ପୁରୀରେ ହେବ ଟ୍ରାନ୍ସଜେଣ୍ଡର ଶେଲ୍ଟର ହୋମ୍‌

ପୁରୀ ଅଫିସ,୨୧ା୧୧: ଏବେ ବି ସମାଜରେ ଟ୍ରାନ୍ସଜେଣ୍ଡରମାନେ ଅବହେଳିତ ଓ ତାଡ଼ନାଗ୍ରସ୍ତ। ଫଳରେ ଅଧିକାଂଶ ଟ୍ରାନ୍ସଜେଣ୍ଡର ସମାଜଠାରୁ ନିଜକୁ ଦୂରେଇ ରଖିବା ସହ ଗୁଜୁରାଣ ମେଣ୍ଟାଇବା ପାଇଁ କେତେବେଳେ ଭିକ୍ଷା ବୃତ୍ତି ତ ଆଉ କେବେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି। ଏହା ସେମାନଙ୍କୁ ସମ୍ମାନଜନକ ଜୀବନଶୈଳୀ ଦେଇପାରେ ନାହିଁ। ତେଣୁ ଅନେକେ ସମାଜର ପ୍ରତ୍ୟାଖ୍ୟାନ ଓ ତାଡ଼ନା ସହି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି କିମ୍ବା ସାମାଜିକ କ୍ରୂରତାର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଦିବଂଗତ ଟ୍ରାନ୍ସଜେଣ୍ଡରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦କୁ ବିଶ୍ୱ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ଭାବେ ପାଳନ କରାଯାଇଥାଏ ବୋଲି ସ୍ବେଚ୍ଛାସେବୀ ସଙ୍ଗଠନ ସାମ୍ମୁଖ୍ୟ ‘ଦି ବେଲ୍‌’ ଏବଂ ସାମାଜିକ ଅନୁଷ୍ଠାନ ‘ସାଥୀ’ର ମିଳିତ ଉଦ୍ୟମରେ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ରବିବାର ବିଶ୍ୱ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସମର୍ଥ ବର୍ମା ଯୋଗଦେଇ ଦିବଂଗତ ଆତ୍ମାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା ପ୍ରାୟୋଜିତ ସ୍ବୀକୃତି ଯୋଜନାର ଶୁଭାରମ୍ଭ କରିଥିଲେ। କିନ୍ନରଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ ଖୁବ୍‌ଶୀଘ୍ର ପୁରୀରେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଶେଲ୍‌ଟର ହୋମ୍‌ କରାଯିବ ବୋଲି ଜିଲାପାଳ କହିଥିଲେ। ଜିଲାର ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ବୀକୃତି ଯୋଜନା ମାଧ୍ୟମରେ ଜୀବନଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଗାଇଦେଇ ସମାଜ ମୁଖ୍ୟସ୍ରୋତରେ ସାମିଲ୍‌ କରାଯିବାକୁ ପ୍ରୟାସ ଆରମ୍ଭ ହେବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୁରୀ କିନ୍ନର ସଂଘର ସଭାପତି ଦେବକୀ କିନ୍ନର, ସମ୍ପାଦିକା ପୂଜା କିନ୍ନର ଏବଂ ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ସାମାଜିକ କର୍ମୀ ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଦିବଂଗତ ଟ୍ରାନ୍ସଜେଣ୍ଡରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଦି ବେଲ୍‌ ଆବାହକ ସିଦ୍ଧାର୍ଥ ରାୟ ସଂଯୋଜନା କରିଥିବା ବେଳେ ସାଥୀ ଅନୁଷ୍ଠାନର ସହନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ଦେଇଥିଲେ। ଶର୍ମିଷ୍ଠା ଦାସ, ବ୍ଲାକ କୁଇନ୍‌, ପିହୁ, ରଶ୍ମି, ସୁପ୍ରୀତି ନାୟକ, ଟିକିନା ପ୍ରଧାନ, ସତ୍ୟନାରାୟଣ ସାହୁ, ଓମ୍‌ ପ୍ରସାଦ ମହାନ୍ତି ଏବଂ ଅମର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?