କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୫।୯: କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର କହିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। ଭାରତ ସହ ସମ୍ପର୍କ ସୁଦୃଢ କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରି ସେ କହିଛନ୍ତି ଯେ, ଆମେ ଯୁଦ୍ଧ ଚାହୁଁ ନାହୁଁ। ବିବାଦୀୟ ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁ।
କାକର କହିଛନ୍ତି, ଭାରତ ବୃହତ୍ତମ ଗଣତନ୍ତ୍ରରୁ ସର୍ବଶ୍ରେଷ୍ଠ ଗଣତନ୍ତ୍ରରେ ପରିଣତ ହେବା ଉଚିତ୍‌। ଯଦି କଶ୍ମୀର ପ୍ରସଙ୍ଗରେ ଭାରତ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରେ, ତେବେ ପାକିସ୍ତାନ ‘ସାଥୀ’ ଭୂମିକା ଗ୍ରହଣ କରିବ। ସାମ୍ପ୍ରତିକ ପରିସ୍ଥିତିରେ ଦୁଇ ପଡୋଶୀ ଦେଶ ମଧ୍ୟରେ ବାଣିଜ୍ୟ ପୁନଃସ୍ଥାପିତ ହୋଇପାରିବ ନାହିଁ। କଶ୍ମୀର ହେଉଛି ମୂଳ ପ୍ରସଙ୍ଗ, କିନ୍ତୁ ଯେତେବେଳେ ଆମେ କହିଥାଉ ଯେ କଶ୍ମୀର ହେଉଛି ମୂଳ ପ୍ରସଙ୍ଗ, ଏହାର ଅର୍ଥ ନୁହେଁ ଯେ ଆମେ ସବୁବେଳେ ଭାରତ ସହ ଲଢେଇ ଜାରି ରଖିବାକୁ ଚାହୁଁ।
ଅଗଷ୍ଟ ୫, ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ଏବଂ ପାକସ୍ତାନ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ସ୍ବତନ୍ତ୍ର ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri