ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଯାଉ

ବରଗଡ଼ ଅଫିସ,୧୦ା୮: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପ୍ରଦାନ ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଦାବି କରିଛି। ଏହି ଦାବି ନେଇ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ।
ବରଗଡ଼ ଧନୁଯାତ୍ରା ଭାରତୀୟ କଳା, ସଂସ୍କୃତି, ପରମ୍ବରା ଓ ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏବେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏଭଳି ସମୟରେ ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଗଲେ ତାହା ସ୍ମରଣୀୟ ହୋଇ ରହିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏହାସହିତ ବରଗଡ଼ ଧନୁଯାତ୍ରାର ପ୍ଲାଟିନମ ଜୁବୁଲି ମଧ୍ୟ ପାଳନ କରିବାକୁ ସେଥିରେ ଦାବି କରାଯାଇଛି। ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ, ଉପସଭାପତି ତଥାା କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ, ପଶ୍ଚିମାଞ୍ଚଳ ମିଳିତ କଳାକାର ମଞ୍ଚର ଅଧ୍ୟକ୍ଷ ଶଙ୍କର ପଟ୍ଟନାୟକ, ଜିଲା ସଂକୀର୍ତ୍ତନ୍ୟ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ, ବିଶିଷ୍ଟ କଳାକାର କାହ୍ନା ବାଗ, ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନୟ ମାଧ୍ୟମରେ କରୋନା ସଚେତନତା

ଆରଡ଼ି,୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଶୁକ୍ରବାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଯାଜପୁର ଜିଲା ମଙ୍ଗଳପୁରର ଚିନ୍ମୟ କଲ୍ୟାଣ ସାମାଜିକ...

ରାତି ଅଧିଆ କାଢ଼ି ଦେଲେ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ଅନିୟମିତତା ହୋଇଥିବାରୁ ରାଜ୍ୟ ସରକାର...

ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ...

ଲକ୍‌ଡାଉନ ଆଇନ ଉଲ୍ଲଂଘନ କରି ୩ ଗିରଫ

କଣ୍ଟାପଡା,୨୮ା୩(ଡି.ଏନ୍‌.ଏ.)- କଣ୍ଟାପଡ଼ା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବାରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଏ ନେଇ ଗୋବିନ୍ଦପୁର ଥାନାଧିକାରୀ ମାନସର ରଞ୍ଜନ...

ଧାନ ମଣ୍ଡିରେ ଅବ୍ୟବସ୍ଥା: ଚାଷୀଙ୍କ ରାସ୍ତାରୋକୋ

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ସୋମବାର ଚାଷୀ ଉମରକୋଟ ମାଲଗାଁ ରାଜ୍ୟ ରାଜପଥରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି।...

ପ୍ରତିଭା ଦୀପ୍ତ ପଠାଣି ସାମନ୍ତଙ୍କ ପାଇଁ ସାରାଦେଶ ଗର୍ବିତ: ଖଣ୍ଡପଡ଼ାରେ ପଠାଣି ସାମନ୍ତଙ୍କ ୧୮୫ ତମ ଜୟନ୍ତୀ

ଖଣ୍ଡପଡା,୨୫।୧୨(ସ୍ବ.ପ୍ର.)-ପଠାଣି ସାମନ୍ତ ଏମାଟିର ପ୍ରଚଣ୍ଡ ପ୍ରତିଭା। ଏହି ପ୍ରତିଭା ଦିପ୍ତ ବିଶ୍ୱବିଖ୍ୟାତ୍‌ ଜ୍ୟୋର୍ତିବିଦ୍‌ ପଠାଣିସାମନ୍ତଙ୍କ ପାଇଁ ସାରା ଦେଶ ଗର୍ବିତ ା ତାଙ୍କୁ ଅନୁସରଣ କରିବା...

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି...

ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ...

Advertisement
Archives

Model This Week