୨୦୨୨ ସୁଦ୍ଧା ୧୫୦୦ ମେଗାଓ୍ବାଟ୍‌ ସୌର ଶକ୍ତି ଉତ୍ପାଦନ ହେବ

ଭୁବନେଶ୍ୱର,୭।୭(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ହେବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଓ ବୌଦ୍ଧ ଜିଲାରେ ୨୭୫ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ । ସେହିପରି ବୃହତ ଜଳାଶୟଗୁଡିକ ଉପରେ ୫୦୦ ମେଗାଓ୍ବାଟ ଭାସମାନ ପ୍ଲାଣ୍ଟ ସ୍ଥାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡା ଛାତ ଉପରେ ୧୯ ମେଗାଓ୍ବାଟର ଏବଂ ଭୂମି ଉପରେ ୮ ମେଗାଓ୍ବାଟ ପ୍ଲାଣ୍ଟ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଜେଡକଲ ଏବଂ ଓରେଡା ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୭୪ ମେଗାଓ୍ବାଟ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଓରେଡା ଆଉ ୪୬୦ ମେଗାଓ୍ବାଟ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।
ରାଜ୍ୟରେ ପର୍ଯ୍ୟାପ୍ତ ସୌରଶକ୍ତି ଉତ୍ପାଦନ ସମ୍ଭାବନା ଥିବାରୁ ବାଣିଜି୍ୟକ ଭିତ୍ତିରେ ଅଧିକ ଉତ୍ପାଦନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସବୁଜ ଶକ୍ତି ଉତ୍ପାଦନ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହି ବୈଠକରେ ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳ, ଜେଲକଲ ଅଧ୍ୟକ୍ଷ ବିଷ୍ଣୁ ପଦ ସେଠୀ, ଅର୍ଥ ବିଭାଗ ସଚିବ ଅଶୋକ ମୀନା ଏବଂ ସମ୍ପୃକ୍ତ ବିଭାଗଗୁଡିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଉତ୍ତର ଭାରତ ମୁହାଁ

ଭୁବନେଶ୍ୱର,୧୮ା୮(ବ୍ୟୁରୋ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଓଡ଼ିଶା ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ସୋମବାର ରାତିଠାରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ...

ଶ୍ରମିକଙ୍କ ସମସ୍ୟା ବୁଝିବାକୁ ନୋଡାଲ ଅଫିସର ନିଯୁକ୍ତି କର

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ମେ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟର...

ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫...

କାର୍‌ ସିିକ୍ରେଟ ଚାମ୍ବରରୁ ୧୫ ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ୱର, ୨୨।୯(ବ୍ୟୁରୋ) : କାର୍‌ରେ ସିକ୍ରେଟ ଚାମ୍ପର କରି ସେଥିରେ ଗଞ୍ଜେଇ ଚୋରା ଚାଲାଣ। ଏଭଳି ଦ୍ୱିତୀୟ ଘଟଣା ରାଜଧାନୀରୁ ଧରାପଡିଛି। ତମାଣ୍ଡୋ ଥାନା କଳିଙ୍ଗବିହାର...

ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା...

ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌: ଓହ୍ଲାଇଲେ ୩ଶହରୁ ଊର୍ଦ୍ଧ୍ୱ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୪।୫- ବଲାଙ୍ଗୀର ରେଳ ଷ୍ଟେଶନରେ ଗୁରୁବାର ଦିନ ପ୍ରାୟ ୧୨ଟା ୫୦ରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଛି। ଏହି...

ସିଲ୍ ଅଞ୍ଚଳରେ ବିଏମ୍‌ସିର ବିଶୋଧକ ସିଞ୍ଚନ, କେମିକାଲଯୁକ୍ତ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୫।୪ (ବ୍ୟୁରୋ): ସୂର୍ଯ୍ୟନଗରରୁ ୮ ଜଣ ଓ ବମିଖାଲରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଉଭୟ ଅଞ୍ଚଳକୁ ସିଲ୍‌...

ଘନଉଛି ବାତ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ) ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ...

Advertisement
Archives

Model This Week