Posted inଖେଳ

ତୁର୍‌ ଟାଇଟଲ ବଜାୟ ରଖିଲେ, ପାରୁଲଙ୍କୁ ସ୍ବର୍ଣ୍ଣ

ବ୍ୟାଙ୍କକ୍‌, ୧୫।୭ (ପି.ଟି.): ଏଠାରେ ଚାଲିଥିବା ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ତାଜିନ୍ଦରପାଲ ସିଂ ତୁର୍‌ ନିଜ ଶଟ୍‌ପୁଟ୍‌ ଟାଇଟଲ ବଜାୟ ରଖିଛନ୍ତି। ସେହିପରି ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପାରୁଲ ଚୌଧାରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶୁକ୍ରବାର ଦ୍ୱିତୀୟ ରାଉଣ୍ଡରେ ତୁର୍‌ ସ୍ବର୍ଣ୍ଣ ବିଜୟୀ ପ୍ରଦର୍ଶନ ଦେବା ପରେ ସେ ଆହତ ସମସ୍ୟା ଯୋଗୁ ଓହରି ଯାଇଥିଲେ। ଏହି ଏସିଆନ ରେକର୍ଡଧାରୀ ନିଜ ଦ୍ୱିତୀୟ ଉଦ୍ୟମରେ ଲୌହ ବଲ୍‌କୁ ୨୦.୨୩ ମିଟର ଥ୍ରୋ କରିଥିଲେ, ଯାହାକି ସ୍ବର୍ଣ୍ଣ ପଦକ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ମାତ୍ର ଏହି ଥ୍ରୋ ପରେ ସେ ଛୋଟେଇ ଛୋଟେଇ ପଡ଼ିଆରୁ ଚାଲି ଯାଇଥିଲେ ଏବଂ ଆଉ ଥ୍ରୋ କରି ନ ଥିଲେ। ଇରାନର ସବେରି ମେହଦି ୧୯.୯୮ ମିଟର ଓ କାଜାଖସ୍ତାନର ଇଭାନ ଉଭାନୋଭ ୧୯.୮୭ ମିଟର ଥ୍ରୋ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ଏସିଆନ ଚାମ୍ପିୟନଶିପ୍‌ ଇତିହାସରେ ୨୮ ବର୍ଷୀୟ ତୁର୍‌ ତୃତୀୟ ଆଥ୍‌ଲେଟଭାବେ ଶଟ୍‌ପୁଟ୍‌ ଟାଇଟଲ ବଜାୟ ରଖିଥିଲେ। ପ୍ରଥମ ଉଦ୍ୟମରେ ସେ ୧୯.୮୦ ମିଟର ଦୂରକୁ ଥ୍ରୋ କରିଥିଲେ। ପୂର୍ବରୁ କେବଳ କାତାରର ବିଲାଲ ସାଦ୍‌ ମୁବାରକ କ୍ରମାଗତ ୨ ଥର ୧୯୯୫, ୧୯୯୮ ଏବଂ ପୁଣି ୨୦୦୨, ୨୦୦୩ରେ ଟାଇଟଲ ଜିତିଥିଲେ। କୁଏଟର ମହମ୍ମଦ ଘରିବ ଅଲ୍‌ ଜିଙ୍କାଓ୍ବି ୧୯୭୯, ୧୯୮୧ ଓ ୧୯୮୩ରେ ଟାଇଟଲ ଜିତି ହ୍ୟାଟ୍ରିକ କରିଥିଲେ। ତୁର୍‌ଙ୍କ ପୂର୍ବରୁ ୭ ଜଣ ଭାରତୀୟ ଏସିଆନ ଚାମ୍ପିୟନଶିପ୍‌ର ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରକାଶଯୋଗ୍ୟ ଯେ, ତୁର୍‌ ଗତ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ୨୧.୭୭ ମିଟର ଥ୍ରୋ କରି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ତେବେ ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ ଆୟୋଜନକୁ ମାତ୍ର ଏକମାସ ଥିବାରୁ ତାଙ୍କ ଅଂଶଗ୍ରହଣକୁ ନେଇ ଚିନ୍ତା ବଢ଼ିଛି। ଗ୍ରୋଇନ୍‌ ଷ୍ଟ୍ରେନ୍‌ ପାଇଁ ସେ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିପାରି ନ ଥିଲେ।
ପାରୁଲଙ୍କୁ ପ୍ରଥମ
ପାରୁଲ ଏସିଆନ ଚାମ୍ପିୟନଶିପ୍‌ରେ ପ୍ରଥମଥର ପାଇଁ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ ଟାଇଟଲ ଜିତିଛନ୍ତି। ସେ ୯:୩୮.୭୬ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଚାଇନାର ଶୁଆଙ୍ଗଶୁଆଙ୍ଗ ଜୁ ୯:୪୪.୫୪ ଓ ଜାପାନର ୟୋଶିମୁରା ରେଇମି ୯: ୪୮.୪୮ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାରୁଲଙ୍କର ଏହାଥିଲା ପ୍ରଥମ ସ୍ବର୍ଣ୍ଣିମ ସଫଳତା। ତାଙ୍କର ଏହି ପ୍ରଦର୍ଶନ ବଳରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫ରେ ପହଞ୍ଚତ୍ୟାଇଛି। ଯୁବ ଲଙ୍ଗଜମ୍ପର ଶାଇଲି ସିଂ ମଧ୍ୟ ନିଜ କ୍ୟାରିୟରରେ ଏକ ବଡ଼ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ପଦକ ହାସଲ କରିଛନ୍ତି। ସେ ଏଠାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୯ରେ ପହଞ୍ଚତ୍ଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ସାମିଲ। ବୁଧବାର ଗୋଟିଏ ବ୍ରୋଞ୍ଜ ପଦକ ପାଇଥିବା ଭାରତ ଗୁରୁବାର ୩ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତର ସମସ୍ତ ସ୍ବର୍ଣ୍ଣ ପଦକ ବିଜେତା ଆସନ୍ତା ଅଗଷ୍ଟ ୧୯ରୁ ୨୭ ପର୍ଯ୍ୟନ୍ତ ହଙ୍ଗେରିର ବୁଦାପେଷ୍ଟରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ସମ୍ଭାବନା ରହିଛି। ପାରୁଲ ପୂର୍ବରୁ ୨୦୧୭ ଓ ୨୦୧୯ ପ୍ରତିଯୋଗିତାରେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?