ନୂଆଦିଲ୍ଲୀ, ୨୬ା୧୨: (ନ୍ୟୁ ଇଣ୍ଡିଆ ସମାଚାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ଦେଶ ଖୋଲା ଶୌଚରୁ ମୁକ୍ତହେବା ସହ ସହର ଓ ଗାଁ ଗୁଡ଼ିକରେ ସଫେଇ କାର୍ଯ୍ୟ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇପାରିଛି। ଗାନ୍ଧୀଜୟନ୍ତୀଠାରୁ ଆରମ୍ଭକରି ଅକ୍ଟୋବର ୩୧ ତାରିଖ ଯାଏ ସରକାରୀ ଅଫିସଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଚଳାଗଲା। ଅଦରକାରୀ ଫାଇଲଗୁଡ଼ିକର ବିକଳ୍ପ ସୃଷ୍ଟି କରାଗଲା। ସମୁଦାୟ ୧୫ ଲକ୍ଷ ୨୩ ହଜାର ୪୬୪ ଫାଇଲ ମଧ୍ୟରୁ ୧୩ ଲକ୍ଷ ୭୩ ହଜାର ୨୦୪ ଫାଇଲକୁ ସଂକ୍ଷିପ୍ତ କରିଦିଆଗଲା। ୩୦ ଦିନ ମଧ୍ୟରେ ୨,୯୧,୬୯୨ ଅଭିଯୋଗ ସମାଧାନ କରାଗଲା। ଏମ୍ପିଙ୍କ ଦ୍ୱାରା ପଠାଯାଇଥିବା ୧୧,୦୫୭ଟି ମାମଲାରୁ ୮,୨୮୨ଟି ସମାଧାନ ହୋଇପରିଲା। ସରକାର ସ୍ବଚ୍ଛତା ଅଭିଯାନରୁ ପ୍ରାୟ ୪୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଇଲେକ୍ଟ୍ରୋନିକ୍ ସ୍କ୍ରାପ୍ ସରକାରଙ୍କ ଏହି ରୋଜଗାରରେ ଅନ୍ତର୍ଭୁକ୍ତ।