Posted inରାଜ୍ୟ

ସବୁଦିନ ଟ୍ରାଫିକ୍‌ ଜାମ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ସହରୀଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ଭିଡ଼ରେ ଫସିବା ଭୟ ରହୁଛି। ଅଫିସ୍‌ ବା ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚତ୍ବେ ଆଶଙ୍କାରେ ରହୁଛନ୍ତି। ସେହିଭଳି ସହରକୁ ଆସୁଥିବା ବା ସହର ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ଭିଡ଼ରେ ଫସି ତିକ୍ତ ଅନୁଭୂତି ନେଇ ଯାଉଛନ୍ତି। ସହରର ଅଧିକାଂଶ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଉଥିଲେ ମଧ୍ୟ ସବୁଠୁ ବିପଜ୍ଜନକ ଜୋନ୍‌ ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ବିଶେଷକରି ସନ୍ଧ୍ୟାହେଲେ ବାଣୀବିହାର, ରସୁଲଗଡ ଓ ହଂସପାଳ ଛକରେ ସବୁଦିନ ଟ୍ରାଫିକ ଜାମ୍‌ ହେଉଛି। ଦୁର୍ଘଟଣା କିମ୍ବା ବର୍ଷା ହେଲେ କଥା ସରିଲା। ଘଟଣାସ୍ଥଳରୁ ବହୁ କିମି ଯାଏ ଗାଡିମୋଟର ଅଟକି ରହୁଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ଏହାକୁ ସଂଯୋଗ କରୁଥିବା ସହର ବା କଲୋନୀ ରାସ୍ତାରେ ମଧ୍ୟ ଲୋକେ ଫସି ରହୁଥିବାବେଳେ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି। ଇତିମଧ୍ୟରେ ଏସବୁସ୍ଥାନରେ ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନାଁ ଧରୁନି। ଶୁକ୍ରବାର ରସୁଲଗଡ ଛକରେ ଘଣ୍ଟା ଘଣ୍ଟା ଧରି ହୋଇଥିବା ଟ୍ରାଫିକ ଜାମ୍‌ରେ ଲୋକେ ଫସି ହଟହଟା ହୋଇଥିବାବେଳେ ଶନିବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଫଳରେ ଲୋକମାନଙ୍କୁ ଟ୍ରାଫିକରୁ ବାହାରିବା ପାଇଁ ବହୁ ହଇରାଣ ହେବାକୁ ପଡିଥିଲା। ତେବେ ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁ ନାହିଁ। ଏଥିପାଇଁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ୍‌ ପରିଚାଳନା ସହ ମନମୁଖି ରାସ୍ତା ନିର୍ମାଣକୁ ଦାୟୀ କରାଯାଉଥିଲେ ମଧ୍ୟ ସେପରି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ସେହିପରି ରାସ୍ତା ଉପରେ ଅବାଧ ପାର୍କିଂ, ଯାତ୍ରୀବାହୀ ଯାନଗୁଡିକ ରାସ୍ତା ଉପରୁ ଯାତ୍ରୀ ଉଠାଇବା, ରଙ୍ଗରୁଟ୍‌ରେ ଗାଡି ଚଳାଚଳ ଯୋଗୁ ମଧ୍ୟ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି। ସହରରେ ଟ୍ରାଫିକ ଜାମ୍‌ ବଡ ସମସ୍ୟା ଭାବେ ଉଭା ହୋଇଥିଲେ ମଧ୍ୟ ଏଥିପ୍ରତି ପୋଲିସ, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତପକ୍ଷ ତତ୍ପରତା ନ ଦେଖାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଶେଷକରି ବଡ ଧରଣର ଦୁର୍ଘଟଣା ଘଟିଲେ କିମ୍ବା ପ୍ରବଳ ବର୍ଷା ହେଲେ ଟ୍ରାଫିକ ଜାମ ହୋଇଥାଏ। କିନ୍ତୁ ଜାତୀୟ ରାଜପଥ ଓ ସହରର କୌଣସି ରାସ୍ତାରେ ସାମାନ୍ୟ ଦୁର୍ଘଟଣା ଘଟିଲେ କିମ୍ବା ଅନ୍ୟ କିଛି ଛୋଟ ମୋଟ କାରଣ ପାଇଁ ପ୍ରବଳ ଭିଡ ହେବା ଚିନ୍ତାର ବିଷୟ ପାଲଟିଛି। ଏମିତି କି ଶହେ ମିଟର ରାସ୍ତା ଯିବା ପାଇଁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇଥିବା କଟକ-ପୁରୀ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଆଜିର ନୁହେଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ରାସ୍ତାରେ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ମଧ୍ୟ ଅଧିକାଂଶ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। ରାସ୍ତା ସମ୍ପ୍ରସାରଣ ସତ୍ତ୍ୱେ ବି ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଅନ୍ୟପଟେ ଟ୍ରାଫିକ ପରିଚାଳନାରେ ଅଧିକ ପୋଲିସ କିମ୍ବା ଫୋର୍ସ ମୁତୟନ ହେଉ ନ ଥିବାରୁ ଟ୍ରାଫିକ କ୍ଲିୟର ହେବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସେହିଭଳି ପର୍ବପର୍ବାଣି ଓ ଭିଆଇପିଙ୍କ ଆଗମନ ସମୟରେ ରାସ୍ତା ଜାମ୍‌ ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ବାହାର କରି ଠିକ୍‌ ଟ୍ରାଫିକ ପରିଚାଳନା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଦିଗପହଣ୍ଡିରେ ୧୧୬୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ: ଶୁଭାରମ୍ଭ କଲେ ବିଧାୟକ ଡ. ସିଦ୍ଧାନ୍ତ

ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ…

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୫ ମୃତ, ୧୩ ଆହତ; ବିଏଲ୍ଏ ନେଲା ଦାୟିତ୍ବ

ବେଲୁଚିସ୍ତାନ,୧୩।୧୧: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଏକ ସୁରକ୍ଷା ଚୌକି ଉପରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ…

ଗିଡିପାବାଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ: ଆରଡିସିଙ୍କ ଗସ୍ତ ପରେ ଜିଲାପାଳଙ୍କ ପଦକ୍ଷେପ

ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ…

ହରମନପ୍ରୀତ୍‌ଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପୁର, ୧୩ା୧୧: ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଏକ ମହମ ପ୍ରତିମୂର୍ତ୍ତିକୁ ଶୁକ୍ରବାର ଉନ୍ମୋଚିତ କରାଯାଇଛି। ଏହା ତାଙ୍କ ପାଇଁ ଏକ ଗୌରବର…

UPMP ପୋର୍ଟାଲର ଶୁଭାରମ୍ଭ, ୬୧ ନୂତନ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ

କେସିଙ୍ଗା, ୧୩।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ନୂତନ UPMP ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏହି ଅବସରରେ…

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଜାଣନ୍ତୁ ଏହି ଆଥ୍‌ଲେଟଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୩ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଏଥର କେହି ଖେଳରନତ୍ ପୁରସ୍କାର ପାଇଁ ମନୋନୀତ ହୋଇ ନାହାନ୍ତି। ଅର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?