୪,୮୦୦ କୋଟି ନିବେଶ କରିବ ଟୟୋଟା

ନୂଆଦିଲ୍ଲୀ,୯।୫: ଟୟୋଟା ଗ୍ରୁପ ଅଫ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ କମ୍ପାନୀ ଟିଆଇଇଆଇ ମିଳିତ ଭାବେ କର୍ନାଟକରେ ୪,୮୦୦ କୋଟି ଟଙ୍କା ନିବେଶ କରିବେ। ଏ ନେଇ କର୍ନାଟକ ସରକାରଙ୍କ ସହ ଏକ ଏମ୍‌ଓୟୁ ନିକଟରେ ସ୍ବାକ୍ଷରିତ ହୋଇଯାଇଛି। କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ କମାଇବା ସହ ବିଦ୍ୟୁତୀକରଣ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱାରୋପ ଲାଗି ଏହି ବୁଝାମଣା ହୋଇଛି। ମେକ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ଦେଶରେ ଆଗେଇ ନେବା ପାଇଁ ଟୟୋଟା କିର୍ଲୋସ୍କର ମୋଟର ଏବଂ ଟୟୋଟା କିର୍ଲୋସ୍କର ଅଟୋ ପାର୍ଟସ ପକ୍ଷରୁ ମଧ୍ୟ ୪,୧୦୦ କୋଟି ଟଙ୍କା ବିନିଯୋଗ ପାଇଁ କର୍ନାଟକ ସରକାରଙ୍କ ସହ ଏକ ଚୁକ୍ତିନାମା ହୋଇଛି। ଏହି ପରିପ୍ରେକ୍ଷୀରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଏବଂ ଟୟୋଟା କିର୍ଲୋସ୍କର ମୋଟର ଉପାଧ୍ୟକ୍ଷ ବିକ୍ରମ.ଏସ. କିର୍ଲୋସ୍କରଙ୍କ ମଧ୍ୟରେ ଏକ ଏମଓୟୁ ବିନିମୟ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ କର୍ନାଟକ ବୃହତ୍‌ ଏବଂ ମଧ୍ୟମ ଶିଳ୍ପମନ୍ତ୍ରୀ ଡକ୍ଟର ମୁରୁଗେଶ. ଆର୍‌.ନିରାନି,କର୍ନାଟକ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରବି.କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏକବିଂଶ ଶତାବ୍ଦୀର ଶିଳ୍ପାଞ୍ଚଳ ଏବଂ କରିଡର ନିର୍ମାଣ କରିବା। ନିରନ୍ତର ବିକାଶ ପାଇଁ ଏକ ପ୍ରତିବଦ୍ଧତା ତଥା ଦେଶର ପ୍ରଗତିରେ ସହଯୋଗ କରୁଥିବା ଏକ ରାଜ୍ୟ ଭାବରେ ଆମେ କର୍ନାଟକକୁ ଆମର ଏକ ବିଶ୍ୱ ଯୋଗାଣ-ଶୃଙ୍ଖଳା ଏବଂ ଉତ୍ପାଦନ ହବ୍‌ କରିବାକୁ ଚାହୁଁଛୁ। ଟୟୋଟା ଗ୍ରୁପ ଅଫ କମ୍ପାନୀଗୁଡିକ ସହିତ ଏମଓୟୁ ଏହି କ୍ଷେତ୍ରରେ ଏକ ବଡ ପଦକ୍ଷେପ। ସେହିଭଳି ଟୟୋଟା କିର୍ଲୋସ୍କର ମୋଟର ଉପାଧ୍ୟକ୍ଷ ବିକ୍ରମ ଏସ. କିର୍ଲୋସ୍କର କହିଛନ୍ତି, ମେକ ଇନ୍‌ ଇଣ୍ଡିଆ ସହିତ ଘରୋଇ ଉତ୍ପାଦନର ବିଦ୍ୟୁତୀକରଣର ଗତି ବଢ଼ାଇବା ପାଇଁ ଟୟୋଟା ପ୍ରତିଶ୍ରୁତିବଦ୍ଧ। କର୍ନାଟକ ସରକାରଙ୍କ ସହ ଏହି ଏମଓୟୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଆରମ୍ଭ ହେବନି ଟ୍ରେନ୍‌ ସେବା

ନୂଆଦିଲ୍ଲୀ,୧୧।୪: ଟ୍ରେନ ଯାତ୍ରୀଙ୍କ ଲାଗି ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ ସେବା ଆରମ୍ଭ ନେଇ ଗତ ୨ ଦିନ ହେବ ଗଣମାଧ୍ୟମରେ ଖବର ପ୍ରକାଶ...

ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର...

ବ୍ରାଣ୍ଡ ଫ୍ୟାକ୍ଟ୍ରି କଟକ ଷ୍ଟୋରରେ ଫ୍ରି ସପିଙ୍ଗ ଓ୍ବିକେଣ୍ଡ

ଭୁବନେଶ୍ୱର,୩୦-୧୧: ବ୍ରାଣ୍ଡ ଫ୍ୟାକ୍ଟି କଟକ ଷ୍ଟୋର ପକ୍ଷରୁ ପ୍ରଥମଥର ଲାଗି ଫ୍ରି ସପିଙ୍ଗ ଓ୍ବିକେଣ୍ଡ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଡିସେମ୍ବର ୪ରୁ ୮ ତାରିଖ...

ଅକ୍ଷୟ ଶକ୍ତିକୁ ନେଇ ଡବ୍ଲ୍ୟୁଟିଓରେ ମାମଲା;ଭାରତ ସପକ୍ଷ ରାୟକୁ ଆମେରିକାର ବିରୋଧ

ନୂଆଦିଲ୍ଲୀ,୧୭ -୮: ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବିବାଦ ସମାଧାନ କମିଟି ଦ୍ୱାରା ଅକ୍ଷୟ ଶକ୍ତି ମାମଲାରେ ଭାରତ ସପକ୍ଷରେ ରାୟ ପ୍ରକାଶ ପରେ ଆମେରିକା ଏହାକୁ...

ରିଟେଲ କ୍ଷେତ୍ର ଅଭିବୃଦ୍ଧି ଉପରେ ନଜର;ଆସିବ ଜାତୀୟ ରିଟେଲ ନୀତି

ନୂଆଦିଲ୍ଲୀ,୧୫-୭: ସରକାର ଆଗାମୀ ଦିନରେ ଏକ ଜାତୀୟ ରିଟେଲ ନୀତି ଆଣିବା ଦିଗରେ ଅଗ୍ରସର ହେଉଛନ୍ତି। ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ ପକ୍ଷରୁ...

‘ଆଇଏଲ୍‌ବିଏସ୍‌ ସହ ଜିଓ ଟ୍ରୁ-୫ଜିର ସହଯୋଗିତା’

ମୁମ୍ବାଇ,୮।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓ ଟ୍ରୁ-୫ଜି ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍‌ସେସ୍‌ (ଆଇବିଏଲ୍‌ଏସ୍‌) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା...

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମ୍ମଦାବାଦ, ୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ...

ଅଣ କାର୍ଯ୍ୟକାରୀ ସମ୍ପତ୍ତି ପରିଚାଳନାରେ ବିଓଏମ୍‌ ସର୍ବୋତ୍ତମ

ଭୁବନେଶ୍ୱର,୩୦।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) କ୍ରମାଗତ ଭାବେ ଅଣକାର୍ଯ୍ୟକାରୀ ସମ୍ପତ୍ତି ପରିଚାଳନା କ୍ଷେତ୍ରରେ ସର୍ବୋତ୍ତମ ସ୍ଥାନ ହାସଲ କରିଛି, ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କର...

Advertisement
Archives

Model This Week