ଜରିବାହାଲ ଖଣିରୁ ପରିବହନ ବାତିଲ

ଯୋଡ଼ା,୨୧।୭(ଡି.ଏନ.ଏ.): ୨୦୨୦ରେ କେନ୍ଦୁଝର ଜିଲା ଖଣି ମଣ୍ଡଳର ଏକାଧିକ ଖଣିକୁ ବିଭିନ୍ନ କମ୍ପାନୀ ନିଲାମ ନେଇଛନ୍ତି। ଏପରି କି କିଛି ଖଣିକୁ ବିକ୍ରି ମୂଲ୍ୟଠାରୁ ଶହେ ପ୍ରତିଶତରୁ ଅଧିକ ମୂଲ୍ୟ ଦେଇ ଏକାଧିକ ବ୍ୟବସାୟୀମାନେ ହାତେଇଛନ୍ତି। ନୂଆ ଭାବେ ନିଲାମ ମାଧ୍ୟମରେ ଲିଜ୍‌ ପାଇଥିବା କମ୍ପାନୀଗୁଡ଼ିକ ସେମାନଙ୍କ ଖଣିଜ ଉତ୍ତୋଳନ ଆରମ୍ଭ କରିଛନ୍ତି। ତେବେ ନିଲାମ ଡାକରେ ଶହେ ପ୍ରତିଶତଠାରୁ ଅଧିକ ମୂଲ୍ୟ ଦେବେ ବୋଲି ସରକାରଙ୍କଠାରେ ଯେଉଁ ଚୁକ୍ତି କରିଥିଲେ ସେଗୁଡ଼ିକୁ କେତେକ କମ୍ପାନୀ ପୂରଣ କରିବାରେ ସଫଳ ହୋଇପାରୁ ନାହାନ୍ତି। ଫଳରେ ଅଭିନବ ଉପାୟରେ ଉକ୍ତ ଖଣି କମ୍ପାନୀ ଅନିୟମିତତା କରି ଖଣିଜ ପରିବହନ କରୁଥିବା ଜଣାପଡ଼ିଛି। ଏଭଳି ଅନିୟମିତତା ସମ୍ପର୍କରେ ରାଜ୍ୟ ସରକାରଙ୍କ ଖଣି ବିଭାଗର ନଜରକୁ ଆସିବା ପରେ ଗତ ୧୦ତାରିଖରେ ଷ୍ଟେଟ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍ବାର୍ଡ ଜରିବାହାଲସ୍ଥିତ କାଶ୍‌ଭି ଖଣିରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଖଣିଜ ପରିବହନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏନେଇ ସବିଶେଷ ତଥ୍ୟ ପାଇବା ପରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଳ ବେହେରା ପତ୍ର ସଂଖ୍ୟା ୪୦୯୯/ତା୧୭।୭।୨୦୨୧ରେ ଜରିବାହାଲ ଖଣିରୁ ଖଣିଜ ପରିବହନକୁ ବାତିଲ କରିଛନ୍ତି। କାଶ୍‌ଭି ଖଣିର ଖଣି ପ୍ରବନ୍ଧକଙ୍କୁ ଏନେଇ ପତ୍ର ପଠାଯାଇଛି। ଚିଠିରେ ଉଲ୍ଳେଖ ରହିଛି ଯେ, ଜରିବାହାଲସ୍ଥିତ କାଶ୍‌ଭି ଖଣିରେ ଅନିୟମିତତା କରାଯାଇ ଖଣିଜ ଷ୍ଟାକ(ଗଚ୍ଛିତ) କରାଯାଇଥିଲା। ଯେଉଁ ଗ୍ରେଡ(ମାନ)ର ଲୁହାପଥର ପରିବହନ ପାଇଁ ଅନୁମୋଦନ ନିଆଯାଇଥିଲା, ତାହାଠାରୁ ଉନ୍ନତମାନର ଲୁହାପଥର ଷ୍ଟାକ୍‌ରେ ଗଛିତ ରଖାଯାଇଥିଲା। କମ୍‌ ମୂଲ୍ୟ ଥିବା ଲୁହାପଥର ଗୁଣ୍ଡ ଷ୍ଟାକରେ ଶତକଡ଼ା ୧୦ରୁ ୧୫ ପ୍ରତିଶତ ଅଧିକ ମୂଲ୍ୟ ଥିବା ଉନ୍ନତମାନର ଲୁହାପଥର ରଖାଯାଇଛି, ଯାହାକି ପ୍ରୋଭିଜନ ଅଫ୍‌ ଓଏମ୍‌(ପିଟିଏସ୍‌ ଆଣ୍ଡ ଆଇଏମ୍‌ ଆଣ୍ଡ ଆରପିଏସ୍‌ଟି ଆଣ୍ଡ ଟି) ରୁଲ ୨୦୧୬ ର ଉଲ୍ଲଂଘନ ହୋଇଥିବା ଚିଠିରେ ସୂଚନା ଦିଆଯାଇଛି । ଏନେଇ କାଶ୍‌ଭି ଖଣି ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri