ଉଇଗରଙ୍କୁ ନିର୍ଯାତନା, ଗୁପ୍ତ କ୍ୟାମେରା ଦ୍ୱାରା ଭିଡ଼ିଓ ଭାଇରାଲ…

ବେଜିଂ,୨୧।୧୧: ଚାଇନାର ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ଉଇଗରଙ୍କ ଉପରେ ନିର୍ଯାତନା ଜାରି ରହିଛି। ଏବେ ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଜିନଜିଆଙ୍ଗ ପ୍ରଦେଶର ନଜର ବନ୍ଦୀ ଶିବିରରେ  ଉଇଗର ଉପରେ ଅତ୍ୟାଚାର କରାଯାଉଛି।
ଚାଇନାର ଜଣେ କାର୍ଯ୍ୟକର୍ତ୍ତା ଗୁପ୍ତରେ ନିର୍ଯାତନାର ଭିଡ଼ିଓ ଶୁଟିଂ କରିଛନ୍ତି।

କାର୍ଯ୍ୟକର୍ତ୍ତା ଗୁଆନ ଗୁଆନ ଉଇଗରଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ୨୦ ମିନିଟର ଏକ ଭିଡିଓ ଶୁଟିଂ କରିଛନ୍ତି। ଭିଡ଼ିଓରେ ଶି ଜିନପିଙ୍ଗ ନେତୃତ୍ୱାଧୀନ ସରକାର ଉଇଗୁରୁମାନଙ୍କୁ କିପରି ଅତ୍ୟାଚାର କରୁଛନ୍ତି ତାହାର ନିଷ୍ଠୁର ବାସ୍ତବତାକୁ ଦର୍ଶାଉଛି। ଅକ୍ଟୋବର ଆରମ୍ଭରେ ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହୋଇଥିଲା।

ରେଡିଓ ଫ୍ରି ଏସିଆର ଏକ ରିପୋର୍ଟ ଅନୁଯାୟୀ ଗୁଆନ କହିଛନ୍ତି ଯେ , ଚାଇନା ସରକାରଙ୍କ ପ୍ରତିବନ୍ଧକ ଯୋଗୁ ବିଦେଶୀ ଗଣମାଧ୍ୟମ ପ୍ରତିନିଧିମାନେ ସାକ୍ଷାତକାର ପାଇଁ ଜିନଜିଆଙ୍ଗରେ ପହଞ୍ଚି ପାରୁ ନାହାନ୍ତି। ଚାଇନାର ସରକାର ଉଇଗର ଏବଂ ସରକାରଙ୍କ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ବିନା ବିଚାରରେ କାରାଗାରରେ ରଖିଛନ୍ତି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିନଜିଆନ ଗସ୍ତ ସମୟରେ ଗୁଆନ ସମୁଦାୟ ଆଠଟି ସହର ପରିଦର୍ଶନ କରିଥିଲେ ଏବଂ ୧୮ଟି ନଜର ବନ୍ଦ ଶିବିର ଆବିଷ୍କାର କରିଥିଲେ। ଏହି ଶିବିରଗୁଡିକ ମଧ୍ୟରୁ ଅନେକ ମାନଚିତ୍ରରେ ଚିହ୍ନିତ ହୋଇ ନ ଥିଲା ।

ବହୁ ମାନବାଧିକାର ସଂଗଠନ ଦାବି କରିଛନ୍ତି ଯେ ଚାଇନା ଉଇଗରମାନଙ୍କୁ ବହୁ ବନ୍ଦୀ ଶିବିରକୁ ପଠାଉଛି। ସେମାନଙ୍କର ଧାର୍ମିକ ପ୍ରଥାରେ ହସ୍ତକ୍ଷେପ କରୁଛି, ଉଇଗର ମହିଳାମାନଙ୍କୁ ଜୋର୍‌ ଜବରଦସ୍ତ ଗର୍ଭ ନିରୋଧ ଅସ୍ତ୍ରୋପଚାର କରାଇବା ସହିତ ଅକଥନୀୟ ନିର୍ଯାତନା ଦେଉଛି। ଆମେରିକା ଚାଇନାର ଜିନଜିଆଙ୍ଗରେ ନରସଂହାର ଚାଲିଥିବା ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri