Posted inଜାତୀୟ

ଆସନ୍ତା ସପ୍ତାହରେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବ୍ୟବସାୟୀ

ନୂଆଦିଲ୍ଲୀ,୧୯ା୭:ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିରେ ଦେଶବାସୀ ଘାଣ୍ଟି ହେଉଥିବାବେଳେ ସୋମବାରଠାରୁ ପୂର୍ବରୁ ପ୍ୟାକ୍‌ ହୋଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା କ୍ଷୀର, ଦହି, ପନିର, ମାଛ, ମାଂସ, ଚୁଡ଼ା, ମୁଢ଼ି ଏବଂ ନନ୍‌ବ୍ରାଣ୍ଡେଡ୍‌ ଅଟା, ଚାଉଳ ଉପରେ କେନ୍ଦ୍ର ସରକାର ୫% ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଲାଗୁ କରିଛନ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଦେଶର ବ୍ୟବସାୟୀ ଏବଂ ଦୋକାନୀମାନେ ଆସନ୍ତା ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଗ୍ରଣୀ ବ୍ୟବସାୟୀ ଗୋଷ୍ଠୀର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କଠାରୁ ଜଣାପଡ଼ିଛି।
ବିଭିନ୍ନ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଅନ୍‌ବ୍ରାଣ୍ଡେଡ୍‌ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ହେବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। କରୋନା ଯୋଗୁ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଥିବାରୁ ବ୍ୟବସାୟୀମାନେ ତାହାର କୁପରିଣାମ ଭୋଗୁଛନ୍ତି। ଏଭଳିସ୍ଥଳେ ଘରୋଇ ଏଲ୍‌ପିଜି, ସବୁପ୍ରକାର ଘରକରଣା ଓ ପ୍ରତିଦିନ ଆବଶ୍ୟକ ହେଉଥିବା ସାମଗ୍ରୀର ମୂଲ୍ୟ ନିୟମିତ ବଢ଼ିଚାଲିଛି। ଏଥିରେ ଉଭୟ ଖାଉଟି ଏବଂ ବ୍ୟବସାୟୀ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଥିବାବେଳେ ପୁଣି ଉପରୋକ୍ତ ଜିଏସ୍‌ଟି ଲାଗୁ ଚିନ୍ତା ବଢ଼ାଇଛି ବୋଲି କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସଭାପତି ପରବିନ୍‌ ଖଣ୍ଡେଲଓ୍ବାଲ କହିଛନ୍ତି। ୧ କୋଟିରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଦୋକାନୀ ଏବଂ ପାଇକାରୀ ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା ସିଏଆଇଟିର ସଭାପତି ଖଣ୍ଡେଲଓ୍ବାଲ କହିଛନ୍ତି ଯେ, ଦେଶବ୍ୟାପୀ କ୍ରମାଗତ ପ୍ରତିବାଦ ଆନ୍ଦୋଳନ କରାଯିବ। ଏନେଇ ଆସନ୍ତା ୨୬ ତାରିଖରେ ଭୋପାଳରେ ବିଭିନ୍ନ ରାଜ୍ୟର ବ୍ୟବସାୟୀ ସଂଘ ସଦସ୍ୟଙ୍କ ବୈଠକ ହେବ ବୋଲି ଖଣ୍ଡେଲଓ୍ବାଲ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଭାଜପା ଶାସିତ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏହି ଆନ୍ଦୋଳନ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଭୋଟ ରାଜନୀତିରେ ମୋଦିଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବା କ୍ଷୁଦ୍ର ବ୍ୟବସାୟୀ ଏବଂ ଦୋକାନୀମାନେ ଏବେ ଜିଏସ୍‌ଟି ଜାଲରେ ଛନ୍ଦି ହୋଇଯାଇଛନ୍ତି, ଯାହାକୁ ମୋଦି ୨୦୧୭ରେ ପ୍ରାୟ ୨୦ ପ୍ରକାର ସଂଘୀୟ ଏବଂ ରାଜ୍ୟ ଟିକସକୁ ହଟାଇ ଲାଗୁ କରିଥିଲେ। ଭାରତକୁ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ମୋଦି ଜିଏସ୍‌ଟି ଲାଗୁକରିଥିଲେ। ହେଲେ ଏବେ ଦେଶର ଅର୍ଥନୀତି ଭୁଶୁଡ଼ିପଡ଼ିଛି ଏବଂ ତାହାର କୁପରିଣାମ ଉଭୟ ଦେଶବାସୀ ଏବଂ ବ୍ୟବସାୟୀ ଭୋଗୁଛନ୍ତି ବୋଲି ବ୍ୟବସାୟୀ ମହଲରେ ସମାଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri