Advertisement

ହାତିଆ ପାହାଡ଼ରେ ପର୍ଯ୍ୟଟକ ଅସୁରକ୍ଷିତ

ଖୋର୍ଦ୍ଧା ଅଫିସ,୧୮ା୯: ଖୋର୍ଦ୍ଧା ୧୬ନଂ. ଜାତୀୟ ରାଜପଥ ନିଜଗଡ଼ ତାପଙ୍ଗରେ ରହିଛି ହାତିଆ ପାହାଡ଼। ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ, ନୀଳ ଜଳରାଶିର ମନୋରମ ପ୍ରାକୃତିକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଏହି ସ୍ଥାନରେ ସିନେମା ଗୀତ, ଆଲବମ ଏବଂ ଫଟୋଗ୍ରାଫି ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସୁଛନ୍ତି। ପୋଲିସ ପାଟ୍ରୋଲିଂ ନ ଥିବା ବେଳେ ବହୁ ପର୍ଯ୍ୟଟକ ଲୁଟ୍‌ର ଶିକାର ହେଉଛନ୍ତି। ଯୁବପିଢି ବିପଦସଙ୍କୁଳ ଅବସ୍ଥାରେ ଛିଡା ହୋଇ ସେଲ୍ଫି ନେବା ଯେପରି ପ୍ରତିଯୋଗିତା ଚାଲିଛି। ସେଲ୍ଫି ନିଶାରେ ବିପଦକୁ ଟାଣି ଆଣୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ସୂଚନାଥାଉ କି, ପାଇକ ବିଦ୍ରୋହର ଗଡ଼ଭାବେ ନିଜଗଡ଼ ତାପଙ୍ଗ ପରିଚିତ। ବିଟ୍ରିଶ ସରକାର ସହ ଲଢେଇ ବେଳେ ପାଇକମାନେ ଏଠାରେ ରହୁଥିଲେ। ହସ୍ତେଶ୍ୱରୀ ଦେବୀଙ୍କ ଆଶୀର୍ବାଦରୁ ପାଇକ ବୀରମାନେ ବୀରତ୍ୱ ସହ ଲଢେଇ କରୁଥିଲେ। ଦେବୀଙ୍କ ନାମାନୁସାରେ ଏହାକୁ ହାତିଆ ପାହାଡ଼ ବୋଲି କୁହାଯାଏ। ତେବେ ଖଣି ମାଫିଆଙ୍କ ପଥର ବ୍ଲାଷ୍ଟିଂ ଯୋଗୁ ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପଥର ଚାରିପଟେ ଶିଆଳି ଲଟା, ଗଛଲତା ମାଡି ଜଳରାଶିରେ ପଡି ନୀଳବର୍ଣ୍ଣ ଦେଖାଯାଉଛି। ଏଠାରେ ସକାଳର ସୂର୍ଯ୍ୟକିରଣ ପଡିବା ପରେ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରୁଛି। ଏହି ନୀଳ ଜଳରାଶି ଏବଂ ଚାରିପଟେ ପାହାଡର ଦୃଶ୍ୟ ଏହାର ପରିବେଶକୁ ଅତି ଆକର୍ଷଣୀୟ କରୁଛି। ଫଳରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯୁବପିଢିଙ୍କ ଭିଡ଼ ଜମୁଛି। ଏହି ଅଘୋଷିତ ପର୍ଯ୍ୟଟନସ୍ଥଳି ପର୍ଯ୍ୟଟକଙ୍କ ଲାଗି ବିପଦ ଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏନେଇ ଜିଲାପାଳଙ୍କ ମତାମତ ମିଳପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ହାତକୁ ଯିବ ନୀଳାଚଳ ଇସ୍ପାତ

ଯାଜପୁର ଅଫିସ/ଭୁବନେଶ୍ୱର,୧।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ୧୨,୧୦୦ କୋଟି...

ପିପିଲି ପାଇଁ ଏପ୍ରିଲ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସଭାସମିତି ପାଇଁ ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି ଏସ୍‌ଆର୍‌ସି। –...

ବନ୍ଦ ହେଲା ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା

ଅନୁଗୋଳ ଅଫିସ, ୨୯।୩ – କରୋନା ରୋକିବାକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବା ଅତ୍ୟନ୍ତ ଆବଶ୍ୟକ। ଏପରି କି ପରିବା ଦୋକାନ ଠାରୁ...

ପ୍ରଶ୍ନପତ୍ର ଲିକ୍‌ ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ, ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷ ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଗୁରୁବାର ସକାଳେ ଘଟଣା ଜଣାପଡିବା ପରେ କର୍ତ୍ତୃପକ୍ଷ...

ନନ୍ଦନକାନନକୁ ଆସିବ କେନ୍ଦ୍ରୀୟ ଚିଡ଼ିିଆଖାନା ଟିମ୍‌

ବାରଙ୍ଗ,୩୦ା୮(ଡି.ଏନ୍‌.ଏ.): ନନ୍ଦନକାନନ ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶ୍ରୀୟୁ ପ୍ରକାଶମ ଜଣିକିଆ କମିଟି ପରିଦର୍ଶନରେ ଆସିବେ। ପ୍ରାଣୀ ଉଦ୍ୟାନ ଠିକ୍‌ ପରିଚାଳନା ହେଉଛି...

ହୀରାକୁଦରେ ପକ୍ଷୀ ଗଣନା: ୨୧ ଟିମ୍‌ ସାମିଲ

ସମ୍ବଲପୁର, ୭।୧(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ହୀରାକୁଦ ୱାଇଲ୍ଡ ଲାଇଫ୍‌ ବିଭାଗ ନେତୃତ୍ୱରେ ବନ ବିଭାଗ ଅଧିକାରୀ ଓ...

ବେଗୁନିଆ ପଥରଖାଦାନରେ ଚଢ଼ାଉ

ନୀଳଗିରି, ୧୯।୫(ସ୍ବ.ପ୍ର.): ନୀଳଗିରି ତହସିଲ ଅଧୀନ ବେଗୁନିଆ ପଥରଖାଦାନ ସରକାରୀ ସ୍ତରରେ ବନ୍ଦ ରହିଥିବା ବେଳେ ପଥର ମାଫିଆମାନେ ଚୋରାରେ ବ୍ଲାଷ୍ଟିଂ କରି ରାଜକୋଷରୁ ଲକ୍ଷ ଲକ୍ଷ...

ସୂଚନା କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ମାଷ୍ଟରମାଇଣ୍ଡଙ୍କ ସହ ୫ ଗିରଫ

ଫୁଲବାଣୀ ଅଫିସ, ୩୦ା୧୨- କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ପୋଲିସ। ପୂର୍ବ ଶତ୍ରୁତା...

Advertisement
Archives

Model This Week