ଦିନକରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ

ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍‌ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୁଧବାର ଏହି ସଫଳତା ମିଳିଛି। ଏହାପୂର୍ବରୁ ୨୦୧୮ ଅକ୍ଟୋବର ୧୪ରେ ଗୋଟିଏ ଦିନରେ ୬,୩୯,୩୬୯ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ କରାଯାଇଥିଲା। ସେତେବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ୨ ଦିନ ପୋର୍ଟ ଅପରେଶନ ବନ୍ଦ ଥିଲା। ବାତ୍ୟା ବିପଦ ଟଳିବା ପରେ ଆଙ୍କରେଜରେ ଥିବା ଜାହାଜଗୁଡିକୁ ପ୍ରବେଶ କରାଯାଇ ପଣ୍ୟ ବୋଝେଇ ଖଲାସ କରାଯାଇଥିଲା। ଏବେ ସେପରି କୌଣସି ଘଟଣା ନ ଥାଇ ଏପରି ସଫଳତା ହାସଲ କରିଛି। ସେହିପରି ଆଉ ଏକ ଘଟଣା ହେଲା ବୁଧବାର କେଆଇସିଟି ବର୍ଥରେ ୧,୪୬,୫୫୪ ମେଟ୍ରିକ ଟନ ବୋଝେଇ ବିଶିଷ୍ଟ ଏମ୍‌.ଭି.ଗୋଲ୍ଡେନ ବର୍ଣ୍ଣେଟ ନାମକ ଜାହାଜ ଲାଗିଥିଲା। ଏ ପର୍ଯ୍ୟନ୍ତ ଲାଗିଥିବା ଜାହାଜ ମଧ୍ୟରେ ଏହା ବୃହତ୍‌ ବୋଲି କୁହାଯାଇଛି। ଚଳିତ ଆର୍ଥିକ ବର୍ଷ (୩୧ ମାର୍ଚ୍ଚ) ପୂର୍ବରୁ ୧୨୫ ମିଲିୟନ ମେଟ୍ରିକ୍‌ ଟନ ପଣ୍ୟ କାରବାର ହୋଇ ସାରିଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ନାଲ୍‌କୋ ବିଶ୍ୱକର୍ମା ପୂଜା

ବଅଁରପାଳ, ୧୯।୯ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମା ପୂଜାରେ ପ୍ରବଳ ଗହଳି ହେଉଛି। ପ୍ରଥମ ଦିନରେ ୩୦...

ଅବାଧରେ ଚାଲିଛି ମୋରମ ଚାଲାଣ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ...

୨ ବର୍ଷର ଝିଅକୁ କଚାଡ଼ି ମାରିଲେ ବାପା

ଦେବଗଡ଼,୧୬ା୧(ଡି.ଏନ୍‌.ଏ.): ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛନ୍ତି ବାପା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜଲା ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା...

ଘରକୁ ଘର ବୁଲିଲେଣି ପ୍ରାର୍ଥୀ

ଡେରାବିଶ,୨୪ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୧ ତାରିଖ ପ୍ରାର୍ଥିପତ୍ର ଦାଖଲ ପରେ ଶନିବାରଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ରବିବାର ଅପରାହ୍ନରେ ଶେଷ ହୋଇଛି।...

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

ଶିକ୍ଷା ବିଭାଗର ଅଜବ ନୀତି: ସୁରଭି ପରଦିନ ଷାଣ୍ମାସିକ ପରୀକ୍ଷା

(ଦିନେଶ ଦେହୁରୀ) ବନ୍ତଳା,୨୭।୧୦ – ଅନୁଗୋଳ ଶିକ୍ଷା ଜିଲାରେ ଶିକ୍ଷା ବିଭାଗର ଅଜବ ନୀତି ପ୍ରତିଭା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଗଣ...

କଳାବ୍ୟାଜ୍‌ ପରିଧାନ କଲେ ଚିନିଶିଳ୍ପ ଶ୍ରମିକ

ଆସିକା,୧୦ା୧(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି...

ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍‌ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ...

Advertisement
Archives

Model This Week