Posted inଜାତୀୟ

ଆସନ୍ତା ସପ୍ତାହରେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବ୍ୟବସାୟୀ

ନୂଆଦିଲ୍ଲୀ,୧୯ା୭:ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିରେ ଦେଶବାସୀ ଘାଣ୍ଟି ହେଉଥିବାବେଳେ ସୋମବାରଠାରୁ ପୂର୍ବରୁ ପ୍ୟାକ୍‌ ହୋଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା କ୍ଷୀର, ଦହି, ପନିର, ମାଛ, ମାଂସ, ଚୁଡ଼ା, ମୁଢ଼ି ଏବଂ ନନ୍‌ବ୍ରାଣ୍ଡେଡ୍‌ ଅଟା, ଚାଉଳ ଉପରେ କେନ୍ଦ୍ର ସରକାର ୫% ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଲାଗୁ କରିଛନ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଦେଶର ବ୍ୟବସାୟୀ ଏବଂ ଦୋକାନୀମାନେ ଆସନ୍ତା ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଗ୍ରଣୀ ବ୍ୟବସାୟୀ ଗୋଷ୍ଠୀର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କଠାରୁ ଜଣାପଡ଼ିଛି।
ବିଭିନ୍ନ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଅନ୍‌ବ୍ରାଣ୍ଡେଡ୍‌ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ହେବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। କରୋନା ଯୋଗୁ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଥିବାରୁ ବ୍ୟବସାୟୀମାନେ ତାହାର କୁପରିଣାମ ଭୋଗୁଛନ୍ତି। ଏଭଳିସ୍ଥଳେ ଘରୋଇ ଏଲ୍‌ପିଜି, ସବୁପ୍ରକାର ଘରକରଣା ଓ ପ୍ରତିଦିନ ଆବଶ୍ୟକ ହେଉଥିବା ସାମଗ୍ରୀର ମୂଲ୍ୟ ନିୟମିତ ବଢ଼ିଚାଲିଛି। ଏଥିରେ ଉଭୟ ଖାଉଟି ଏବଂ ବ୍ୟବସାୟୀ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଥିବାବେଳେ ପୁଣି ଉପରୋକ୍ତ ଜିଏସ୍‌ଟି ଲାଗୁ ଚିନ୍ତା ବଢ଼ାଇଛି ବୋଲି କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସଭାପତି ପରବିନ୍‌ ଖଣ୍ଡେଲଓ୍ବାଲ କହିଛନ୍ତି। ୧ କୋଟିରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଦୋକାନୀ ଏବଂ ପାଇକାରୀ ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା ସିଏଆଇଟିର ସଭାପତି ଖଣ୍ଡେଲଓ୍ବାଲ କହିଛନ୍ତି ଯେ, ଦେଶବ୍ୟାପୀ କ୍ରମାଗତ ପ୍ରତିବାଦ ଆନ୍ଦୋଳନ କରାଯିବ। ଏନେଇ ଆସନ୍ତା ୨୬ ତାରିଖରେ ଭୋପାଳରେ ବିଭିନ୍ନ ରାଜ୍ୟର ବ୍ୟବସାୟୀ ସଂଘ ସଦସ୍ୟଙ୍କ ବୈଠକ ହେବ ବୋଲି ଖଣ୍ଡେଲଓ୍ବାଲ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଭାଜପା ଶାସିତ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏହି ଆନ୍ଦୋଳନ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଭୋଟ ରାଜନୀତିରେ ମୋଦିଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବା କ୍ଷୁଦ୍ର ବ୍ୟବସାୟୀ ଏବଂ ଦୋକାନୀମାନେ ଏବେ ଜିଏସ୍‌ଟି ଜାଲରେ ଛନ୍ଦି ହୋଇଯାଇଛନ୍ତି, ଯାହାକୁ ମୋଦି ୨୦୧୭ରେ ପ୍ରାୟ ୨୦ ପ୍ରକାର ସଂଘୀୟ ଏବଂ ରାଜ୍ୟ ଟିକସକୁ ହଟାଇ ଲାଗୁ କରିଥିଲେ। ଭାରତକୁ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ମୋଦି ଜିଏସ୍‌ଟି ଲାଗୁକରିଥିଲେ। ହେଲେ ଏବେ ଦେଶର ଅର୍ଥନୀତି ଭୁଶୁଡ଼ିପଡ଼ିଛି ଏବଂ ତାହାର କୁପରିଣାମ ଉଭୟ ଦେଶବାସୀ ଏବଂ ବ୍ୟବସାୟୀ ଭୋଗୁଛନ୍ତି ବୋଲି ବ୍ୟବସାୟୀ ମହଲରେ ସମାଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri