାନୀ ନିଲାମ ନେଇଛନ୍ତି। ଏପରି କି କିଛି ଖଣିକୁ ବିକ୍ରି ମୂଲ୍ୟଠାରୁ ଶହେ ପ୍ରତିଶତରୁ ଅଧିକ ମୂଲ୍ୟ ଦେଇ ଏକାଧିକ ବ୍ୟବସାୟୀମାନେ ହାତେଇଛନ୍ତି। ନୂଆ ଭାବେ ନିଲାମ ମାଧ୍ୟମରେ ଲିଜ୍‌ ପାଇଥିବା କମ୍ପାନୀଗୁଡ଼ିକ ସେମାନଙ୍କ ଖଣିଜ ଉତ୍ତୋଳନ ଆରମ୍ଭ କରିଛନ୍ତି। ତେବେ ନିଲାମ ଡାକରେ ଶହେ ପ୍ରତିଶତଠାରୁ ଅଧିକ ମୂଲ୍ୟ ଦେବେ ବୋଲି ସରକାରଙ୍କଠାରେ ଯେଉଁ ଚୁକ୍ତି କରିଥିଲେ ସେଗୁଡ଼ିକୁ କେତେକ କମ୍ପାନୀ ପୂରଣ କରିବାରେ ସଫଳ ହୋଇପାରୁ ନାହାନ୍ତି। ଫଳରେ ଅଭିନବ ଉପାୟରେ ଉକ୍ତ ଖଣି କମ୍ପାନୀ ଅନିୟମିତତା କରି ଖଣିଜ ପରିବହନ କରୁଥିବା ଜଣାପଡ଼ିଛି। ଏଭଳି ଅନିୟମିତତା ସମ୍ପର୍କରେ ରାଜ୍ୟ ସରକାରଙ୍କ ଖଣି ବିଭାଗର ନଜରକୁ ଆସିବା ପରେ ଗତ ୧୦ତାରିଖରେ ଷ୍ଟେଟ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍ବାର୍ଡ ଜରିବାହାଲସ୍ଥିତ କାଶ୍‌ଭି ଖଣିରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଖଣିଜ ପରିବହନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏନେଇ ସବିଶେଷ ତଥ୍ୟ ପାଇବା ପରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଳ ବେହେରା ପତ୍ର ସଂଖ୍ୟା ୪୦୯୯/ତା୧୭।୭।୨୦୨୧ରେ ଜରିବାହାଲ ଖଣିରୁ ଖଣିଜ ପରିବହନକୁ ବାତିଲ କରିଛନ୍ତି। କାଶ୍‌ଭି ଖଣିର ଖଣି ପ୍ରବନ୍ଧକଙ୍କୁ ଏନେଇ ପତ୍ର ପଠାଯାଇଛି। ଚିଠିରେ ଉଲ୍ଳେଖ ରହିଛି ଯେ, ଜରିବାହାଲସ୍ଥିତ କାଶ୍‌ଭି ଖଣିରେ ଅନିୟମିତତା କରାଯାଇ ଖଣିଜ ଷ୍ଟାକ(ଗଚ୍ଛିତ) କରାଯାଇଥିଲା। ଯେଉଁ ଗ୍ରେଡ(ମାନ)ର ଲୁହାପଥର ପରିବହନ ପାଇଁ ଅନୁମୋଦନ ନିଆଯାଇଥିଲା, ତାହାଠାରୁ ଉନ୍ନତମାନର ଲୁହାପଥର ଷ୍ଟାକ୍‌ରେ ଗଛିତ ରଖାଯାଇଥିଲା। କମ୍‌ ମୂଲ୍ୟ ଥିବା ଲୁହାପଥର ଗୁଣ୍ଡ ଷ୍ଟାକରେ ଶତକଡ଼ା ୧୦ରୁ ୧୫ ପ୍ରତିଶତ ଅଧିକ ମୂଲ୍ୟ ଥିବା ଉନ୍ନତମାନର ଲୁହାପଥର ରଖାଯାଇଛି, ଯାହାକି ପ୍ରୋଭିଜନ ଅଫ୍‌ ଓଏମ୍‌(ପିଟିଏସ୍‌ ଆଣ୍ଡ ଆଇଏମ୍‌ ଆଣ୍ଡ ଆରପିଏସ୍‌ଟି ଆଣ୍ଡ ଟି) ରୁଲ ୨୦୧୬ ର ଉଲ୍ଲଂଘନ ହୋଇଥିବା ଚିଠିରେ ସୂଚନା ଦିଆଯାଇଛି । ଏନେଇ କାଶ୍‌ଭି ଖଣି ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?