ଟ୍ରାଇ ମୁଖିଆ

ଭାରତ ବିଶ୍ୱର ସର୍ବବୃହତ୍‌ ଟେଲିକମ୍ୟୁନିକେଶନ ବଜାର। ଏହାର ପଞ୍ଜୀକୃତ ସବ୍‌ସ୍କ୍ରାଇବର ବା ଉପଭୋକ୍ତାଙ୍କ ସଂଖ୍ୟା ୧୨୦ କୋଟି। ଭାରତ ସରକାର ଆୟକର ପରେ ଟେଲିକମ୍ୟୁନିକେଶନରୁ ଦ୍ୱିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ କରିଥାଆନ୍ତି। ଏକ ବିଶାଳ ସେବା ପ୍ରଦାନକାରୀ ସଂସ୍ଥା ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସହ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସକାଶେ ଭାରତ ସରକାର ୧୯୯୭ରେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡଆ (ଟ୍ରାଇ) ନାମରେ ଏକ ବୈଧାନିକ ନିୟନ୍ତ୍ରକ ଗଠନ କରିଥିଲେ। ଏଥିରେ ଜଣେ ଅଧ୍ୟକ୍ଷ, ଦୁଇ ଜଣ ପୂର୍ଣ୍ଣକାଳୀନ ଓ ଦୁଇ ଜଣ ସାମୟିକ ସମୟ ପାଇଁ ସଦସ୍ୟ ରହିବାର ବିଧି ରହିଆସିଛି। ଜାନୁୟାରୀ ୨୦୦୦ରେ ଏହି ଆଇନକୁ ଅଧ୍ୟାଦେଶ ଜରିଆରେ ସଂଶୋଧନ କରାଯାଇ ଟେଲିକମ୍‌ ଡିସ୍‌ପୁଟ୍‌ସ୍‌ ସେଟଲ୍‌ମେଣ୍ଟ ଆଣ୍ଡ୍‌ ଆପିଲେଟ ଟ୍ରିବ୍ୟୁନାଲ (ଟିଡିଏସ୍‌ଏଟି) ବ୍ୟବସ୍ଥା କରାଯାଇଥିଲା। ଟେଲିକମ୍‌ ସଂକ୍ରାନ୍ତ ନ୍ୟାୟିକ ଓ ବିବାଦୀୟ କାର୍ଯ୍ୟର ସମାଧାନ ଦାୟିତ୍ୱ ଟ୍ରାଇ ନିକଟରୁ ଟିଡିଏସ୍‌ଏଟିକୁ ଦିଆଯାଇଥିଲା। ତେବେ ରାଜସ୍ବ ସୃଷ୍ଟି ଭଳି ବଡ଼ ଦାୟିତ୍ୱ ଟ୍ରାଇ ନିକଟରେ ଥିବାରୁ ଏ ଦିଗରେ ଏହାର ଅଧ୍ୟକ୍ଷ ପ୍ରମୁଖ ଭୂମିକା ନିର୍ବାହ କରିଥାଆନ୍ତି। ୩୦ ସେପ୍ଟେମ୍ବରରେ ଆର୍‌.ଏସ୍‌. ଶର୍ମା ଅବସର ନେବା ପରେ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ତିନି ବର୍ଷ କିମ୍ବା ୬୫ ବର୍ଷ ବୟସରେ ପହଞ୍ଚିବା ଯାଏ ଏହି ପଦବୀରେ ରହିପାରିବେ ବୋଲି ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ପକ୍ଷରୁ କୁହାଯାଇଛି।
ବାଘେଲା ସର୍ବଭାରତୀୟ ସେବା ଅଧିକାରୀ ଭାବେ ରାଜ୍ୟଠାରୁ କେନ୍ଦ୍ର ଯାଏ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ଗୁଜରାଟର ବି. କେ. ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟରୁ ଫାଇନାନ୍ସରେ ଏମ୍‌ବିଏ କରିଥିବା ବଘେଲା ଗୁଜରାଟର କମିଶନର ଅଫ୍‌ କମର୍ସିଆଲ୍‌ ଟାକ୍ସ ହେବା ପୂର୍ବରୁ ୨୦୦୮ରେ ସେ କାଣ୍ଡଲା ବନ୍ଦରର ଅଧ୍ୟକ୍ଷ ଥିଲେ। କୁହାଯାଉଛି ସେ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭ ଦୃଷ୍ଟିକୁ ଆସିଥିଲେ। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଅମଲାତନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଜିଏସ୍‌ଟି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ କମିଟିର ଆବାହକ ମଧ୍ୟ ଥିଲେ। ତେବେ କେନ୍ଦ୍ରରେ ଫର୍ମାସ୍ୟୁଟିକାଲ୍ସ ସଚିବ ଭାବେ କାର୍ଯ୍ୟ କରି ସେ ବହୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଔଷଧ ଏବଂ ଡାକ୍ତରୀ ଯନ୍ତ୍ରପାତିର ମୂଲ୍ୟ ନିୟନ୍ତ୍ରଣ କରି ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଏବେ ବାଘେଲା ଟେଲିକମ୍‌ କ୍ଷେତ୍ରର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କ ଆଗରେ ଅନେକ ଆହ୍ବାନ ରହିଛି। ଗତ କିଛିବର୍ଷ ଧରି ଭାରତୀୟ ଟେଲିକମ୍‌ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖା ଦେଇଚାଲିଛି। ୨ଜି ସ୍ପେକ୍ଟ୍ରମ୍‌ ଦୁର୍ନୀତିଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀ ମଧ୍ୟରେ ବ୍ୟବସାୟିକ କାରଣକୁ ନେଇ ବିବାଦ ଉପୁଜିଚାଲିଛି। ପୁଣି ୫ଜି ଟେଲିକମ୍ୟୁନିକେଶନ ଭିତ୍ତିଭୂମି ଲାଗି ଯୋଜନା ଚାଲିଛି। ଅଦ୍ୟାବଧି ୫ଜି ନିଲାମ ପ୍ରକ୍ରିୟା ହୋଇପାରି ନ ଥିବାରୁ ଏହା ବାଘେଲାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ। ସେହିପରି ପାରମ୍ପରିକ କେବୁଲ ଟିଭି ସହ ଫାଇବର-ଅପ୍‌ଟିକ୍‌ ସଂଯୋଗ କରାଯାଇ କନ୍‌ଭର୍ଜଡ୍‌ ମିଡିୟମ୍‌ ବିଷୟରେ ଚିନ୍ତା କରାଯାଉଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଫିକ୍ସଡ୍‌ ଲାଇନ୍‌ ଓ କେବୁଲ ଟିଭି ମାର୍କେଟ ମଧ୍ୟରେ ମିଶ୍ରଣ କରାଗଲେ ଏକକ ବ୍ୟବସ୍ଥା ସୃଷ୍ଟି କରାଯାଇପାରିବ। ତେବେ ବିଶ୍ୱବ୍ୟାପୀ ଟେଲିକମ୍‌ କ୍ଷେତ୍ରରେ ଦିନକୁ ଦିନ ଯେଉଁ ପରୀକ୍ଷଣ କରାଯାଇ ନୂତନ ବ୍ୟବସ୍ଥା ବିକଶିତ କରାଯାଉଛି ବାଘେଲା ସେହି ଧାରାରେ ଭାରତକୁ ସାମିଲ କରି ଆଗକୁ ବଢ଼ାଇ ନେବେ ବୋଲି ଆଶା।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri