ମଣିଷ ମରା ହାତୀକୁ ଟ୍ରାଙ୍କୁଲାଇଜର

ଢେଙ୍କାନାଳ ଅଫିସ,୬ା୧୦: ଜଗତପୁର ଅଞ୍ଚଳରୁ ଗତ ୨୯ ତାରିଖରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ୩୫ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜର କରି ଢେଙ୍କାନାଳ ଜିଲା କପିଳାସ ପ୍ରାଣୀଉଦ୍ୟାନରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ମାଈ ହାତୀକୁ କ୍ରଲ ମଧ୍ୟରେ ରଖି ଚିକିତ୍ସା କରାଯାଉଥିଲା। ମା’ ହାତୀଟି ତା’ର ଛୁଆକୁ ଖୋଜିବା ସହିତ ଗର୍ଜନ କରୁଥିଲା । ଏଣେ ଅଣ୍ତିରା ଛୁଆ ହାତୀ ମା’କୁ ଖୋଜି ଖୋଜି ଜଗତପୁର ଅଞ୍ଚଳରୁ ବିରୂପା ନଦୀ ପାର ହୋଇ ଟାଙ୍ଗୀ ଦେଇ କପିଳାସ ଅଭୟାରଣ୍ୟରେ ପଶିଥିଲା। ଛୁଆ ହାତୀର ଗତିବିଧି ଉପରେ ନଜର ରଖୁଥିବା କଟକ ଜିଲା ବନ କର୍ମଚାରୀମାନେ ଏ ସମ୍ପର୍କରେ ଢେଙ୍କାନାଳ ଜିଲା ବନ ଅଧିକାରୀ ଓ କର୍ମଚାରୀଙ୍କୁ ଜଣାଇଥିଲେ। ଛୁଆ ହାତୀକୁ କପିଳାସ ଆଭୟାରଣ୍ୟରେ ଥିବା ଅନ୍ୟ ଦଳର ହାତୀମାନେ ପାଖରେ ପୂରାଇ ନ ଥିଲେ। ଫଳରେ ହାତୀଛୁଆଟି ଅଭୟାରଣ୍ୟ ନିକଟସ୍ଥ ଢେଙ୍କାନାଳ ଜିଲାର ଷୋରିଷିଆପଦା ଗ୍ରାମରେ ବିଲରେ ପଶି ଧାନ ଖାଇଥିଲା। ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଡିଏଫ୍‌ଓଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ୨ ତାରିଖ ରାତିରେ ହାତୀ ଛୁଆଟିକୁ ଟ୍ରାଙ୍କୁଲାଇଜର କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆଣିଥିଲେ। ସେଠାରେ ମାଆ ଛୁଆଙ୍କ ମିଳନ ଏକ ହୃଦୟସ୍ପର୍ଶୀ ହୋଇଥିଲା। ଛୁଆକୁ ନ ଦେଖି ଗର୍ଜୁଥିବା ହାତୀ ଶାନ୍ତ ହୋଇ ଛୁଆକୁ କୋଳେଇ ନେଇଥିଲା। ଏହାପରେ ୩ ତାରିଖ ରାତିରେ ମା’ ଓ ଛୁଆକୁ ଏକ ଗାଡ଼ିରେ ନେଇ ଜିଲାର ହିନ୍ଦୋଳ ରେଞ୍ଜ ସୀମା ତଥା ନରସିଂହପୁର ଓ ସାତକୋଣିଆ ସୀମାରେ ପ୍ରବଳ ବର୍ଷାରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଏହି ଘଟଣା ରାଜ୍ୟରେ ପ୍ରଥମ। ଏହାର ପ୍ରତିବାଦରେ ହିନ୍ଦୋଳ ରେଞ୍ଜ ଦଣ୍ଡିରି ବିଟ୍‌ ହାଉସଠାରେ ଅଞ୍ଚଳବାସୀ ଧାରଣା ଦେଇଛନ୍ତି। କିନ୍ତୁ ମା’ ଓ ଛୁଆହାତୀ ଗ୍ରାମଠାରୁ ବହୁ ଦୂରରେ ଥିବା ବନବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri