୪,୮୦୦ କୋଟି ନିବେଶ କରିବ ଟୟୋଟା

ନୂଆଦିଲ୍ଲୀ,୯।୫: ଟୟୋଟା ଗ୍ରୁପ ଅଫ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ କମ୍ପାନୀ ଟିଆଇଇଆଇ ମିଳିତ ଭାବେ କର୍ନାଟକରେ ୪,୮୦୦ କୋଟି ଟଙ୍କା ନିବେଶ କରିବେ। ଏ ନେଇ କର୍ନାଟକ ସରକାରଙ୍କ ସହ ଏକ ଏମ୍‌ଓୟୁ ନିକଟରେ ସ୍ବାକ୍ଷରିତ ହୋଇଯାଇଛି। କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ କମାଇବା ସହ ବିଦ୍ୟୁତୀକରଣ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱାରୋପ ଲାଗି ଏହି ବୁଝାମଣା ହୋଇଛି। ମେକ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ଦେଶରେ ଆଗେଇ ନେବା ପାଇଁ ଟୟୋଟା କିର୍ଲୋସ୍କର ମୋଟର ଏବଂ ଟୟୋଟା କିର୍ଲୋସ୍କର ଅଟୋ ପାର୍ଟସ ପକ୍ଷରୁ ମଧ୍ୟ ୪,୧୦୦ କୋଟି ଟଙ୍କା ବିନିଯୋଗ ପାଇଁ କର୍ନାଟକ ସରକାରଙ୍କ ସହ ଏକ ଚୁକ୍ତିନାମା ହୋଇଛି। ଏହି ପରିପ୍ରେକ୍ଷୀରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଏବଂ ଟୟୋଟା କିର୍ଲୋସ୍କର ମୋଟର ଉପାଧ୍ୟକ୍ଷ ବିକ୍ରମ.ଏସ. କିର୍ଲୋସ୍କରଙ୍କ ମଧ୍ୟରେ ଏକ ଏମଓୟୁ ବିନିମୟ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ କର୍ନାଟକ ବୃହତ୍‌ ଏବଂ ମଧ୍ୟମ ଶିଳ୍ପମନ୍ତ୍ରୀ ଡକ୍ଟର ମୁରୁଗେଶ. ଆର୍‌.ନିରାନି,କର୍ନାଟକ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରବି.କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏକବିଂଶ ଶତାବ୍ଦୀର ଶିଳ୍ପାଞ୍ଚଳ ଏବଂ କରିଡର ନିର୍ମାଣ କରିବା। ନିରନ୍ତର ବିକାଶ ପାଇଁ ଏକ ପ୍ରତିବଦ୍ଧତା ତଥା ଦେଶର ପ୍ରଗତିରେ ସହଯୋଗ କରୁଥିବା ଏକ ରାଜ୍ୟ ଭାବରେ ଆମେ କର୍ନାଟକକୁ ଆମର ଏକ ବିଶ୍ୱ ଯୋଗାଣ-ଶୃଙ୍ଖଳା ଏବଂ ଉତ୍ପାଦନ ହବ୍‌ କରିବାକୁ ଚାହୁଁଛୁ। ଟୟୋଟା ଗ୍ରୁପ ଅଫ କମ୍ପାନୀଗୁଡିକ ସହିତ ଏମଓୟୁ ଏହି କ୍ଷେତ୍ରରେ ଏକ ବଡ ପଦକ୍ଷେପ। ସେହିଭଳି ଟୟୋଟା କିର୍ଲୋସ୍କର ମୋଟର ଉପାଧ୍ୟକ୍ଷ ବିକ୍ରମ ଏସ. କିର୍ଲୋସ୍କର କହିଛନ୍ତି, ମେକ ଇନ୍‌ ଇଣ୍ଡିଆ ସହିତ ଘରୋଇ ଉତ୍ପାଦନର ବିଦ୍ୟୁତୀକରଣର ଗତି ବଢ଼ାଇବା ପାଇଁ ଟୟୋଟା ପ୍ରତିଶ୍ରୁତିବଦ୍ଧ। କର୍ନାଟକ ସରକାରଙ୍କ ସହ ଏହି ଏମଓୟୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri