ଶିକ୍ଷା ଅଧିକାରୀଙ୍କ କାରକୁ ପିଟିଲା ଟ୍ରେଲର

ବୈଶିଙ୍ଗା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥର ଗଡ଼ଗଡ଼ିଆଠାରେ ସୋମବାର ଏକ ଟ୍ରେଲର ଧକ୍କାରେ ଶିକ୍ଷା ବିଭାଗର ୩ ଅଧିକାରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ଓ ପରେ ବାରିପଦା ସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଏକ କାର୍‌ ଯୋଗେ ବାରିପଦାରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ପ୍ରଶାନ୍ତ ମହାନ୍ତି ଓ ଜୀବନ ରଞ୍ଜନ କର ଭୁବନେଶ୍ବର ଯାଉଥିଲେ। ଗଡ଼ଗଡ଼ିଆ ନିକଟରେ ଏକ ଟ୍ରେଲର କାର୍‌କୁ ଧକ୍କା ଦେଇଥିଲା। କାର୍‌ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ୩ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଖବରପାଇ ବୈଶିଙ୍ଗା ଥାନା ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ପୋଲିସ ଗାଡ଼ି ଦୁଇଟିକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ ନାଳରେ ସ୍କୁଟି ସହ ଖସିପଡ଼ିଲେ ଯୁବକ, ଛାତିରେ ପଶିଗଲା ଲୁହାରଡ୍‌

ବ୍ରହ୍ମପୁର ଅଫିସ,୭ା୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ ନିକଟରେ ଏକ ଅଘଟଣ ଘଟିଛି। ଅର୍ଦ୍ଧନିର୍ମିତ ନାଳର ଲୁହାରଡ୍‌ ଯୁବକଙ୍କ ବାମ ଛାତି...

ପୁଅ ବାଇକ୍‌ରୁ ଖସି ମା’ଙ୍କ ପ୍ରାଣ ଗଲା

ରାଇରଙ୍ଗପୁର,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ୨୨୦ନଂ. ଜାତୀୟ ରାଜପଥର ସିମଦିହି ନିକଟରେ ରବିବାର ପୁଅର ବାଇକ୍‌ରୁ ଖସିପଡ଼ି ମାଆଙ୍କ ମୃତ୍ୟୁ ଘଟିଛି। ମୃତ...

୨୨୨ ଟଙ୍କା ମଜୁରିରେ କାମ କରୁନାହାନ୍ତି ଶ୍ରମିକ

ବିଞ୍ଝାରପୁର,୨୧ା୪(ଡି.ଏନ.ଏ.): ବିଞ୍ଝାରପୁର ପଞ୍ଚାୟତ ସମିତିର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ...

୬ଷ୍ଠ ରାଉଣ୍ଡରେ ବି ପ୍ରଦୀପଙ୍କୁ ପଛରେ ପକାଇଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ପୂର୍ବ ୫ଟି ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ...

ବରା-ସାଇକେଲ ଦୋକାନୀ ମାରପିଟ, ମାମଲା ଥାନାରେ

କୁଆଁରମୁଣ୍ଡା,୧।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଚେକ୍‌ଗେଟ୍‌ ନିକଟରେ ବରା ଓ ସାଇକେଲ ଦୋକାନୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏନେଇ ସାଇକେଲ ଦୋକାନୀ ରାଫେଲ...

ମାଲକାନଗିରି ଜିଲା ଚିଠି: କ୍ଷତି ସହୁଛି ଚାଷୀ, ଫାଇଦାରେ ବୀମା କମ୍ପାନୀ

ଚାଷୀଙ୍କ ସମସ୍ୟା କେବେହେଲେ ସୁଧୁରୁନାହିଁ। ଋଣ, ମରୁଡ଼ି, ବନ୍ୟା ବିତ୍ପାତଜନିତ ସମସ୍ୟାରେ ଫସଲ ନଷ୍ଟ ହୋଇ ଚାଷୀ କ୍ଷତି ସହୁଛି। ସବୁ ସହି ଯାହା ଧାନ...

ବ୍ରହ୍ମଗିରିରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର

ବ୍ରହ୍ମଗିରି,୨୫। ୩ (ଡି.ଏନ.ଏ): ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାପରେ ରାଜ୍ୟ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ,...

ବାଜିନି ପୌର ନିର୍ବାଚନ ବିଗୁଲ, ନେତା ହେଲେଣି ଚଳଚଞ୍ଚଳ

କେନ୍ଦ୍ରାପଡ଼ା ଅଫିସ, ୪-୯- ପୌର ନିର୍ବାଚନ ପାଇଁ କୌଣସି ସୂଚନା ମିଳିନାହିଁ ା ତେବେ କେନ୍ଦ୍ରାପଡା ପୌରାଞ୍ଚଳରେ ଏହାର ପଦଧ୍ୱନି ଦେଖିବାକୁ ମିଳିଲାଣି। ସହରାଞ୍ଚଳରେ ପ୍ରତ୍ୟେକ...

Advertisement
Archives

Model This Week