ଉଇଗରଙ୍କୁ ନିର୍ଯାତନା, ଗୁପ୍ତ କ୍ୟାମେରା ଦ୍ୱାରା ଭିଡ଼ିଓ ଭାଇରାଲ…

ବେଜିଂ,୨୧।୧୧: ଚାଇନାର ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ଉଇଗରଙ୍କ ଉପରେ ନିର୍ଯାତନା ଜାରି ରହିଛି। ଏବେ ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଜିନଜିଆଙ୍ଗ ପ୍ରଦେଶର ନଜର ବନ୍ଦୀ ଶିବିରରେ  ଉଇଗର ଉପରେ ଅତ୍ୟାଚାର କରାଯାଉଛି।
ଚାଇନାର ଜଣେ କାର୍ଯ୍ୟକର୍ତ୍ତା ଗୁପ୍ତରେ ନିର୍ଯାତନାର ଭିଡ଼ିଓ ଶୁଟିଂ କରିଛନ୍ତି।

କାର୍ଯ୍ୟକର୍ତ୍ତା ଗୁଆନ ଗୁଆନ ଉଇଗରଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ୨୦ ମିନିଟର ଏକ ଭିଡିଓ ଶୁଟିଂ କରିଛନ୍ତି। ଭିଡ଼ିଓରେ ଶି ଜିନପିଙ୍ଗ ନେତୃତ୍ୱାଧୀନ ସରକାର ଉଇଗୁରୁମାନଙ୍କୁ କିପରି ଅତ୍ୟାଚାର କରୁଛନ୍ତି ତାହାର ନିଷ୍ଠୁର ବାସ୍ତବତାକୁ ଦର୍ଶାଉଛି। ଅକ୍ଟୋବର ଆରମ୍ଭରେ ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହୋଇଥିଲା।

ରେଡିଓ ଫ୍ରି ଏସିଆର ଏକ ରିପୋର୍ଟ ଅନୁଯାୟୀ ଗୁଆନ କହିଛନ୍ତି ଯେ , ଚାଇନା ସରକାରଙ୍କ ପ୍ରତିବନ୍ଧକ ଯୋଗୁ ବିଦେଶୀ ଗଣମାଧ୍ୟମ ପ୍ରତିନିଧିମାନେ ସାକ୍ଷାତକାର ପାଇଁ ଜିନଜିଆଙ୍ଗରେ ପହଞ୍ଚି ପାରୁ ନାହାନ୍ତି। ଚାଇନାର ସରକାର ଉଇଗର ଏବଂ ସରକାରଙ୍କ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ବିନା ବିଚାରରେ କାରାଗାରରେ ରଖିଛନ୍ତି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିନଜିଆନ ଗସ୍ତ ସମୟରେ ଗୁଆନ ସମୁଦାୟ ଆଠଟି ସହର ପରିଦର୍ଶନ କରିଥିଲେ ଏବଂ ୧୮ଟି ନଜର ବନ୍ଦ ଶିବିର ଆବିଷ୍କାର କରିଥିଲେ। ଏହି ଶିବିରଗୁଡିକ ମଧ୍ୟରୁ ଅନେକ ମାନଚିତ୍ରରେ ଚିହ୍ନିତ ହୋଇ ନ ଥିଲା ।

ବହୁ ମାନବାଧିକାର ସଂଗଠନ ଦାବି କରିଛନ୍ତି ଯେ ଚାଇନା ଉଇଗରମାନଙ୍କୁ ବହୁ ବନ୍ଦୀ ଶିବିରକୁ ପଠାଉଛି। ସେମାନଙ୍କର ଧାର୍ମିକ ପ୍ରଥାରେ ହସ୍ତକ୍ଷେପ କରୁଛି, ଉଇଗର ମହିଳାମାନଙ୍କୁ ଜୋର୍‌ ଜବରଦସ୍ତ ଗର୍ଭ ନିରୋଧ ଅସ୍ତ୍ରୋପଚାର କରାଇବା ସହିତ ଅକଥନୀୟ ନିର୍ଯାତନା ଦେଉଛି। ଆମେରିକା ଚାଇନାର ଜିନଜିଆଙ୍ଗରେ ନରସଂହାର ଚାଲିଥିବା ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଆକ୍ରମଣ: ନିହତ ହେଲେଣି ୯୦

ଗାଜା ସିଟି,୧୪ା୫:ଇସ୍ରାଏଲ୍‌ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିଛି। ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୭ ଶିଶୁ ଓ ୭ ମହିଳାଙ୍କ...

କୈଳାସ ସତ୍ୟାର୍ଥୀ ଏସ୍‌ଡିଜି ଆଡଭୋକେଟ

ଜାତିସଂଘ, ୧୮।୯(ପି.ଟି.): ଜାତିସଂଘର ୭୬ତମ ସାଧାରଣ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର...

କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ

ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର...

ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ

ମାଦ୍ରିଦ୍‌,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍‌ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ...

ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି

ମାଦ୍ରିଦ୍‌,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ

ସିଡ୍‌ନୀ,୬।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ନିଆଁରେ ପାଖାପାଖି ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ ହୋଇଥିବା ଅନୁମାନ...

ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର...

ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ...

Advertisement
Archives

Model This Week