ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଥିଲା। ତେବେ ଏବେ କୋର୍ଟ ତଥ୍ୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ମିଆଁମାର ସୈନ୍ୟବାହିନୀ ଦ୍ୱାରା ହୋଇଥିବା କଟକଣା ଏବଂ ନରସଂହାର ଯୋଗୁ ୭୩୦,୦୦୦ରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶ ସମେତ ଅନ୍ୟ ପଡୋଶୀ ଦେଶକୁ ପଳାୟନ କରିଥିଲେ।
ଆମେରିକାର ଫେଡେରାଲ ଜଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ୨୦୧୮ରେ ବନ୍ଦ ହୋଇଥିବା ଆକାଉଣ୍ଟ ସହ ଜଡିତ ରେକର୍ଡ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ବିରୋଧୀ ହିଂସା ସହ ଜଡିତ ଥିବା ସମସ୍ତ ତଥ୍ୟ ଦେବାକୁ ଫେସବୁକ୍‌କୁ କୁହାଯାଇଛି। ଏନେଇ ଗୁରୁବାର ଗଣମାଧ୍ୟମ ସଂସ୍ଥା ରଏଟର୍ସରେ ରିପୋର୍ଟ ପ୍ରକାଶ ପାଇଛି।

ୱାଶିଂଟନ ଡିସିର ବିଚାରପତି ଫେସବୁକକୁ ସମାଲୋଚନା କରିଛନ୍ତି ଯେ, ମୁସଲିମ ଅଳ୍ପସଂଖ୍ୟକ ରୋହିଙ୍ଗ୍ୟାଙ୍କ ବିରୋଧରେ ଆନ୍ତର୍ଜାତିକ ଅପରାଧ ପାଇଁ ମ୍ୟାନ୍‌ମାରକୁ ଦୋଷୀ ସାବ୍ୟସ୍ତ କରିବାକୁ ଚାହୁଁଥିବା ଅନୁସନ୍ଧାନକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିବାରେ ବିଫଳ ହୋଇଛି।

ବିଚାରପତି କହିଛନ୍ତି, ଫେସବୁକ ଗୋପନୀୟତା ଅଧିକାର କଥା କହି ରୋହିଙ୍ଗ୍ୟାଙ୍କ ବିରୋଧରେ ହୋଇଥିବା ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି। ଆମେରିକାର ଆଇନକୁ ଦର୍ଶାଇ ଫେସ୍‌ବୁକ କହିଛି ଯେ,ଇଲେକ୍ଟ୍ରୋନିକ ଯୋଗାଯୋଗ କମ୍ପାନୀଗୁଡିକ ପକ୍ଷରୁ ୟୁଜରଙ୍କ ସୂଚନା ପ୍ରକାଶ କରିବାକୁ ବାରଣ କରାଯାଇଛି। କିନ୍ତୁ ଆକାଉଣ୍ଟଗୁଡିକ ଡିଲିଟ ହେବା ପରଠାରୁ ସେଗୁଡିକ ଆଇନ ଅଧୀନରେ ରହିବ ନାହିଁ ଏବଂ ବିଷୟବସ୍ତୁ ହାସଲ କରାଯାଇପାରେ ବୋଲି ବିଚାରପତି କହିଛନ୍ତି।

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗ୍ୟୁଟେରସ ରୋହିଙ୍ଗ୍ୟାଙ୍କ ଦୟନୀୟ ଅବସ୍ଥାନେଇ ଦୁଃଖ ପ୍ରକାଶ କରିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ମଧ୍ୟରୁ ଅଧିକାଂଶ ଅଗଷ୍ଟ ୨୦୧୭ରେ ସେମାନଙ୍କ ଦେଶ ଛାଡିବା ପୂର୍ବରୁ ରାଖିନି ରାଜ୍ୟରେ ରହୁଥିଲେ। ମିଆଁମାର ସୈନ୍ୟବାହିନୀର ତତମାଦାଓ୍ବ ନାମକ କଟକଣା ପରେ ନୋବେଲ ବିଜେତା ଅଙ୍ଗ ସାନ ସୁ କିଙ୍କ ନାଗରିକ ସରକାରଙ୍କ ଜାଣତରେ ୭୩୦,୦୦୦ ରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଭିଟାମାଟି ଛାଡ଼ିଥିଲେ। ମ୍ୟାନ୍‌ମାର ସୈନ୍ୟବାହିନୀ ରୋହିଙ୍ଗ୍ୟା ମୁସଲମାନଙ୍କ ଗଣ ହତ୍ୟା କରିବା ସହିତ ବଳାତ୍କାର କରିଥିବା ଜଣାପଡିଛି। ଜାତିସଂଘ ଅନୁସନ୍ଧାନକାରୀ ଦ୍ୱାରା ଅଗଷ୍ଟ ୨୦୧୮ ରେ ପ୍ରକାଶିତ ଏକ ରିପୋର୍ଟରେ ସୈନ୍ୟବାହିନୀ ହତ୍ୟାକାଣ୍ଡ ଏବଂ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?