Posted inଜାତୀୟ

ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ଗିରଫ

ରାଞ୍ଚି,୧୨।୧୧: ସିପିଆଇ ମାଓବାଦୀ ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡିଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି।  ଦମ୍ପତିଙ୍କ ଗିରଫଦାରି ଉତ୍ତର ଭାରତରେ ମାଓବାଦୀ କ୍ୟାଡରଙ୍କ ମନୋବଳ ଓ ହିଂସାମତ୍କ କାର୍ଯ୍ୟକଳାପକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

ଦୁର୍ଦ୍ଧର୍ଷ ମାଓବାଦୀ ନେତା ପ୍ରଶାନ୍ତ ପୂର୍ବରୁ ମାଓଇଷ୍ଟ୍‌ କମ୍ୟୁନିଷ୍ଟ ସେଣ୍ଟର ଅଫ୍‌ ଇଣ୍ଡିଆ (ଏମ୍‌ସିସିଆଇ) ମୁଖ୍ୟ ଥିଲେ। ୨୦୦୪ରେ ସିପିଆଇ-ଏମ୍‌ଏଲ୍‌ (ପିପୁଲ୍ସ ଓ୍ବାର) ସହ ଏମ୍‌ସିସିଆଇର ବିଲୟ ଘଟି ସିପିଆଇ (ମାଓଇଷ୍ଟ) ସଙ୍ଗଠନର ରୂପ ନେଇଥିଲା। କିଷନ ଦା ନାମରେ ପରିଚିତ ପ୍ରଶାନ୍ତଙ୍କ ଯୋଗୁ ମାଓବାଦୀ ସଙ୍ଗଠନର ଏହି ମିଶ୍ରଣ ସମ୍ଭବ ହୋଇଥିବା କୁହାଯାଏ। କିଷନ ଦା ଏବେ ଇଷ୍ଟର୍ନ ରିଜିଓନାଲ ବ୍ୟୁରୋ (ଇଆର୍‌ବି) ସମ୍ପାଦକ ଅଛନ୍ତି। ଉତ୍ତର-ପୂର୍ବାଞ୍ଚଳ ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ମାଓବାଦୀ କାର୍ଯ୍ୟକ୍ରମ ତାଙ୍କ ତତ୍ତ୍ୱାବଧାନରେ ହୋଇଥାଏ। ୭୫ ବର୍ଷୀୟ କିଷନ ଅସୁସ୍ଥ ଥାଇ ମଧ୍ୟ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରୁ ସବୁକିଛି ଅପରେଟ୍‌ କରୁଥିବା ଜଣାପଡିଛି। ପଶ୍ଚିମବଙ୍ଗର ଯାଦବପୁର ବାସିନ୍ଦା କିଷନ ଦା ତାଙ୍କ ସହଯୋଗୀଙ୍କ ମହଲରେ ନିର୍ଭୟ, କିଷନ, କାଜଲ ଓ ମହେଶ ନାମରେ ମଧ୍ୟ ପରିଚିତ।

ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡି(୬୦) ମଧ୍ୟ ମାଓବାଦୀ ସଙ୍ଗଠନର ଅନ୍ୟତମ ବରିଷ୍ଠ ନେତ୍ରୀ। ସିପିଆଇ ମାଓଇଷ୍ଟ୍‌ ସେଣ୍ଟ୍ରାଲ କମିଟିର ସେ ହେଉଛନ୍ତି ଏକମାତ୍ର ମହିଳା ସଦସ୍ୟ। ୨୦୦୬ରେ ଓଡ଼ିଶାରେ ସେ ଗିରଫ ହୋଇଥିଲେ। ପରେ ରାଉରକେଲା ଜେଲରୁ ମୁକୁଳିଥିଲେ। ୫ ବର୍ଷ ତଳେ ସେ ପୁଣି ସିପିଆଇ(ମାଓବାଦୀ) ସଙ୍ଗଠନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?