Posted inଜାତୀୟ

ମେକ୍‌ ଇନ୍‌ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ

ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ ଏହାକୁ ତିଆରି କରିଥିବା ଶେଖ୍‌ ଇସ୍ମାଇଲ ଅରଫ ମୁନ୍ନା ଶେଖଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୟଭତମାଲ ଜିଲାର ଫୁଲସାଓ୍ବଙ୍ଗୀ ଗାଁର ୨୪ ବର୍ଷୀୟ ଶେଖ ଇସ୍ମାଇଲ ଅରଫ୍‌ ମୁନ୍ନା କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। କିନ୍ତୁ ସାହସ ଥିଲା ହେଲିକପ୍ଟର ତିଆରି କରିବାର। ମୁନ୍ନା ଜଣେ ୱେଲଡର ଭାବେ କାର୍ଯ୍ୟ କରୁଥିବା ବେଳେ ଖଣ୍ଡ ଖଣ୍ଡ ଜିନିଷକୁ ଯୋଡି ତାଙ୍କ ଗ୍ୟାରେଜରେ ଏକ ହେଲିକପ୍ଟର ତିଆରି କରିଥିଲେ। ଆଉ ଏହାର ନାମ ସେ ‘ମୁନ୍ନା ହେଲିକପ୍ଟର’ ରଖିଥିଲେ। କିନ୍ତୁ ତାଙ୍କର ମେକ୍‌ ଇନ୍‌ ଇଣ୍ଡିଆର ସ୍ବପ୍ନ ଅଧାରେ ରହିଯାଇଛି। କାରଣ ମଙ୍ଗଳବାର ରାତିରେ ଏହାର ପରୀକ୍ଷଣ ଉଡାଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ ଏଥିରେ ମୁନ୍ନା ନିଜର ପ୍ରାଣ ହରାଇଥିଲେ।

ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳର ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ନଜରଧାନେ ଶୋକ ପ୍ରକାଶ କରିବା ସହ କହିଛନ୍ତି, ଅଧିକ ଶିକ୍ଷିତ ନ ହେବା ପରେ ବି ମୁନ୍ନାଙ୍କ ଭିତରେ ଅମାପ ପ୍ରତିଭା ରହିଥିଲା। ନିଜର ଦକ୍ଷତା ବଳରେ ସେ ଉକ୍ତ ଅଞ୍ଚଳର ବେଶ୍‌ ନାଁ କରିପାରିଥିଲେ। ସ୍ନେହରେ ତାଙ୍କୁୁ ଲୋକମାନେ ‘ରାଞ୍ଚୋ’ ବୋଲି ଡାକୁଥିଲେ। ମୁନ୍ନାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହେଲିକପ୍ଟରକୁ ଦେଖିବା ପାଇଁ ବାଙ୍ଗାଲୁରୁରୁ ଏକ ବିଶେଷଜ୍ଞ ଟିମ୍‌ ଆସିବାର ଥିଲା। ଏହି ଉତ୍ସାହରେ ଗୋଟିଏ ଦିନ ପୂର୍ବରୁ ମୁନ୍ନା ହେଲିକପ୍ଟରର ଏକ ପରୀକ୍ଷଣ ଉଡାଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣା ଘଟିଥିଲା। ହେଲିକପ୍ଟର କ୍ରାସ୍‌ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୁନ୍ନାଙ୍କ ମୃତ୍ୟୁରେ ଉମରଖେଡ ବିଧାନସଭା ନିର୍ବାଚନମଣ୍ଡଳୀରେ ଶୋକରଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri