ଜେଏସ୍‌ଏଲ୍‌ ପରିସରରେ ଇଭି ଯାନର ଶୁଭାରମ୍ଭ

ଭୁବନେଶ୍ୱର,୧୬।୧୨:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ କାରଖାନା ପରିସରରେ ୪ଟି ଟାଟା ନେକ୍ସନ୍‌ ଇଭି ମ୍ୟାକ୍ସର ଚଳାଚଳ ଆରମ୍ଭ ହୋଇଯାଇଛି। ଏପରିକି ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ -୨୨ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ଯାଜପୁର ୟୁନିଟ୍‌ ହେଡ୍‌ ଦୀପକ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗର ମୁଖ୍ୟ କଲ୍ୟାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସ୍ଥିର ମୂଳଦୁଆ ଉପରେ ଏକ ଉଲ୍ଲେଖନୀୟ ବ୍ୟବସାୟ ଗଠନ ଆମର ଲକ୍ଷ୍ୟ। ଗତ ଆର୍ଥତ୍କ ବର୍ଷରେ ଆମେ ୧.୪ ଲକ୍ଷ ଟନ୍‌ ସିଓ୨ ହ୍ରାସ କରିଛୁ ଏବଂ ୨୦୫୦ ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ହାସଲ କରିବାକୁ ମଧ୍ୟ ସ୍ଥିର କରିଛୁ। ଏପରିକି ଆମ ପ୍ଲାଣ୍ଟରେ ବୈଦ୍ୟୁତିକ ଯାନଗୁଡିକ ଚଳାଚଳ ଆରମ୍ଭ ଆମର ଡିକାର୍ବୋନାଇଜେସନ୍‌ ପଦକ୍ଷେପର ଏକ ଅଂଶ। ଜେଏସ୍‌ଏଲ୍‌ କେବଳ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନରେ ସର୍ବୋତ୍ତମ ନୁହେଁ, ସ୍ଥାୟୀ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନରେ ସର୍ବୋତ୍ତମ ହେବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ସେହିଭଳି ଅଗ୍ରୱାଲ କହିଛନ୍ତି, ୟୁନିଟ୍‌ ପରିସରରେ ଇଭି ଯାନ ଚଳାଇବା ସହ ଜିନ୍ଦଲ ଷ୍ଟେନ୍‌ଲେସ୍‌ ବିସ୍ତାର ପାଇଁ ଏକ ସ୍ଥାୟୀ ପଥ ଦିଗରେ ଅନେକ ପଦକ୍ଷେପ ନେଇଛି। ବିଶେଷକରି ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ସୌର ଓ ପବନ ଶକ୍ତିରେ ବିନିଯୋଗ ଆରମ୍ଭ କରିସାରିଛୁ। ଏହି ଯାନଗୁଡ଼ିକର ବ୍ୟବହାର ସହ ବାର୍ଷିକ ଆନୁମାନିକ କାର୍ବନ ନିର୍ଗମନ ୫୪ ଟିସିଓ୨ ହ୍ରାସ ହେବ। ଉଲ୍ଲେଖଯୋଗ୍ୟ, ଆଗାମୀ ଦିନ ମଧ୍ୟରେ ଜେଏସ୍‌ଏଲ୍‌ ଯାଜପୁର ପ୍ଲାଣ୍ଟ ପରିସରରେ ୩୦ଟି ଇଭି କାର୍‌ ଏବଂ ବସ୍‌ ଚଳାଇବାକୁ କମ୍ପାନୀ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?