କାଠଯୋଡ଼ି ବନ୍ଧରେ ଜମୁଛି କୁଲା, ବାଉଁଶିଆ ବେପାର

କଟକ ଅଫିସ, ୧୩ା୧୦: କଟକର ଐତିହାସିକ ଦେବୀଗଡ଼ା ଘାଟ। ଦୀର୍ଘବର୍ଷ ହେବ କାଠଯୋଡି ନଦୀର ଉକ୍ତ ଘାଟରେ ପାର୍ବଣ ସମୟରେ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ କରାଯାଇଆସୁଛି। ବିଶେଷକରି ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଦେଖିବାକୁ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିଥାନ୍ତି। ଫଳରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲାରୁ ବ୍ୟବସାୟୀମାନେ ବାଉଁଶଯାତ ଘରକରଣା ସାମଗ୍ରୀ ଆଣି ଏଠାକୁ ବ୍ୟବସାୟ କରିବାକୁ ଆସିଥାନ୍ତି। ଲୋକମାନେ ଭସାଣି ଦେଖିବା ସହ କୁଲା, ବାଉଁଶିଆ, ଟୋକେଇ, ଛାଞ୍ଚୁଣି ଭଳି ସାମଗ୍ରୀ କିଣି ଘରକୁ ନେଇଥାନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ଜିଲାରୁ ବ୍ୟବସାୟୀମାନେ ଆସି କାଠଯୋଡି ନଦୀ ରିଂବନ୍ଧ ରାସ୍ତାପାର୍ଶ୍ୱରେ ବାଉଁଶଯାତ ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭସାଣି ଦେଖିବା ସହ ଉକ୍ତ ସାମଗ୍ରୀ କିଣି ଘରକୁ ନେଇଥିଲେ। ଏବେବି ସେଠାରେ ବେପାର ଜମୁ ଥିବା ଦେଖିବାକୁ ମିଳିଛି।

ଡାଲା, ବାଉଁଶିଆ ଓ କୁଲା ସହ ଛୁଆଙ୍କ ପାଇଁ ଖେଳନା କିଣିଲି ା ଚଳିତବର୍ଷ ଭଲ ସାମଗ୍ରୀ ଥିଲେ ମଧ୍ୟ ଦାମ୍‌ ବହୁତ ଅଧିକା ରହିଥିଲା। ତେଣୁ ମୁଲଚାଲ କରି କିଣିବାକୁ ପଡିଲା। ୨ ବର୍ଷପରେ ଏଠାକୁ ଆସି ବହୁତ ଖୁସି ଲାଗିଲା।
-ଉର୍ବଶୀ ମହାନ୍ତି, ଗ୍ରାହକ, ସାତ୍ତୋଳ

କରୋନା ମହାମାରୀ ଯୋଗୁ ୨ ବର୍ଷ ହେବ ମା’ ଦୁର୍ଗାଙ୍କ ଭସାଣି ଦେଖିବାରୁ ବଞ୍ଚିତ ହୋଇଥିଲି। ଚଳିତବର୍ଷ ଭସାଣି ଦେଖିବା ପାଇଁ ପରିବାର ସହ ଆସିଥିଲି। ଏଥିସହ ରିଂବନ୍ଧ ରାସ୍ତାପାର୍ଶ୍ୱରେ ବିକ୍ରି ହେଉଥିବା ଘରକରଣା ସାମଗ୍ରୀ କିଣି ଘରକୁ ଫେରିଥିଲି।
-ପ୍ରମିଳା ଜେନା, ଗ୍ରାହକ, ସାଲେପୁର

୨ ବର୍ଷ ପରେ ଏଠାକୁ ବ୍ୟବସାୟ କରିବାକୁ ପାଇଁ ଆସିଛି। ହେଲେ ବର୍ଷା ଯୋଗୁ ବେପାର ମାନ୍ଦା ହୋଇଛି। କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦୋକାନ ଖୋଲିବୁ। ଆଶା କରୁଛି ଭଲ ବ୍ୟବସାୟ ହେବ।
-ଅଭିମନ୍ୟୁ ବେହେରା,
ବ୍ୟବସାୟୀ, ଯାଜପୁର

ପ୍ରାୟ ୧୫ ବର୍ଷ ହେବ ଭସାଣି ସମୟରେ ଡାଲା, ବାଉଁଶିଆ, କୁଲା ଭଳି ବାଉଁଶଯାତ ସାମଗ୍ରୀ ବିକ୍ରି କରିବା ପାଇଁ ଏଠାକୁ ଆସୁଛି। ପ୍ରତିବର୍ଷ ଭଲ ବ୍ୟବସାୟ ହୋଇଥାଏ। ଚଳିତବର୍ଷ ବର୍ଷା ଯୋଗୁ ବ୍ୟବସାୟ କମ୍‌ ହୋଇଛି।
-ଜି. ଅଞ୍ଜୁଳା, ବ୍ୟବସାୟୀ, ଗଞ୍ଜାମ


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?