ଆଇନର ନିର୍ଯାତନା

ଏକ ସଚେତନ ରାଷ୍ଟ୍ର କିମ୍ବା ବିଚାରଶୀଳ ରାଜ୍ୟ ଶାନ୍ତିପୂର୍ଣ୍ଣ ବିରୋଧ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାକୁ ସମର୍ଥ ହେବା ଉଚିତ। କିନ୍ତୁ ଏବେ ଆମେ ଆଉ ତାହା କରିପାରୁନାହଁୁ ଯାହା ଦୁଇଟି ବିଷୟରେ ପ୍ରତିଫଳିତ ହେଉଛି। ଗୋଟିଏ ହେଉଛି ଭାରତର ଆଇନ ଯାହା ସର୍ବଦା ଖରାପ ଓ ଅସ୍ଥିର ହୋଇଯାଇଛି। ଅନ୍ୟଟି ହେଉଛି ରାଜ୍ୟକୁ ରାଷ୍ଟ୍ରଠାରୁ ଭିନ୍ନ ଭାବେ ବିଚାର କରିବାରେ ଆମର ଅକ୍ଷମତା। ତେବେ ଉଭୟକୁ ସ୍ପଷ୍ଟ କରୁଥିବା ସାମ୍ପ୍ରତିକ ଘଟଣାର ବିବରଣୀ ଏଠାରେ ଉଲ୍ଲେଖ କରିିବାର ଆବଶ୍ୟକତା ନାହିଁ। କିନ୍ତୁ ଆମ ସଂସଦୀୟ କାର୍ଯ୍ୟକ୍ରମରେ ଏହା କିପରି ନିୟନ୍ତ୍ରିତ ନୁହେଁ ତାହା ଦେଖିବା ଦରକାର। ଗୋହତ୍ୟା ଭାରତରେ ଏକ ଆର୍ଥିକ ଅପରାଧ ଏବଂ ଧର୍ମୀୟ ଅପରାଧ ନୁହେଁ। କାରଣ ଏହି ପ୍ରସଙ୍ଗରେ ସମ୍ବିଧାନର ନିର୍ଦ୍ଦେଶନାମା ପରାମର୍ଶ ଦିଏ ଯେ ଗୋରୁ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ । ସମ୍ବିଧାନ ସଭା ବିତର୍କରେ ସଦସ୍ୟମାନେ କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣରେ ଦୁଗ୍ଧ ଉପଲବ୍ଧ ହେଉ ନ ଥିବାରୁ ଭାରତର ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଏଣୁ ଅଧିକ କ୍ଷୀର ଉପଲବ୍ଧ ପାଇଁ ଗୋହତ୍ୟା ନିଷେଧ କରିବା ଆବଶ୍ୟକ। ଦୁନିଆର ଅନ୍ୟ କୌଣସି ସ୍ଥାନରେ ଏଭଳି ଯୁକ୍ତିର ପ୍ରମାଣ ନାହିଁ। ଜନସଂଘ ତା’ପ୍ରାରମ୍ଭିକ ଇସ୍ତାହାରରେ ଟ୍ରାକ୍ଟର ବ୍ୟବହାରକୁ ବିରୋଧ କରିଥିଲା। କାରଣ ସେମାନେ ଭାବିଥିଲେ ବଳଦମାନଙ୍କର କୌଣସି କାମ ରହିବ ନାହିଁ। ଅବଶ୍ୟ ସମୟକ୍ରମେ ଏହି ସବୁରେ ପରିବର୍ତ୍ତନ ଘଟିଛି । ଭାରତ ଏବେ ବଳକା ଦୁଗ୍ଧ ଉପତ୍ାଦନ ଓ ରପ୍ତାନିକାରୀ ଦେଶ ହୋଇଛି। ବଳଦ ତୁଳନାରେ ଟ୍ରାକ୍ଟରର ଗୁରୁତ୍ୱ ବଢ଼ିଥିଲେ ବି ଗୋହତ୍ୟା ଆଇନକୁ କଡ଼ାକଡ଼ି କରାଯାଇଛି। ଗୋହତ୍ୟା ପାଇଁ ଗୁଜରାଟରେ ଆଜୀବନ ଦଣ୍ଡ ରହିଛି। ଅନ୍ୟ କୌଣସି ଅର୍ଥନୈତିକ ଅପରାଧରେ ଏଭଳି ଦଣ୍ଡବିଧାନ ନାହିଁ। କିନ୍ତୁ ଆମେ ତାହାକୁ ଗ୍ରହଣ କରିଛୁ ଏବଂ ଏଥିରେ ଏତେ ଉତ୍ସାହୀ ଯେ ଏହି ପଥରୁ ଆଉ ଫେରିପାରିବୁ ନାହିଁ। ଏବେ ଆଇନ ଅଣାଯାଇଛି ଯେଉଁଥିରେ ଅଭିଯୁକ୍ତକୁ ନିଜର ନିର୍ଦ୍ଦୋଷ ନିଜେ ପ୍ରମାଣ କରିବାକୁ ପଡୁଛି। ୨୦୧୯ରେ ଜଣେ ଗୁଜରାଟୀ ମୁସଲମାନ ତାଙ୍କ ଝିଅ ବାହାଘରରେ ଗୋମାଂସ ପରିବେଷଣ କରିବାକୁ ନେଇ ତାଙ୍କ ବିରୋଧରେ ଗୋହତ୍ୟା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ପୋଲିସ ଓ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି ପ୍ରମାଣ କରିପାରିବେ ନାହିଁ ବୋଲି କୋର୍ଟକୁ କହିଥିଲେ। ବିଚାରପତି ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇ କହିଥିଲେ ଯେ, ନିର୍ଦ୍ଦୋଷ ବୋଲି ଅଭିଯୁକ୍ତଙ୍କୁ ହିଁ ପ୍ରମାଣ କରିବାକୁ ହେବ , ଦୋଷ ପ୍ରମାଣ କରିବା ରାଜ୍ୟ କିମ୍ବା ବ୍ୟବସ୍ଥାର ଦାୟିତ୍ୱ ନୁହେଁ। ପରେ ଗୁଜରାଟ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହି ଯୁଗରେ ଆମର ଏପରି ନିୟମ ଅଛି ବୋଲି କୋର୍ଟ ହୁଏତ ଲଜ୍ଜିତ ହୋଇଥିବେ। ଉଚ୍ଚ ନ୍ୟାୟାଳୟ ଏହି ଦଣ୍ଡକୁ ରଦ୍ଦ କରିବା ଠିକ୍‌ ଥିଲା। ଏବେ ‘ସିକ୍ୟୁରିଟି ଥ୍ରେଟ୍‌’ ବା ‘ସୁରକ୍ଷା ବିପଦ’ କଥା କୁହାଯାଉଛି। ସୁରକ୍ଷାକୁ ନେଇ ବିପଦ ଥିବାର ଯଦି କିଛି ସୂଚନା ଥାଏ ତେବେ ଏହା ଜଣକୁ ଅନେକ ବର୍ଷ ଜେଲ ପଠାଇବା ପାଇଁ ଯଥେଷ୍ଟ। ତେବେ ପ୍ରଶ୍ନ ଉଠେ କାହାର ସୁରକ୍ଷା। କେଉଁ ବିପଦ? ଏଗୁଡ଼ିକର ଗମ୍ଭୀରତା ବୁଝିବା ଆମ ପାଇଁ ଅତ୍ୟଧିକ ଜଟିଳ, କାରଣ ଏଥିପାଇଁ ଆବଶ୍ୟକ ପରିପକ୍ୱ ମସ୍ତିଷ୍କ ଆମ ପାଖରେ ନାହିଁ।
୧୯୧୯ ମସିହାରେ ଗାନ୍ଧିଜୀ ରୌଲତ ଆକ୍ଟ ବା ଆଇନ ବିରୋଧରେ ଦେଶବ୍ୟାପୀ ଧର୍ମଘଟର ନେତୃତ୍ୱ ନେଇଥିଲେ। ଧର୍ମଘଟକୁ ସମର୍ଥନକରି ଅମୃତସର ଜାଲିଆନାୱାଲାବାଗ୍‌ ବିକ୍ଷୋଭରେ ଅଧିକ ଲୋକ ଯୋଗଦେଇଥିଲେ। ‘ବ୍ରିଟିଶ ଶାସନ ଏବେ ବିପଦରେ’ ବୋଲି ପଞ୍ଜାବର ରାଜ୍ୟପାଳ ସାର୍‌ ମାଇକେଲ ଓ’ଡାୟାର୍‌ ଦାବିକରି ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ବ୍ରିଟିଶ ଶାସନାଧୀନ ବିଧାନ ପରିଷଦରେ ସମସ୍ତ ଭାରତୀୟ ସଦସ୍ୟ ବିରୋଧ କରିଥିଲେ ମଧ୍ୟ ରୌଲତ ଆଇନ ପାସ୍‌ କରାଯାଇଥିଲା। ଇଂରେଜମାନେ ଦାବି କରିଥିଲେ , ଏହି ଆଇନ କମ୍‌ ସଂଖ୍ୟକ ଭାରତୀୟଙ୍କୁ ପ୍ରଭାବିତ କରିବ। କିନ୍ତୁ ଗାନ୍ଧିଜୀ ଏହାକୁ ‘ଦେଶ ପ୍ରତି ଅପମାନ’ ବୋଲି ଅଭିହିତ କରିଥିଲେ। ତେବେ ରୌଲତ ଆଇନରେ କେଉଁ ନିର୍ଯାତନାର ବିଷୟ ଥିଲା? ଭାରତୀୟମାନେ ଏହାକୁ ନେଇ କାହିଁକି ଏତେ କ୍ରୋଧିତ ହୋଇ ଏହାର ବିରୋଧ କରୁଥିଲେ? କାରଣ ଏହା ଆଇନ ଶାସନର ମୌଳିକ ନୀତିଗୁଡିକୁ ହଟାଇଦେଇଥିଲା। ଏହା ବିନା ଅଭିଯୋଗ କିମ୍ବା ବିଚାରରେ ଲୋକଙ୍କୁ ଗିରଫ କରିପାରେ। ଏହାକୁ ଏକ ପ୍ରଶାସନିକ ଅଟକ କୁହାଯାଏ, ଅର୍ଥାତ୍‌ ଜଣେ ଅପରାଧ ନ କରିଥିଲେ ବି ଭବିଷ୍ୟତରେ ଅପରାଧ ଘଟାଇବାର ଆଶଙ୍କା ଥିଲେ ତାଙ୍କୁ ଜେଲରେ ରଖାଯାଇପାରିବ।
ଯେଉଁ ୟୁଏପିଏରେ ଅନେକ ଭାରତୀୟଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି ଏବଂ ସେମାନେ ଜେଲରେ ଅଛନ୍ତି, ତାହା ‘ଆତଙ୍କବାଦୀ’ କିମ୍ବା ‘ଆତଙ୍କବାଦ’ କୁ ଠିକ୍‌ ଭାବେ ପରିଭାଷିତ କରେ ନାହିଁ । ଏହି ଆଇନକୁ ଏଭଳି ଗଢ଼ାଯାଇଛି ଯେ, ବହୁ ସଂଖ୍ୟକ ଭାରତୀୟଙ୍କୁ ଆତଙ୍କବାଦୀ ଭାବରେ ନାମିତ କରିବା ପାଇଁ ଏହା ଯଥେଷ୍ଟ । ଏହାକୁ ଆମେ ସମସ୍ତେ ବିରୋଧ କରିବାକୁ ପଡ଼ିବ। ୨୨ ବର୍ଷ ବୟସରେ ଭଗତ ସିଂ ଭାରତରେ ଜଣେ ବୀର ସଂଗ୍ରାମୀ ହୋଇଥିଲେ। ଶତ୍ରୁକୁ କୌଣସି ଅନିଷ୍ଟ କରିବାକୁ ତାଙ୍କ ବିଦ୍ରୋହର ଲକ୍ଷ୍ୟ ନ ଥିଲା। ବୋମାଗୁଡ଼ିକ କେବଳ ଧୂଆଁ ସୃଷ୍ଟି କରିଥିଲା ଏବଂ ନିଜକୁ ସ୍ପଷ୍ଟ ରୂପରେ ଅଭିବ୍ୟକ୍ତ କରିବାର କ୍ଷମତା ନିଶ୍ଚିତ କରିଥିଲା ଯେ ଗଣମାଧ୍ୟମ ଏବଂ ଜନସାଧାରଣ ତାଙ୍କ ଦ୍ୱାରା ପ୍ରଭାବିତ ହେବେ। ଜନ ସୁରକ୍ଷା ବିଲ୍‌କୁ ବିରୋଧ କରିବା ପାଇଁ ଭଗତ ସିଂ ତାଙ୍କ ଧୂଆଁବୋମା ଫିଙ୍ଗିଥିଲେ। ଏହି ବିଲ୍‌ ବିନା ବିଚାରରେ ଲୋକଙ୍କୁ ଜେଲରେ ରଖିବାକୁ ଅନୁମତି ଦିଏ, ଠିକ୍‌ ୟୁଏପିଏ ପରି। ଭଗତ ସିଂ ଏହାକୁ ବିରୋଧ କରିବା ଠିକ୍‌ ଥିଲା। ସେ ଯେଉଁ ଢଙ୍ଗରେ ଏହାକୁ ବିରୋଧ କରିଥିଲେ ତାହା ବି ଠିକ୍‌ ଥିଲା। ଆମେ ତାଙ୍କୁ ଶହୀଦ ଆଖ୍ୟା ଦେଉ, କାରଣ ସେ ଆମ ସମସ୍ତଙ୍କ ପାଇଁ ଯାହା କରିଥିଲେ ସେଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା । କିନ୍ତୁ ସମାନ କାରଣ ପାଇଁ ଏବେ ସମାନ କାର୍ଯ୍ୟ କରୁଥିବା ଯୁବକଙ୍କୁ ଆମେ ଆତଙ୍କବାଦୀ କହୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?