ମଣିଷ ମରା ହାତୀକୁ ଟ୍ରାଙ୍କୁଲାଇଜର

ଢେଙ୍କାନାଳ ଅଫିସ,୬ା୧୦: ଜଗତପୁର ଅଞ୍ଚଳରୁ ଗତ ୨୯ ତାରିଖରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ୩୫ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜର କରି ଢେଙ୍କାନାଳ ଜିଲା କପିଳାସ ପ୍ରାଣୀଉଦ୍ୟାନରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ମାଈ ହାତୀକୁ କ୍ରଲ ମଧ୍ୟରେ ରଖି ଚିକିତ୍ସା କରାଯାଉଥିଲା। ମା’ ହାତୀଟି ତା’ର ଛୁଆକୁ ଖୋଜିବା ସହିତ ଗର୍ଜନ କରୁଥିଲା । ଏଣେ ଅଣ୍ତିରା ଛୁଆ ହାତୀ ମା’କୁ ଖୋଜି ଖୋଜି ଜଗତପୁର ଅଞ୍ଚଳରୁ ବିରୂପା ନଦୀ ପାର ହୋଇ ଟାଙ୍ଗୀ ଦେଇ କପିଳାସ ଅଭୟାରଣ୍ୟରେ ପଶିଥିଲା। ଛୁଆ ହାତୀର ଗତିବିଧି ଉପରେ ନଜର ରଖୁଥିବା କଟକ ଜିଲା ବନ କର୍ମଚାରୀମାନେ ଏ ସମ୍ପର୍କରେ ଢେଙ୍କାନାଳ ଜିଲା ବନ ଅଧିକାରୀ ଓ କର୍ମଚାରୀଙ୍କୁ ଜଣାଇଥିଲେ। ଛୁଆ ହାତୀକୁ କପିଳାସ ଆଭୟାରଣ୍ୟରେ ଥିବା ଅନ୍ୟ ଦଳର ହାତୀମାନେ ପାଖରେ ପୂରାଇ ନ ଥିଲେ। ଫଳରେ ହାତୀଛୁଆଟି ଅଭୟାରଣ୍ୟ ନିକଟସ୍ଥ ଢେଙ୍କାନାଳ ଜିଲାର ଷୋରିଷିଆପଦା ଗ୍ରାମରେ ବିଲରେ ପଶି ଧାନ ଖାଇଥିଲା। ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଡିଏଫ୍‌ଓଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ୨ ତାରିଖ ରାତିରେ ହାତୀ ଛୁଆଟିକୁ ଟ୍ରାଙ୍କୁଲାଇଜର କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆଣିଥିଲେ। ସେଠାରେ ମାଆ ଛୁଆଙ୍କ ମିଳନ ଏକ ହୃଦୟସ୍ପର୍ଶୀ ହୋଇଥିଲା। ଛୁଆକୁ ନ ଦେଖି ଗର୍ଜୁଥିବା ହାତୀ ଶାନ୍ତ ହୋଇ ଛୁଆକୁ କୋଳେଇ ନେଇଥିଲା। ଏହାପରେ ୩ ତାରିଖ ରାତିରେ ମା’ ଓ ଛୁଆକୁ ଏକ ଗାଡ଼ିରେ ନେଇ ଜିଲାର ହିନ୍ଦୋଳ ରେଞ୍ଜ ସୀମା ତଥା ନରସିଂହପୁର ଓ ସାତକୋଣିଆ ସୀମାରେ ପ୍ରବଳ ବର୍ଷାରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଏହି ଘଟଣା ରାଜ୍ୟରେ ପ୍ରଥମ। ଏହାର ପ୍ରତିବାଦରେ ହିନ୍ଦୋଳ ରେଞ୍ଜ ଦଣ୍ଡିରି ବିଟ୍‌ ହାଉସଠାରେ ଅଞ୍ଚଳବାସୀ ଧାରଣା ଦେଇଛନ୍ତି। କିନ୍ତୁ ମା’ ଓ ଛୁଆହାତୀ ଗ୍ରାମଠାରୁ ବହୁ ଦୂରରେ ଥିବା ବନବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri