ଦବିଯାଉଛି ପୋଲ ସଂଯୋଗୀକରଣ ରାସ୍ତା

ରସୁଲପୁର,୧୮ା୩(ରଞ୍ଜିତ ରାଉତ): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅନ୍ତର୍ଗତ କୁଆଖିଆ ସେକ୍ସନର ୨ ପଞ୍ଚାୟତର ୨ଟି ଗାଁକୁ ସଂଯୋଗ କରୁଥିବା ବିଭାଗୀୟ ରାସ୍ତାର ଏକ ପୋଲର ଉଭୟ ପାର୍ଶ୍ୱ ସଂଯୋଗୀକରଣ ଅଞ୍ଚଳ ଦବିଯାଉଛି। ଚାରି ଚକିଆ ଯାନ ଏହି ରାସ୍ତାଦେଇ ଯାତାୟାତ କରୁଥିବା ସମୟରେ ଦବି ଯାଉଥିବା ଅଞ୍ଚଳଟି କ୍ରମଶଃ ବଡ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଯାତାୟାତରେ ବାଧା ଉପୁଜୁଛି। ପୋଲ ଯୋଡ଼େଇ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ତୁରନ୍ତ ମରାମତି କରା ନ ଗଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବ। ଏଥିସହିତ ଶତାଧିକ ପରିବାରଙ୍କ ପାଇଁ ଗମନାଗମନର ଅସୁବିଧା ଉପୁଜିବ ବୋଲି ଅଭିଯୋଗ କୁହାଯାଇଛି।
ସୂଚନା ମୁତାବକ, ରସୁଲପୁର ବ୍ଲକ୍‌ ଭୋଟକା ପଞ୍ଚାୟତର ଭୋଟକା ଗ୍ରାମ ଓ ରସୁଲପୁର ପଞ୍ଚାୟତ ସୁଆଁସାହି ଗ୍ରାମର ଶତାଧିକ ପରିବାର ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ମୂଳ ଖରସ୍ରୋତା ନଦୀକୂଳରେ ଅବସ୍ଥିତ ଏହି ଗ୍ରାମର ଲୋକଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀରେ ଏକ ପୋଲ ନିର୍ମାଣ କରାଯାଇଛି। ପୋଲ ବହୁ ପୁରୁଣା ହୋଇଥିବାରୁ ପୋଲର ବାଡଗୁଡିକ ଭାଙ୍ଗି ରୁଜିଗଲାଣି। ପୋଲ ଉଭୟ ପାର୍ଶ୍ୱସ୍ଥ ସଂଯୋଗୀକରଣ ଅଞ୍ଚଳକୁ ଠିକ୍‌ ଭାବରେ ସୁଦୃଢ଼ୀକରଣ କରାଯାଇ ନ ଥିବାରୁ ମାଟି ଧସି ପୋଲ ଉଭୟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇଛି। ଅନ୍ଧାରରେ ଯାତାୟାତ କରୁଥିବା ପଦଯାତ୍ରୀ, ସାଇକେଲ ଓ ମଟରସାଇକେଲ ଚାଳକମାନେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ପୋଲ ଉପରେ ବର୍ଷାଜଳ ଜମି ରହୁଥିବାରୁ ଛାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଉକ୍ତ ଛାତଟିକୁ ତୁରନ୍ତ ମରାମତି କରା ନ ଗଲେ ପୋଲ ଭୁଶୁଡ଼ି ପଡ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ପୋଲ ଉଭୟ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତଗୁଡ଼ିକ, ପୋଲର ବାଡ ଓ ଛାତକୁ ତୁରନ୍ତ ମରାମତି କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ଦିଗରେ କୁଆଖିଆ ସେକ୍ସନ ଯନ୍ତ୍ରୀ ଭୀମସେନ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଏବେ କୁଆଖିଆ ସେକ୍ସନରେ ଆଉ ଜଣେ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। ତାଙ୍କୁ ସେ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ତାଙ୍କୁ ନେଇ ଉକ୍ତ ରାସ୍ତାକୁ ଦେଖାଇବା ସହ ମରାମତି ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ମହାରଣା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri