Posted inଜାତୀୟ

କମିଲା ଟମାଟୋ ଦାମ

ନୂଆଦିଲ୍ଲୀ,୧୯।୮: ଚଢା ଦାମରେ ଟମାଟୋ କିଣୁଥିବା ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତି କର ଖବର। ଅଗଷ୍ଟ ୨୦ରୁ ଟମାଟୋ କିଲୋ ୪୦ ଟଙ୍କାରେ ମିଳିବ। କାରଣ ଏନସିସିଏଫ ଓ ନାଫେଡକୁ ମନ୍ତ୍ରଣାଳୟ ପକ୍ଷରୁ ପୁରୁଣା ଦାମରେ ଟମାଟୋ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଏବେ ସାଧାରଣ ବଜାରରେ ଟମାଟୋର ଦାମ ୫୦-୬୦ ଟଙ୍କା ରହିଛି। ମଣ୍ଡି ବିଶେଷଜ୍ଞ କହିଛନ୍ତି ଯଦି ବର୍ଷା ଜାରି ରହେ ତେବେ ପୁଣିଥରେ ଟମାଟୋ ଦାମ ବଢିପାରେ। ହେଲେ ହୁଏତ ଏପରି ହୋଇ ନ ପାରେ। ଦିଲ୍ଲୀ ମଣ୍ଡିରେ ଏବେ ଟମାଟୋ କିଲୋପ୍ରତି ୬୦ ଟଙ୍କା ଦାମରେ ବିକ୍ରି କରାଯାଉଛି। ହେଲେ ନଏଡାରେ ଏବେବି ଟମାଟୋ କିଲୋପ୍ରତି ଦାମ ୮୦ ଟଙ୍କା ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଟମାଟୋର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ଟଙ୍କାରେ ପହଞ୍ଚିଛି। ଏହି ଜିନିଷଟି କାହାଠାରୁ ଅଛପା ନାହିଁ। କାରଣ ଗରିବ କିମ୍ବା ଧନୀ ହେଉ ପ୍ରତ୍ୟେକ ପରିବାରର ପନିପରିବାରେ ଟମାଟୋ ନିଶ୍ଚିତ ଭାବରେ ବ୍ୟବହୃତ ହୁଏ। ସେଥିପାଇଁ ରେସ୍ତୋରାଁ ଏବଂ ଢାବାରେ ଖାଦ୍ୟ ହାରରେ ମଧ୍ୟ ବୃଦ୍ଧି ଘଟିଥିଲା। କେବଳ ଏତିକି ନୁହେଁ, ମଧ୍ୟବିତ୍ତ ପରିବାରମାନେ ପ୍ଲେଟରୁ ଟମାଟୋ ଅଦୃଶ୍ୟ କରିଦେଇଥିଲେ। ଏବେ କିନ୍ତୁ ଏହି ଦାମ ଆୟତ୍ତକୁ ଆସିଛି। ବର୍ତ୍ତମାନ ଗ୍ରାହକ ପୂର୍ବ ପରି ଶସ୍ତା ମୂଲ୍ୟରେ ଟମାଟୋ କିଣିବାକୁ ସକ୍ଷମ ହେବେ। କେବଳ୪୦ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରୟ କରିବାକୁ ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

କଟକ, ୨୭/୬: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ…

ଯାତ୍ରୀଙ୍କୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଫେରାଇଲେ ଡ୍ରାଇଭର, ପ୍ରଶଂସା କରି ଲୋକେ କହିଲେ…

ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): କାର୍‌ରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଭର୍ତ୍ତି…

ସମୁଦ୍ରର ଉଚ୍ଚ ଜୁଆରରେ କୂଳ ଲଂଘୁଛି; ବେଳାଭୂମିର ଦ୍ରୁତ ଅବକ୍ଷୟ, ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳ

ଗଞ୍ଜାମ, ୨୭।୬ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ଦିନ ଧରି ଦ୍ରୁତ…

ଶ୍ରୀମନ୍ଦିର ପ୍ରଶାସନର ବଡ଼ ସୂଚନା, ୧୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୨୭।୬: ଦିନକ ପରେ ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ସ୍ନାନଯାତ୍ରାର ସ୍ବତନ୍ତ୍ର ନୀତିକାନ୍ତି ପାଇଁ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri