ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି। ପ୍ରାଣୀ ଉଦ୍ୟାନ ଆରମ୍ଭରୁ ଏହି କଇଁଛ ଏଠାରେ ରହି ଆସିଥିଲା। ଯାହାକି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବୟସାଧିକ ଯୋଗୁ ଅନେକ ରୋଗରେ ପୀଡ଼ିତ ଚାଣକ୍ୟ ଶେଷରେ ଆଖିବୁଜିଛି।

ଚାଣକ୍ୟ ଖାଇବା ବନ୍ଦ କରିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ଦଳର ମୁଖ୍ୟ ଡାକ୍ତର ଏମ୍‌.ଏ ହାକିମ୍‌ ଚାଣକ୍ୟକୁ ତା’ର ପ୍ରିୟ ଖାଦ୍ୟ କନ୍ଦମୂଳ ଏବଂ ପାଳଙ୍ଗ ଖାଇବାକୁ ଦେଇଥିଲେ ମଧ୍ୟ ସେ ୧୦ ଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇ ନ ଥିଲା। ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ସକାଳେ ଚାଣକ୍ୟର ଏନ୍‌କ୍ଲୋଜର ସଫା କରିବାକୁ ଯାଇ ଦେଖିଲେ ତା’ର ମୃତ୍ୟୁ ଘଟିଛି।

୧୯୬୩ରେ ନାମ୍ପାଲିରେ ଥିବା ପବ୍ଲିକ ଗାର୍ଡେନ (ବାଗ୍‌-ଇ-ଆମ୍‌)ରୁ ଚାଣକ୍ୟକୁ ଅଣାଯାଇଥିଲା। ଏହା ପରେ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ତା’ର ଠିକଣା ଥିଲା।

ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଣକ୍ୟର ଏକାଧିକ ଅଙ୍ଗ ଅକାମୀ ହେଇଯିବାରୁ ତା’ର ମୃତ୍ୟୁ ଘଟିଛି। ଅଧିକ ଅନୁସନ୍ଧାନ ପାଇଁ ନମୁନାକୁ ପ୍ରାଣୀ ଚିକିତ୍ସା ବାୟୋଲୋଜିକାଲ ଆଣ୍ଡ ରେଚ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ରାଜେନ୍ଦ୍ରନଗରର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟକୁ ପଠାଯାଇଛି।

ଗାଲାପାଗୋସ ହେଉଛି ଏକ ବିଶାଳ କଇଁଛ। ଚାଲର୍‌ସ ଡାରଓ୍ବିନଙ୍କ ‘ଇଭୋଲ୍ୟୁଶନ ଅଫ ସ୍ପେସିସ୍‌’ ଥିଓରି ପାଇଁ ସେ ବେଶ୍‌ ଜଣାଶୁଣା। ବୈଜ୍ଞାନିକ ମାନବ ବିବର୍ତ୍ତନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବା ପାଇଁ ଏହା ଉପରେ ବର୍ଷ ବର୍ଷ ଧରି ଅଧ୍ୟୟନ କରିଥିଲେ।

ନେହେରୁ ପ୍ରାଣୀ ଉଦ୍ୟାନରେ ପ୍ରାୟ ୧୯୩ ପ୍ରଜାତିର ପକ୍ଷୀ, ପ୍ରାଣୀ ଏବଂ ସରୀସୃପ ରହିଛନ୍ତି। ଏହି ପ୍ରାଣୀ ଉଦ୍ୟାନ ବିରଳ, ବିପଦପୂର୍ଣ୍ଣ ତଥା ବିଲୁପ୍ତପ୍ରାୟ ପ୍ରଜାତି ପାଇଁ ଜଣାଶୁଣା। ଯେପରିକି ଗଧ, ହାତୀ, ନୀଳଗିରିର ଲାଙ୍ଗୁର, ସିଂହ ଲାଞ୍ଜର ମାକେକ, ସାରୁସ କ୍ରେନ, ଗ୍ରେ ପେଲିକାନ ଇତ୍ୟାଦି। ବ୍ଲାକ ହେଡ୍‌ ଆଇବିସ, ୟୁରାସିଆନ ଚାମଚବିଲ, ଇଣ୍ଡିଆନ ପାଇଥନ, ଇଣ୍ଡିଆନ ଷ୍ଟାର୍‌ କଇଁଛ, ଭାରତୀୟ ସଫ୍ଟ ସେଲ୍‌ କଇଁଛ ଏବଂ ଭାରତୀୟ ଚାମେଲିଅନ ମଧ୍ୟ ଏଠାରେ ରହିଥିଲେ।
ବିଦେଶୀ ପ୍ରାଣୀମାନଙ୍କ ମଧ୍ୟରେ ହିପୋପୋଟାମସ୍‌, ଆଫ୍ରିକୀୟ ସିଂହ, ଜାଗୁଆର, ଓଟପକ୍ଷୀ, ମାକାଓ ଆଦି ଏହି ପ୍ରାଣୀ ଉଦ୍ୟାନରେ ବଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri