ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି। ପ୍ରାଣୀ ଉଦ୍ୟାନ ଆରମ୍ଭରୁ ଏହି କଇଁଛ ଏଠାରେ ରହି ଆସିଥିଲା। ଯାହାକି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବୟସାଧିକ ଯୋଗୁ ଅନେକ ରୋଗରେ ପୀଡ଼ିତ ଚାଣକ୍ୟ ଶେଷରେ ଆଖିବୁଜିଛି।

ଚାଣକ୍ୟ ଖାଇବା ବନ୍ଦ କରିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ଦଳର ମୁଖ୍ୟ ଡାକ୍ତର ଏମ୍‌.ଏ ହାକିମ୍‌ ଚାଣକ୍ୟକୁ ତା’ର ପ୍ରିୟ ଖାଦ୍ୟ କନ୍ଦମୂଳ ଏବଂ ପାଳଙ୍ଗ ଖାଇବାକୁ ଦେଇଥିଲେ ମଧ୍ୟ ସେ ୧୦ ଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇ ନ ଥିଲା। ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ସକାଳେ ଚାଣକ୍ୟର ଏନ୍‌କ୍ଲୋଜର ସଫା କରିବାକୁ ଯାଇ ଦେଖିଲେ ତା’ର ମୃତ୍ୟୁ ଘଟିଛି।

୧୯୬୩ରେ ନାମ୍ପାଲିରେ ଥିବା ପବ୍ଲିକ ଗାର୍ଡେନ (ବାଗ୍‌-ଇ-ଆମ୍‌)ରୁ ଚାଣକ୍ୟକୁ ଅଣାଯାଇଥିଲା। ଏହା ପରେ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ତା’ର ଠିକଣା ଥିଲା।

ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଣକ୍ୟର ଏକାଧିକ ଅଙ୍ଗ ଅକାମୀ ହେଇଯିବାରୁ ତା’ର ମୃତ୍ୟୁ ଘଟିଛି। ଅଧିକ ଅନୁସନ୍ଧାନ ପାଇଁ ନମୁନାକୁ ପ୍ରାଣୀ ଚିକିତ୍ସା ବାୟୋଲୋଜିକାଲ ଆଣ୍ଡ ରେଚ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ରାଜେନ୍ଦ୍ରନଗରର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟକୁ ପଠାଯାଇଛି।

ଗାଲାପାଗୋସ ହେଉଛି ଏକ ବିଶାଳ କଇଁଛ। ଚାଲର୍‌ସ ଡାରଓ୍ବିନଙ୍କ ‘ଇଭୋଲ୍ୟୁଶନ ଅଫ ସ୍ପେସିସ୍‌’ ଥିଓରି ପାଇଁ ସେ ବେଶ୍‌ ଜଣାଶୁଣା। ବୈଜ୍ଞାନିକ ମାନବ ବିବର୍ତ୍ତନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବା ପାଇଁ ଏହା ଉପରେ ବର୍ଷ ବର୍ଷ ଧରି ଅଧ୍ୟୟନ କରିଥିଲେ।

ନେହେରୁ ପ୍ରାଣୀ ଉଦ୍ୟାନରେ ପ୍ରାୟ ୧୯୩ ପ୍ରଜାତିର ପକ୍ଷୀ, ପ୍ରାଣୀ ଏବଂ ସରୀସୃପ ରହିଛନ୍ତି। ଏହି ପ୍ରାଣୀ ଉଦ୍ୟାନ ବିରଳ, ବିପଦପୂର୍ଣ୍ଣ ତଥା ବିଲୁପ୍ତପ୍ରାୟ ପ୍ରଜାତି ପାଇଁ ଜଣାଶୁଣା। ଯେପରିକି ଗଧ, ହାତୀ, ନୀଳଗିରିର ଲାଙ୍ଗୁର, ସିଂହ ଲାଞ୍ଜର ମାକେକ, ସାରୁସ କ୍ରେନ, ଗ୍ରେ ପେଲିକାନ ଇତ୍ୟାଦି। ବ୍ଲାକ ହେଡ୍‌ ଆଇବିସ, ୟୁରାସିଆନ ଚାମଚବିଲ, ଇଣ୍ଡିଆନ ପାଇଥନ, ଇଣ୍ଡିଆନ ଷ୍ଟାର୍‌ କଇଁଛ, ଭାରତୀୟ ସଫ୍ଟ ସେଲ୍‌ କଇଁଛ ଏବଂ ଭାରତୀୟ ଚାମେଲିଅନ ମଧ୍ୟ ଏଠାରେ ରହିଥିଲେ।
ବିଦେଶୀ ପ୍ରାଣୀମାନଙ୍କ ମଧ୍ୟରେ ହିପୋପୋଟାମସ୍‌, ଆଫ୍ରିକୀୟ ସିଂହ, ଜାଗୁଆର, ଓଟପକ୍ଷୀ, ମାକାଓ ଆଦି ଏହି ପ୍ରାଣୀ ଉଦ୍ୟାନରେ ବଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?