ଟ୍ରାଫିକ୍‌ ନବକଳେବରର ମନ୍ଥର ଗତି

ନୟାଗଡ଼ ଅଫିସ,୩।୧୧(ଲୋକନାଥ ମିଶ୍ର): ନୟାଗଡ ସହରର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ପାଇଁ ଉଦ୍ୟମ ହୋଇଥିଲା ା ନୟାଗଡ ଟ୍ରାଫିକ ପୋଷ୍ଟର ନବକଳେବର ପାଇଁ ପୁରୁଣା ବସଷ୍ଟାଣ୍ଡରେ ଶିଳାନ୍ୟାସ ହେବାର ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ ଗୋଲେଇ ଟ୍ରାଫିକରେ କାର୍ଯ୍ୟ ଅଟକି ରହିଛି । ଗୋଲେଇ ଟ୍ରାଫିକର କାମ ଗତ ଜୁଲାଇ ମାସରେ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା । ଅକ୍ଟୋବର ଯାଇ ନଭେମ୍ବର ମାସର ୨ ଦିନ ଶେଷ ହୋଇଥିଲେ ମଧ୍ୟ ଟ୍ରାଫିକ କାର୍ଯ୍ୟ ଶେଷ ହୋଇ ପାରୁନି । କାମ ଅଧାପନ୍ତରିଆ ହୋଇ ପଡି ରହିଥିବାବେଳେ ରାସ୍ତାର ଧୂଳିକୁ ବନ୍ଦ କରିବାକୁ ପାଣି ମଧ୍ୟ ପକାଯାଉନି ।
ଗତ ଫେବୃୟାରୀ ୨ରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୨କୋଟି ୧୫ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଟ୍ରାଫିକ ପୋଷ୍ଟ ସହ ରାସ୍ତାର ଶିଳାନ୍ୟାସ କରିଥିଲେ। ପ୍ରସ୍ତାବିତ ଟ୍ରାଫିକ ପୋଷ୍ଟଟି ଗୋଲେଇ ଛକ କରି ନିର୍ମାଣ କରାଯିବାର ରହିଛି । ଗୋଲେଇ ଟ୍ରାଫିକ ଛକର ଭିତର ପାର୍ଶ୍ୱ ୧୮ ମିଟର ଓ ଏହାର ଚାରିପାଖରେ ୩ ଲେନ ରାସ୍ତା ହେବ । ଏହି ୩ ଲେନ୍‌ ରାସ୍ତା ୧୦.୫ ମିଟରର ଚଉଡା କରାଯାଇ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଛି। ଗୋଲେଇ ଟ୍ରାଫିକ ଛକଠାରୁ ଓଡ଼ଗଁା, ଖୋର୍ଦ୍ଧା, ଦଶପଲ୍ଲା ଓ ଖଣ୍ଡପଡାକୁ ପଡିଥିବା ରାସ୍ତା ୧୪ ମିଟର ଓସାର ଭିତରେ ୪ ଲେନର କରାଯିବ । ପ୍ରସ୍ତାବିତ ଟ୍ରାଫିକର ଗୋଲେଇ ଛକଠାରୁ ଖୋର୍ଦ୍ଧା, ଦଶପଲ୍ଲା ଓ ଓଡଗଁା ରାସ୍ତାରେ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯିବ । ପୁଣି ଖଣ୍ଡପଡା ରୋଡରେ ୬୦ ମିଟର ରାସ୍ତା ଅନୁରୂପ ଭାବେ ପ୍ରଶସ୍ତୀକରଣ ହେବ । ଜୁଲାଇ ମାସରେ କାମ ଶେଷ ହେବାକୁ ସରକାର ଧାର୍ଯ୍ୟ କରିଥିବାବେଳେ ମେ ମାସ ଶେଷ ସୁଧା କାର୍ଯ୍ୟ ଶେଷ ହେବାର ଥିଲା । ତେବେ ମେ, ଜୁନ ଯାଇ ଜୁଲାଇ ଯାଇ ନଭେମ୍ବର ଆରମ୍ଭ ହୋଇଥିବାବେଳେ କାମ କଛପ ଗତିରେ ଚାଲିଛି । ଜାତୀୟ ରାଜପଥ ବିଭାଗ, ବିଦ୍ୟୁତ୍‌, ଜନସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ ଓ ପୌର ପରିଷଦ ସହଭାଗିତାରେ ପ୍ରକଳ୍ପର କାର୍ଯ୍ୟ ୨୦୨୩ ଜାନୁୟାରୀ ୨୧ରୁ ଆରମ୍ଭ ହୋଇଥିଲା । ହେଲେ ବିଭିନ୍ନ ବିଭାଗର ସମନ୍ବୟ ଅଭାବ ଯୋଗୁ କାମ ବିଳମ୍ବ ହେଉଥିବା କୁହାଯାଉଛି।
ଏନେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥର ସହକାରୀ ଯନ୍ତ୍ରୀ ସୁଲତା ସ୍ବାଇଁ କୁହନ୍ତି ଗୋଲେଇ ଟ୍ରାଫିକ ପାଇଁ ୨ କୋଟି ୧୫ ଲକ୍ଷ ଅର୍ଥ ମଞ୍ଜୁର ହୋଇଛି। ଆମେ କେବଳ ରାସ୍ତା କାର୍ଯ୍ୟ ପିଚୁ କରିବୁ । ନଭେମ୍ବର ଭିତରେ ଆମେ କାମ ଶେଷ କରିବୁ। ନୟାଗଡ଼ ପୌରାଞ୍ଚଳର ପୂର୍ବତନ ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କୁହନ୍ତି, ଗୋଲେଇ ଟ୍ରାଫିକ କାମ ଶୀଘ୍ର ଶେଷ କରିବା ଦରକାର । ଯାତ୍ରୀ ଓ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଟ୍ରାଫିକ ଛକ ନିକଟରେ ଧୂଳି ଉଡିବା ଯୋଗୁ ଯାତାୟତ କଷ୍ଟ ହେଉଛି । ଜିଲା ସର ମହକୁମାରେ କାମ ଜାଣିଶୁଣି କଛପ ଗତିରେ କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଅଙ୍କୁଶ ଲଗା ଯାଉ ନ ଥିବାରୁ ସାଧରଣ ଲୋକ ହଟହଟା ହେଉଛନ୍ତି । ଜିଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?