Posted inଜାତୀୟ

ମେକ୍‌ ଇନ୍‌ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ

ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ ଏହାକୁ ତିଆରି କରିଥିବା ଶେଖ୍‌ ଇସ୍ମାଇଲ ଅରଫ ମୁନ୍ନା ଶେଖଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୟଭତମାଲ ଜିଲାର ଫୁଲସାଓ୍ବଙ୍ଗୀ ଗାଁର ୨୪ ବର୍ଷୀୟ ଶେଖ ଇସ୍ମାଇଲ ଅରଫ୍‌ ମୁନ୍ନା କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। କିନ୍ତୁ ସାହସ ଥିଲା ହେଲିକପ୍ଟର ତିଆରି କରିବାର। ମୁନ୍ନା ଜଣେ ୱେଲଡର ଭାବେ କାର୍ଯ୍ୟ କରୁଥିବା ବେଳେ ଖଣ୍ଡ ଖଣ୍ଡ ଜିନିଷକୁ ଯୋଡି ତାଙ୍କ ଗ୍ୟାରେଜରେ ଏକ ହେଲିକପ୍ଟର ତିଆରି କରିଥିଲେ। ଆଉ ଏହାର ନାମ ସେ ‘ମୁନ୍ନା ହେଲିକପ୍ଟର’ ରଖିଥିଲେ। କିନ୍ତୁ ତାଙ୍କର ମେକ୍‌ ଇନ୍‌ ଇଣ୍ଡିଆର ସ୍ବପ୍ନ ଅଧାରେ ରହିଯାଇଛି। କାରଣ ମଙ୍ଗଳବାର ରାତିରେ ଏହାର ପରୀକ୍ଷଣ ଉଡାଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ ଏଥିରେ ମୁନ୍ନା ନିଜର ପ୍ରାଣ ହରାଇଥିଲେ।

ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳର ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ନଜରଧାନେ ଶୋକ ପ୍ରକାଶ କରିବା ସହ କହିଛନ୍ତି, ଅଧିକ ଶିକ୍ଷିତ ନ ହେବା ପରେ ବି ମୁନ୍ନାଙ୍କ ଭିତରେ ଅମାପ ପ୍ରତିଭା ରହିଥିଲା। ନିଜର ଦକ୍ଷତା ବଳରେ ସେ ଉକ୍ତ ଅଞ୍ଚଳର ବେଶ୍‌ ନାଁ କରିପାରିଥିଲେ। ସ୍ନେହରେ ତାଙ୍କୁୁ ଲୋକମାନେ ‘ରାଞ୍ଚୋ’ ବୋଲି ଡାକୁଥିଲେ। ମୁନ୍ନାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହେଲିକପ୍ଟରକୁ ଦେଖିବା ପାଇଁ ବାଙ୍ଗାଲୁରୁରୁ ଏକ ବିଶେଷଜ୍ଞ ଟିମ୍‌ ଆସିବାର ଥିଲା। ଏହି ଉତ୍ସାହରେ ଗୋଟିଏ ଦିନ ପୂର୍ବରୁ ମୁନ୍ନା ହେଲିକପ୍ଟରର ଏକ ପରୀକ୍ଷଣ ଉଡାଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣା ଘଟିଥିଲା। ହେଲିକପ୍ଟର କ୍ରାସ୍‌ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୁନ୍ନାଙ୍କ ମୃତ୍ୟୁରେ ଉମରଖେଡ ବିଧାନସଭା ନିର୍ବାଚନମଣ୍ଡଳୀରେ ଶୋକରଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?