ଅଗଷ୍ଟରେ ୨୦%, ଜୁଲାଇରେ ୩୭% କମ୍‌ ବର୍ଷା

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଆବଶ୍ୟକତାଠାରୁ ୨୦ ପ୍ରତିଶତ କମ୍‌ ବର୍ଷା ଧାନ ଫସଲକୁ ଉଜାଡ଼ି ଦେଇଛି। ଧାନଗଛ ସବୁ ହଳଦିଆ ହେବାକୁ ବସିଛି। ଜୁଲାଇରେ ଆବଶ୍ୟକତାଠାରୁ ୩୭% କମ୍‌ ବର୍ଷା ହୋଇଥିଲା। ଏବେ ପୁଣି ବର୍ଷା ଅଭାବ ଚାଷୀକୁଳଙ୍କୁ ଅଡୁଆରେ ପକାଇଛି। ଏବେ ଧାନଗଛରେ କ୍ଷୀର ଢୋକିବା ଆରମ୍ଭ ହେଉଥିବାବେଳେ ବର୍ଷା ଧୋକା ଦେଇଛି। ଗତବର୍ଷ ଖରିଫ ଋତୁରେ ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଓ ଅଣଧାନ ନଷ୍ଟ ହୋଇଯାଇଥିଲା। ସେହି କ୍ଷୟକ୍ଷତି ଭରଣା ପାଇଁ ଚାଷୀ ଚଳିତବର୍ଷ ଅଣ୍ଟା ଭିଡିଥିବାବେଳେ ବର୍ଷାଭାବରୁ ଧାନଗଛ ପୋଡ଼ିଯିବାକୁ ବସିଲାଣି।
ଯାଜପୁର ଜିଲା କଳିଙ୍ଗନଗରରେ ସିମେଣ୍ଟ ଏବଂ ଷ୍ଟିଲ କାରଖାନାଗୁଡ଼ିକ ଗଢ଼ିଉଠିଛି। ଏହାବାଦ ଜିଲାର ଧର୍ମଶାଳା ତହସିଲ ଅଧୀନରେ ଜଙ୍ଗଲ ଜମିରେ ଶତାଧିକ ବେଆଇନ କଳାପଥର ଖାଦାନ ଚାଲିଛି। ଏଠାରେ ଜଙ୍ଗଲ ସୃଷ୍ଟି ବଦଳରେ ଜଙ୍ଗଲ କାଟି ବିପୁଳ କୋଟି ଅର୍ଥ ଲୋଭରୁ ବେଆଇନ କଳାପଥର କାରବାରକୁ ପ୍ରୋତ୍ସାହିତ କରାଯାଉଛି। ବିିଭିନ୍ନ ନିର୍ବାଚନ ଆସିଲେ ବେଆଇନ ପଥର ବ୍ୟବସାୟୀମାନଙ୍କୁ ଗୋଟିଏରୁ ୩ଟି ଲେଖାଏ ପଞ୍ଚାୟତର ନିର୍ବାଚନ ଦାୟିତ୍ୱ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ସେମାନେ ବିପୁଳ ଅର୍ଥରେ ଭୋଟରମାନଙ୍କୁ ଆକୃଷ୍ଟ କରି ବଡ଼ ବ୍ୟବଧାନରେ ଶାସକ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଉଥିବା ଚର୍ଚ୍ଚା ହେଉଛି। ତେଣୁ ସେମାନେ ଜଙ୍ଗଲ କାଟିଲେ ବି କିଛି ଫରକ ପଡୁନାହିଁ। ହେଲେ ଜଙ୍ଗଲ ଧ୍ୱଂସର କୁପରିଣାମ ସ୍ବରୂପ ଜଳବାୟୁ ପରିବର୍ତ୍ତନ ଦେଖାଦେଇ ନାନା ପ୍ରାକୃତିକ ଦୁର୍ବିପାକ ଘଟୁଛି। ଦେଶକୁ ଖାଦ୍ୟ ଯୋଗାଇ ଥିବା ଚାଷୀମାନେ ନାହିଁ ନଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷେ କଳାପଥର ଖାଦାନରେ ବିସ୍ଫୋରଣ ଏବଂ ପରିବହନ ସମୟରେ ଉତ୍କଟ ପ୍ରଦୂଷଣ, ବିପୁଳ ପରିମାଣରେ ଜୀବାଶ୍ମ ଇନ୍ଧନର ବ୍ୟବହାର ଯୋଗୁ ପରିବେଶ ନଷ୍ଟ ହେଉଥିବା କୁହାଯାଉଛି। ଏହାବାଦ୍‌ କମ୍ପାନୀଗୁଡ଼ିକରେ ପ୍ରତିଷ୍ଠିତ କେତେକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଯୋଗୁ ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ପରିମାଣ ବୃଦ୍ଧିପାଉଛି। ସୂର୍ଯ୍ୟାଲୋକର ଅବଲୋହିତ ରଶ୍ମିକୁ ଶୋଷଣ ଓ ଧାରଣ କରିବାର କ୍ଷମତା ଏହି ବାଷ୍ପର ଅଧିକ ଥିବାରୁ ତାହା ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି କରିବାରେ ସାହାଯ୍ୟ କରୁଛି ବୋଲି ମତପ୍ରକାଶ ପାଇଛି। କମ୍ପାନୀରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବିଷାକ୍ତ ପାଣିରେ ଜମିର ଉର୍ବରତା ନଷ୍ଟ ହେଉଛି। ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ହାନି ହେବା ସହ ବହୁ ଧନଜୀବନ ନଷ୍ଟ ହେଉଛି। ବିଡ଼ମ୍ବନା ଯେ, ଅଗଷ୍ଟରେ ମଧ୍ୟ କଳାପଥର ଖାଦାନରେ ଭରପୂର ଧର୍ମଶାଳା ବ୍ଲକରେ ସର୍ବନିମ୍ନ ୧୭୧ ମିମି ବର୍ଷା ରେକର୍ଡ କରାଯାଇଛି। ଆଶ୍ଚର୍ଯ୍ୟର କଥା, ଅଗଷ୍ଟରେ ଏହି ବ୍ଲକ ଅଞ୍ଚଳରେ ୪ରୁ ୧୩ ତାରିଖ, ୧୫, ୧୬, ୨୦, ୨୧ ଏବଂ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ବୁନ୍ଦାଏ ବି ବର୍ଷା ହୋଇ ନ ଥିବା ରେକର୍ଡରୁ ସୂଚନା ମିଳିଛି। ଏହି ତଥ୍ୟ ଅବଲୋକନ କଲେ ଜିଲାର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଚଳିତ ବର୍ଷ ଜୁଲାଇରେ ଏହି ବ୍ଲକ ଅଞ୍ଚଳରେ ମାତ୍ର ୧୦୮ ମିମି ବର୍ଷା ହୋଇଥିଲା। ଏଥିରେ ଜୁଲାଇ ୨ରୁ ୫, ୭ରୁ ୧୩, ୧୭ରୁ ୧୯ ଏବଂ ୨୫,୨୯ ଓ ୩୦ ତାରିଖରେ ବୁନ୍ଦାଏ ବି ବର୍ଷାପାଣି ଏହି ବ୍ଲକ ଅଞ୍ଚଳରେ ପଡ଼ିନାହିଁ। ପ୍ରାୟତଃ ବର୍ଷର ଜୁନ, ଜୁଲାଇ ଓ ଅଗଷ୍ଟର ବର୍ଷାକୁ ଚାଷୀ ଧାନଚାଷ ପାଇଁ ଅନେଇ ବସିଥାନ୍ତି। କିନ୍ତୁ ଚଳିତ ମାସ ମୌସୁମୀ ପ୍ରବାହ ଶୁଷ୍କ ହେବା ଏବଂ ରୌଦ୍ରତାପ ହେବା କାରଣରୁ ଅନେକ ଜମିରେ ମାଟି ଫାଟି ଆଁ କଲାଣି। ଅଣଜଳସେଚିତ ଅଞ୍ଚଳରେ ଧାନ ଚାଷ ବହୁଳ ଭାବେ କ୍ଷୟକ୍ଷତି ହେବା ଆଶଙ୍କା ଦେଖାଦେଇଛି। ଆସନ୍ତା ୪/୫ ଦିନ ମଧ୍ୟରେ ଭଲ ଅସରାଏ ବର୍ଷା ନ ହେଲେ ଧାନଗଛ ସବୁ ମରିଯବ ବୋଲି ଚାଷୀମାନେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri