Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଜାପାନରେ ବ୍ୟାପକ ଟିକାକରଣ ଆରମ୍ଭ

ଟୋକିଓ,୨୫।୫(ଏପି): ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ପାଖାପାଖି ୨ମାସ ବାକିଥିବା ବେଳେ ଜାପାନ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ଜାପାନ ମିଲିଟାରି ଡାକ୍ତର ଓ ନର୍ସମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି। ସୋମବାର ଟୋକିଓ ଓ ଓସାକାରେ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଟୋକିଓରେ ଅଲିମ୍ପିକ ଆୟୋଜନ କରିବାକୁ ବଦ୍ଧପରିକର ଅଛନ୍ତି। ମହାମାରୀ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ସ୍ଥଗିତ ରଖାଯାଇଥିଲା। ଜୁଲାଇ ଶେଷ ସୁଦ୍ଧା ୩୬ ମିଲିୟନ ବୟସ୍କ ଲୋକଙ୍କର ଟିକାକରଣ ଶେଷ କରିବା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି। ଯଦିଓ ଏହାର ସଫଳତା ନେଇ ଆଶଙ୍କା ପ୍ରକଟ କରାଯାଉଛି। ଜାପାନର ଅଧିକାଂଶ ନାଗରିକଙ୍କର ଟିକାକରଣ ହୋଇପାରି ନାହିଁ। ଅଲିମ୍ପିକ୍ସକୁ ବାତିଲ କରିବା ପାଇଁ ବିକ୍ଷୋଭ, ଆନ୍ଦୋଳନ ବଢିବାରେ ଲାଗିଛି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହେବ। ଏପ୍ରିଲ ଶେଷରୁ ଦେଶର ବିଭିନ୍ନ ସ୍ଥାନରେ ଷ୍ଟେଟ୍‌ ଅଫ୍‌ ଇମର୍ଜେନ୍ସି ଲାଗୁ କରାଯାଇଛି। ଦେଶର ୪୦ ପ୍ରତିଶତ ଲୋକ ବସବାସ କରୁଥିବା ରାଜଧାନୀ ଟୋକିଓ ସମେତ ଅନ୍ୟ ୯ଟି ଅଞ୍ଚଳରେ ଇମର୍ଜେନ୍ସି ଜାରି ରହିଛି ଓ ଏହାକୁ ଆହୁରି ବୃଦ୍ଧି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ଏବେ ମଧ୍ୟ କରୋନ କେସ୍‌ ଯଥେଷ୍ଟ ଅଧିକ ରହିଛି। ତେଣୁ ଟିକାକରଣରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସୁଗା ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍‌ଲେଟଙ୍କର ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଗକୁ ବିଭିନ୍ନ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଟିକାକରଣ ଉପରେ ଜୋର ଦିଆଯିବ ବୋଲି ସେ କହିଛନ୍ତି। ଟୋକିଓରେ ଦିନକୁ ୧୦,୦୦୦ ଓ ଓସାକାରେ ୫,୦୦୦ ଲୋକଙ୍କୁ ଟିକା ଦିଆଯିବ। ଏହା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଜାପାନ ବିଦେଶରୁ ମଧ୍ୟ ଟିକା ମଗାଇବ। ଜାପାନରେ କେବଳ ୨ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି। ଫେବୃୟାରୀ ମଝିରେ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଥିଲା। ଯଦି ୮୦ରୁ ୯୦ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଯାଏ ତା’ହେଲେ ବିନା କୌଣସି ସମସ୍ୟାରେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି କୁହାଯାଇଛି। ଏହା ଅସମ୍ଭବ ମନେ ହେଉଥିଲେ ମଧ୍ୟ ପ୍ରାୟାସ ଜାରି ରହିବ ବୋଲି ସୁଗା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?