ପ୍ରତିକୂଳ ଅବସ୍ଥାରେ ସେବା ପାଇଁ ଟିପିଏନ୍‌ଓଡିଏଲ୍‌ ପ୍ରତିବଦ୍ଧ

ବାଲେଶ୍ୱର (ମାନସ ବିଶ୍ୱାଳ), ୨୧।୬: ଗ୍ରୀଷ୍ମରେ ବଢିଛି ବିଦ୍ୟୁତ୍‌ ଚାହିଦା। ପ୍ରତିକୂଳ ଅବସ୍ଥାରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇବାରେ ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଅବହେଳା କରିନାହଁି। ଏହି ସେବାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଗ୍ରାହକମାନଙ୍କ ସହଯୋଗର ଆବଶ୍ୟକ ରହିଥିବା ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଇଓ ଭାସ୍କର ସରକାର କହିଛନ୍ତି।
ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ପ୍ରଭାବରେ ଚଳିତବର୍ଷ ଟିପିଏନ୍‌ଓଡିଏଲ୍‌ର ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦା ଅସ୍ବାଭାବିକ ସ୍ତରକୁ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ୍‌ରେ ବିଦ୍ୟୁତ ଚାହିଦା ୧୨୭୯ ମେଗାୱାଟ୍‌କୁ ବୃଦ୍ଧି ପାଇଥିବା ଟିପିଏନ୍‌ଓଡିଏଲ୍‌ର ପରିଲକ୍ଷିତ ହୋଇଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷର ୧୧୫୪ ମେଗାୱାଟ୍‌ର ପିକ୍‌ ଡିମାଣ୍ଡ୍‌ (ଶୀର୍ଷ ଚାହିଦା) ତୁଳନାରେ ୧୦.୯୧% ଅଧିକ। ତାପମାତ୍ରାରେ ବୃଦ୍ଧି ପାଇଁ ଟିପିଏନ୍‌ଓଡିଏଲ୍‌ ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦାରେ ଏହି ବୃଦ୍ଧି ଘଟିଥିବା ବେଳେ ଟିପିଏନ୍‌ଓଡିଏଲ୍‌ର ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି) ସଂଗ୍ରହ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଗତ ୩ ବର୍ଷ ଭିତରେ ୨୦୨୩ ସବୁଠୁ ଉତ୍ତପ୍ତ ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ଜୁନ୍‌ ୧୪ରେ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୬.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଥିଲା। ସେହିପରି ଅନ୍ୟ ସବୁ ଜିଲାରେ ମଧ୍ୟ ଅତ୍ୟଧିକ ତାପମାତ୍ରା ଅନୁଭୂତ ହେଉଛି। ଫଳରେ ଟିପିଏନ୍‌ଓଡିଏଲ୍‌ ଅଞ୍ଚଳରେ ବାରମ୍ବାର କାଳବୈଶାଖୀ ହେଉଛି। ଏହି କାଳବୈଶାଖୀ ଦ୍ୱାରା ଟିପିଏନ୍‌ଓଡିଏଲ୍‌ର ଲାଇସେନ୍ସପ୍ରାପ୍ତ ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆହ୍ବାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ତ୍ୱେ ଟିପିଏନ୍‌ଓଡିଏଲ୍‌ର ଉତ୍ସର୍ଗୀକୃତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଲାଇନ୍‌ମ୍ୟାନ୍‌ ଓ ଇଞ୍ଜିନିୟରମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସମସ୍ତ ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଛନ୍ତି। କାଳବୈଶାଖୀ ଘଟିବା ସମୟରେ ଦୁର୍ଗମ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବା ସମୟରେ ସେମାନେ ଭାଙ୍ଗିପଡ଼ିଥବା ଗଛ, ଉପୁଡ଼ି ଯାଇଥିବା ବିଦ୍ୟୁତ ଖୁଣ୍ଟ, ଗୁଡ଼ାଇତୁଡ଼ାଇ ହୋଇଥିବା ବିଦ୍ୟୁତ ପ୍ରବାହିତ ତାର, ଦବିଯାଇଥିବା ସଡ଼କ ଓ ଏଭଳିକି ଗ୍ରାହକମାନଙ୍କ ରୋଷ ଭଳି ଆହ୍ବାନକୁ ସାମ୍ନା କରୁଛନ୍ତି। ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଏବଂ ଆହ୍ବାନପୂର୍ଣ୍ଣ ସମୟରେ ମଧ୍ୟ ମୂଲ୍ୟବାନ ଗ୍ରାହକଙ୍କ ଆଶାକୁ ପୂରଣ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନ୍‌ଓଡିଏଲ୍‌ ପ୍ରତିବଦ୍ଧ ରହିଥିବା କହିଥିଲେ। ଖବରଦାତା ସମ୍ମିଳନୀରେ ଟିପିଏନ୍‌ଓଡିଏଲ୍‌ର ଏଚ୍‌ଆର୍‌ ଚିତ୍ତରଞ୍ଜନ ପ୍ରଧାନ ଏବଂ ଅପରେସନ୍‌ ଚିଫ୍‌ ନିନେଶ ଫଟଫଡ଼େ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?