ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି। ହେଲେ ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ତଥା ବୌଦ୍ଧକୀର୍ତ୍ତିର ମୁଖଶାଳା ଉଦୟଗିରି, ରତ୍ନଗିରି, ଲଲିତଗିରି ଏବଂ ଓଳାଶୁଣି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଅନେକ କୀର୍ତ୍ତିରାଜି ଅଂଶବିଶେଷ ଉତ୍‌ଖନନ ହୋଇଛି ସତ, କିନ୍ତୁ ସେଗୁଡ଼ିକୁ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇ ରଖାଯାଇଛି। ଏହାବାଦ୍‌ ଯାଜପୁର ବିରଜା ମନ୍ଦିର, ବରାହ କ୍ଷେତ୍ର, ବ୍ୟାସ ସରୋବର ଇତ୍ୟାଦି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ନକାରାତ୍ମକ ମନୋଭାବ ସୃଷ୍ଟି ହେଉଛି।
ଯାଜପୁର ଜିଲା ସଦର ମହାକୁମାଠାରୁ ୭୫ କିଲୋମିଟର ଦୂର ବିରୂପା-କେଲୁଅ ନଦୀ ଉପତ୍ୟକାରେ ଥିବା ବୌଦ୍ଧ କୀର୍ତ୍ତିରାଜି କ୍ରମଶଃ ଉଜୁଡ଼ିଯାଉଛି। ଏହି ବିଶ୍ୱବିଖ୍ୟାତ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ଆଗକୁ ବଢ଼ିପାରୁନାହିଁ। ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସ୍ବପ୍ନ ହୋଇଛି, ଯଦ୍ଦ୍ବାରା ପ୍ରତିବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପ୍ରତ୍ନତତ୍ତ୍ବ ଅଧିକାରୀଙ୍କ ଅବହେଳାରୁ ଏହି କ୍ଷେତ୍ର ତା’ର ମାନ୍ୟତା ହରାଇବାକୁ ବସିଛି। ଏଠାରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ କେଉଁଠି ହେଲେ କୌଣସି ବ୍ୟବସ୍ଥା ହୋଇ ନାହିଁ। ଏପରିକି ପ୍ରାୟ ୧୨ ବର୍ଷ ତଳେ ନିର୍ମାଣ ହୋଇଥିବା ପତରାଜପୁର ନିର୍ବାଣ ପାନ୍ଥଶାଳା ଗତ ୫ ବର୍ଷ ହେବ ବନ୍ଦ ପଡ଼ିଛି। ସୁବିଧାରେ ଖାଦ୍ୟ ପାନୀୟ ଓ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଉଦୟଗିରିରେ ବୌଦ୍ଧ ବଜ୍ରଯାନ ଯୁଗର ପ୍ରାଚୀନ ଦ୍ୱିତଳ ବୌଦ୍ଧ ବିହାର ରହିଛି, ଯାହାକି ପଞ୍ଚରଥ ଶୈଳୀରେ ନିର୍ମିତ। ଉଦୟଗିରି ଉତ୍‌ଖନନରୁ ପ୍ରାଚୀନ ମାଧବପୁର ବୌଦ୍ଧ ମହାବିହାର ଓ ଏକ ବିଶାଳ ମହାସ୍ତୂପ ଆବିଷ୍କୃତ ହୋଇଛି। ଅଷ୍ଟମ-ନବମ ଶତାବ୍ଦୀର ନିର୍ମିତ ଏହି ବିହାର ସଂଲଗ୍ନ ଇଲାକାରେ ଏକ ବିରଳତମ ଚୈତ୍ୟଗୃହ କମ୍ପ୍ଲେକ୍ସ ଓ ଦ୍ୱିତଳ ସିଂହପ୍ରସ୍ଥ ମହାବିହାର ମଧ୍ୟ ମାଟିତଳୁ ବାହାରିଛି। ଏଠାରେ ୫ଟି ବୌଦ୍ଧବିହାର ସମେତ ଏକ ପ୍ରସ୍ତରକଟା ବିଶାଳ କୂପ(ବାମ୍ଫି), ମହାକାଳ ମନ୍ଦିର ସମେତ ଶତାଧିକ ବୌଦ୍ଧ ବିଗ୍ରହ ଆବିଷ୍କୃତ ହୋଇଛି। ଉଦୟଗିରିରୁ ଜଟାମୁକୁଟ ଲୋକେଶ୍ୱର, ଅମିତାଭ, ଅକସୋଭ୍ୟ, ମଂଜୁଶ୍ରୀ, ରତ୍ନସମ୍ଭବ, ପଦ୍ମପାଣି, ଅବଲୋକିତେଶ୍ୱର ଇତ୍ୟାଦି ବୌଦ୍ଧମୂର୍ତ୍ତି ବାହାରିଛି। ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ହେଉନାହିଁ। ଉଦ୍ୟାନ ପାଇଁ କର୍ମଚାରୀ ଅଭାବ ଯୋଗୁ ଘାସ, ଫୁଲଗଛ ଆଦି ଶୁଖିଯିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ମଇଳା ଆବର୍ଜନା ପଡ଼ି ରହୁଛି। ଆଲୁଅ, ପାର୍କିଂ ବ୍ୟବସ୍ଥା, ହୋଟେଲ ଆଦି ପାଇଁ ବିଭାଗ ପକ୍ଷରୁ ସେତେଟା ପଦକ୍ଷେପ ନିଆଯାଇ ନ ଥିବା ମନେହେଉଛି। ପର୍ଯ୍ୟଟକଙ୍କୁ ତଥ୍ୟ ଦେବାକୁ ପ୍ରାୟତଃ କୌଣସି ସ୍ଥାନରେ ଗାଇଡ୍‌ ଥିବା ମନେ ହେଉନାହିଁ। ସବୁଠାରୁ ବଡ଼କଥା ଏଠାରେ ସୁରକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ। ଫଳରେ କେତେଜଣ ଅସାମାଜିକ ବ୍ୟକ୍ତି ପର୍ଯ୍ୟଟକଙ୍କୁ ହଇରାଣ ହରକତ କରୁଥିବା ବେଳେ ବେଳେ ଅଭିଯୋଗ ହେଉଛି। ଅନୁରୂପ ଭାବେ ରତ୍ନଗିରି ଓ ଲଳିତଗିରି ଅବସ୍ଥା ପୂର୍ବଭଳି ରହିଛି।
୨୦୧୯-୨୦ରୁ ଯାଜପୁର ସହର ଓ ଏହାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ଯାଜପୁର ଉପକଣ୍ଠରେ ପ୍ରବାହିତ ବୈତରଣୀ କୂଳରେ ଥିବା ଅଚି ପ୍ରାଚୀନ ବରାହନାଥ ମନ୍ଦିର ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅନ୍ୟତମ। ଏଥିରେ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ସମେତ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲ୍‌ଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ଚାଲିଛି। ଏହାବାଦ୍‌ ବିରଜା ମନ୍ଦିରର ପରିକ୍ରମା ପ୍ରକଳ୍ପ ଆଗେଇ ପାରୁନାହିଁ। ବ୍ୟାସ ସରୋବର ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ କୌଣସି ଠିକାସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଉ ନ ଥିବାରୁ ଘାସ, ଗଛ ଆଦି ଶୁଖିବାକୁ ବସିଛି। ବୋଟିଂ ବ୍ୟବସ୍ଥା ପର୍ଯ୍ୟଟକଙ୍କ ପାଇଁ ସପନ ହୋଇଛି। କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନ୍‌ଡିଏ) ପକ୍ଷରୁ ପର୍ଯ୍ୟଟକଙ୍କ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରାଯାଉଛି ସତ, ହେଲେ ଲାଇଟ୍‌, ସରୋବରରେ ବୋଟିଂ ଇତ୍ୟାଦି ବ୍ୟବସ୍ଥା ହେଉ ନ ଥିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି। ଜିଲା ପ୍ରଶାସନ ମଧ୍ୟ ଏହି ପ୍ରକଳ୍ପ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରୁଥିବା ଅଭିଯୋଗ ହେଉଛି। ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ବୁଦ୍ଧ, ଜୈନ ଓ ଇସ୍‌ଲାମ ସଂସ୍କୃତିର ମହନୀୟ ପୀଠ ଭାବରେ ଯାଜପୁର ବେଶ୍‌ ସୁବିଦିତ। ଏହି କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ନାଭିଗୟା, ବରାହନାଥ ମନ୍ଦିର, ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମନ୍ଦିର, ଜଗନ୍ନାଥ, ବ୍ରହ୍ମକୁଣ୍ଡ, ଶୁଭସ୍ତମ୍ଭ, ତ୍ରିଲୋଚନେଶ୍ୱର, ସିଦ୍ଧେଶ୍ୱର ଆଦି ପୌରାଣିକ କ୍ଷେତ୍ର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇପଡ଼ିଥିବା ଏହି ପୀଠଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?