Posted inଜାତୀୟ

ଟ୍ରାକ୍ଟର ରାଲିକୁ ପୋଲିସ ଅନୁମତି

ନୂଆଦିଲ୍ଲୀ, ୨୫।୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିଛି। ରବିବାର ଏ ସମ୍ପର୍କରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି। ଜାନୁୟାରୀ ୨୬ରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର କରିବା ଲାଗି କୃଷକ ସଂଗଠନଗୁଡ଼ିକ ସହମତ ହେବା ପରେ ଅନୁମତି ଦିଆଯାଇଛି। ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚାଷୀନେତାମାନଙ୍କୁ ଅବଗତ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ପରେଡ୍‌ ଦେଶର ଗର୍ବ ହୋଇଥିବାରୁ ଏହା ଯେପରି ବ୍ୟାଘାତ ନ ହୁଏ, ସେଥିପାଇଁ ସ୍ବତନ୍ତ୍ର ପୋଲିସ କମିଶନର(ଗୋଇନ୍ଦା) ଦେପେନ୍ଦ୍ର ପାଠକ ବାରମ୍ବାର ସତର୍କ କରାଇଥିଲେ।
କୃଷକ ନେତାଙ୍କ ସହ ହୋଇଥିବା ସହମତି ଅନୁଯାୟୀ ପୋଲିସ ଟିକ୍ରି ସୀମାରୁ ବ୍ୟାରିକେଡ୍‌ ହଟାଇବା ସହ ୫୨-୬୩ କିଲୋମିଟର ରାସ୍ତାକୁ ଅବରୋଧ ମୁକ୍ତ କରିବ। ସେହିପରି ସିଙ୍ଘୁ ସୀମାରୁ ଅନ୍ୟ ଏକ ୬୦ କିଲୋମିଟର ରାସ୍ତା ଏବଂ ଗାଜିପୁର ସୀମାରୁ ୪୬ କିଲୋମିଟର ରାସ୍ତାକୁ ଟ୍ରାକ୍ଟର ରାଲି ପାଇଁ ଛାଡ଼ିଦିଆଯିବ। ଦିଲ୍ଲୀ ସୀମା ଭିତରେ ୧୦୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତାରେ ଟ୍ରାକ୍ଟର ପରେଡ୍‌ ହେବ। ପ୍ରଥମ ରୁଟ୍‌ ସିଙ୍ଘୁ ସୀମାରୁ ଆରମ୍ଭ ହୋଇ ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରୁ ବାଓ୍ବାନା ପର୍ଯ୍ୟନ୍ତ ଯିବ। ସେହିପରି ଦ୍ୱିତୀୟ ରୁଟ୍‌ରେ ରାଲି ଟିକ୍ରି ସୀମାରୁ ବାହାରି ନଙ୍ଗଲୋଇ-ନଜଫଗଡ଼ ଏବଂ ଝାରୋଡା ଦେଇ ଯିବାକୁ ଥିବାବେଳେ ତୃତୀୟ ରୁଟରେ ଗାଜିପୁରରୁ ଆରମ୍ଭ ହୋଇ ଅପ୍ସରା ସୀମା ଓ ହାପୁର ପର୍ଯ୍ୟନ୍ତ ଯିବ। ସମସ୍ତ ଶୋଭାଯାତ୍ରା କୁଣ୍ଡଲି ମାନେସାର ପଲଓ୍ବାଲ୍‌ ଏକ୍ସପ୍ରେସ୍‌ ଓ୍ବେରେ ଏକାଠି ହେବେ। ଟିକ୍ରି ସୀମାରୁ ୭ରୁ ୮ ହଜାର ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବାକୁ ଥିବାବେଳେ ଗାଜିପୁର ସୀମାରୁ ୧,୦୦୦ ଏବଂ ସିଙ୍ଘୁ ସୀମାରୁ ୫,୦୦୦ ଚାଷୀ ଟ୍ରାକ୍ଟର ରାଲିରେ ବାହାରିବେ।
ମଙ୍ଗଳବାର ସାଧାରଣତନ୍ତ୍ର ପରେଡ୍‌ ପରେ ଟ୍ରାକ୍ଟର ରାଲି କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ। ପ୍ରସ୍ତାବିତ ରାଲିକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନରେ ୩୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ ହ୍ୟାଣ୍ଡଲ୍‌ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ପୋଲିସ କମିଶନର କହିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଜାନୁୟାରୀ ୧୩ରୁ ୧୮ ମଧ୍ୟରେ ଏହିସବୁ ଟୁଇଟର ହ୍ୟାଣ୍ଡଲ୍‌ ସୃଷ୍ଟି ହୋଇଥିବା ବିଭିନ୍ନ ସଂସ୍ଥାଠାରୁ ସୂଚନା ମିଳିଛି। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ତେବେ କଡ଼ା ସୁରକ୍ଷା ମଧ୍ୟରେ ରାଲି କରାଯିବ ବୋଲି ଖବରଦାତା ସମ୍ମିଳନୀରେ ପାଠକ କହିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ଚାଷୀ ନଭେମ୍ବର ମାସରୁ ଆନ୍ଦୋଳନରେ ବସିଛନ୍ତି। ସରକାରଙ୍କ ସହ ବାରମ୍ବାର ବୈଠକ ସତ୍ତ୍ୱେ ସମାଧାନର ବାଟ ବାହାରିପାରୁ ନ ଥିବାରୁ କୃଷକ ସଂଗଠନଗୁଡ଼ିକ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିକ୍ରମରେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଯୋଜନା ହୋଇଛି। ଆଇନ ଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ରାଲି ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା। ତେବେ ସର୍ବୋଚ୍ଚ ଅଦାଲତ ରାଲି ଆୟୋଜନ ପାଇଁ ଅନୁମତି ଦେବା ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ଛାଡ଼ିଦେଇଥିଲେ। ଫଳରେ ପୋଲିସ କୃଷକଙ୍କ ଟ୍ରାକ୍ଟର ରାଲିକୁ ଅନୁମତି ଦେବାକୁ ବାଧ୍ୟ ହୋଇଛି।
ସେପଟେ ରାଲିକୁ ଜୋର୍‌ଦାର କରିବା ଲାଗି ରବିବାର ପଞ୍ଜାବରୁ ଅଧିକ ସଂଖ୍ୟାରେ କୃଷକ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଅମୃତସର, ଫଗ୍‌ଓ୍ବାରା, ହାଶିଆରପୁର ଓ ଅନ୍ୟ ସ୍ଥାନରୁ ଶତାଧିକ ଟ୍ରାକ୍ଟର-ଟ୍ରଲି ଦିଲ୍ଲୀ ଆସୁଥିବା ଦେଖିବାକୁ ମିଳିଛି। ଅମୃତସର ଓ ତରଣ ଜିଲାରୁ ପାଖାପାଖି ୧୨ ହଜାର ଟ୍ରାକ୍ଟର-ଟ୍ରଲି ଦିଲ୍ଲୀ ଯାଇଥିବା କିଷାନ ସଂଘର୍ଷ କମିଟି ମୁଖପାତ୍ର ଗୁରୁବଚନ ସିଂ ଚାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri