Posted inଖେଳ

ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି

ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର ପ୍ରକାଶ କରିଛନ୍ତି। ସମସ୍ତ ଅଲିମ୍ପିକ ଭେନ୍ୟୁରେ ଦର୍ଶକ କ୍ଷମତାର ୫୦ ପ୍ରତିଶତ ଏବଂ ଅତିବେଶିରେ ୧୦ହଜାର ଖେଳପ୍ରେମୀଙ୍କୁ ଅନୁମତି ମିଳିବ। ଅନ୍‌ଲାଇନରେ ୫ ପକ୍ଷ ଯଥା ସ୍ଥାନୀୟ ଆୟୋଜକ, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି, ଅନ୍ତର୍ଜାତୀୟ ପାରାଅଲିମ୍ପିକ କମିଟି, ଜାପାନ ସରକାର ଏବଂ ଟୋକିଓ ମେଟ୍ରୋପଲିଟାନ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଗତ ସପ୍ତାହରେ ଦେଶର ଟପ୍‌ ଡାକ୍ତରୀ ପରାମର୍ଶଦାତା ଡ. ଶିଗେରୁ ଓମି ଦେଇଥିବା ପରାମର୍ଶକୁ ଏଡ଼ାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ କରିବା ସବୁଠାରୁ ନିରାପଦ ବୋଲି ସେ କହିଥିଲେ। ଏହା ପୂର୍ବରୁ ବର୍ତ୍ତମାନ ପରିସ୍ଥିତିରେ ସେ ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ନ ଥିଲେ। ଟୋକିଓ ଗେମ୍ସ ଜୁଲାଇ ୨୩ରେ ଆରମ୍ଭ ହେବ। ଆୟୋଜକ କମିଟି ସଭାପତି ସିକୋ ହାଶିମୋତୋ କହିଛନ୍ତି, ମହାମାରୀ ପରିସ୍ଥିତିରେ ଯଦି ଉନ୍ନତି ପରିଲକ୍ଷିତ ହୁଏ ତେବେ ଆମେ କୋହଳତା ଅବଲମ୍ବନ କରିବୁ। ୫ ପକ୍ଷଙ୍କୁ ନେଇ ବୈଠକ ଡକାଇ ଅନ୍ୟ କେତେକ ନିଷ୍ପତ୍ତି ନେବୁ। ଗେମ୍ସ ବଳେ ଯଦି ଜରୁରିକାଳୀନ ପରିସ୍ଥିତି ଜାରି କରିବା ସ୍ଥିତି ସୃଷ୍ଟି ହୁଏ ତେବେ ଆବଶ୍ୟକ ସ୍ଥଳେ ବିନା ଦର୍ଶକରେ ଇଭେଣ୍ଟ ଆୟୋଜନ କଥା ବିଚାର କରାଯାଇପାରେ। ବହୁ ଦିନ ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ବାରଣ କରାଯାଇସାରିଛି। ସ୍ଥାନୀୟ ଦର୍ଶକଙ୍କ ଲାଗି କଡ଼ା ନିୟମ କରାଯାଇଛି। ମାସ୍କ ପିନ୍ଧିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଖେଳାଳିମାନଙ୍କୁ ଉତ୍ସାହିତ କରିପାରିବେ ନାହିଁ। ଇଭେଣ୍ଟ ଦେଖିସାରିବା ପରେ ସେମାନେ ସିଧାସଳଖ ଘରକୁ ଫେରିବେ। ଜାପାନ ବାସିନ୍ଦାଙ୍କ ଲାଗି ୩.୬-୩.୭ ନିୟୁତ ଟିକେଟ ବ୍ୟବସ୍ଥା କରାଯାଇଥିବା ଆୟୋଜକଗଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?