ଟୋକନ୍‌ ବାତିଲ, ମିଲରଙ୍କ ମନମାନିକୁ ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ୍‌, ୨୦।୧୧: ଟୋକନ ବାତିଲ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କି ୨ରୁ ୩ ଥର ବି ଟୋକନ୍‌ ବାତିଲ ହେବା ସହ ଆଉ ଧାନ ବିକିବା ପାଇଁ ଚାଷୀଙ୍କୁ ସୁଯୋଗ ଦିଆଯାଉନି। ଏହାଦ୍ୱାରା ଜିଲାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି । ଆନ୍ଦୋଳନ ହେଉଛି। କେବଳ ଏତିକି ନୁହେଁ, ଠିକ ସମୟରେ ଠିକ ସ୍ଥାନକୁ ମିଲରମାନେ ଗାଡି ପଠାଉନାହାନ୍ତି। ମିଲରଙ୍କ ମନମାନି ଯୋଗୁ ମଣ୍ଡିରେ ଧାନ ଗଚ୍ଛିତ ରହିବା ସହ ଚାଷୀ ଅସନ୍ତୋଷ ସୃଷ୍ଟି ହେଉଛି। ତେଣୁ ଏଥର ଯେପରି ସେଭଳି ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଏହି ପ୍ରସଙ୍ଗ ଉଠାଇଥିଲେ। ଏହି କଥାରେ ଅଧିକାଂଶ ସହମତି ପ୍ରକାଶ କରିଥିଲେ। ବୈଠକରେ ଜିଲାପାଳ ପାରୁଲ ପଟୱାରୀ ପୌରୋହିତ୍ୟ କରି ଜିଲାର ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡିକରେ ଖାଲି ପଡିଥିବା ସେକ୍ରେଟାରୀ ପଦବୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ଉପସ୍ଥିତ ଡିଆର୍‌ସିଏସ୍‌ମାନଙ୍କୁ କହିଥିଲେ, ପଦବୀ ପୂରଣ ନ ହେବାରୁ ପାକ୍ସଗୁଡିକ ଅନ୍ଧାରରେ ରହିଛି। ତେଣୁ ମାର୍ଚ୍ଚ ସୁଦ୍ଧା କେତେ ପଦବୀ ପୂରଣ କରିପାରିବେ ପ୍ରଶ୍ନ କରି ତାର ଉତ୍ତର ଚାହିଁଥିଲେ । ଡିଆର୍‌ସିସି କହିଥିଲେ, ଏହି ସମୟ ମଧ୍ୟରେ ପାକ୍ସଗୁଡିକର ସହକାରୀ ସେକ୍ରେଟାରୀ ୨୮ ଜଣଙ୍କୁ ସେକ୍ରେଟାରୀ ଦାୟିତ୍ୱ ଦିଆଯିବ। ୩୯ ଜଣଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବା ପାଇଁ ବ୍ୟବସ୍ଥା ହେବ। ୬ଟି ନିଯୁକ୍ତି ସଂକ୍ରାନ୍ତରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ତାହା ବିଳମ୍ବ ହେବ ବୋଲି ଉତ୍ତର ରଖିଥିଲେ। ଏହାବାଦ୍‌ ମିଲରମାନେ ପିପି (ପଲିପ୍ରୋପିଲିନ୍‌) ଅଖା ବ୍ୟବହାର ଯୋଗୁ ସେମାନେ କ୍ଷତିର ସମ୍ମୁଖୀନ ହେଉଥିବା କହିବା ସହ ଝୋଟ ଅଖା ବ୍ୟବହାର ପାଇଁ ଜୋର ଦେଇଥିଲେ। ଯେହେତୁ ଚାଷୀଙ୍କୁ ଏହି ଅଖା କିଣିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ତେଣୁ ସଚେତନ କରିବାକୁ ଜିଲାପାଳ ପାରୁଲ ପଟୱାରୀ ପରାମର୍ଶ ଦେଇଥିଲେ। ଏହି ସମୟରେ ଉପସ୍ଥିତ ମିଲରମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ସେକ୍ରେଟାରୀମାନଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ଅଖା ପିଛା ୫ ଟଙ୍କା ଚାଷୀଙ୍କୁ ଦିଆଯିବା ବ୍ୟବସ୍ଥା ଅଛି । କିନ୍ତୁ ପାକ୍ସ ସେକ୍ରେଟାରୀମାନେ ଏହି ଟଙ୍କା ଖାଇ ଯାଉଛନ୍ତି। ଏହି ପ୍ରସଙ୍ଗକୁ ନେଇ କିଛି ସମୟ ସରଗରମ ଆଲୋଚନା ହୋଇଥିଲା। ଏଥର ଜିଲାର ୪୬,୩୧୭ ପଞ୍ଜୀକୃତ ଚାଷୀଙ୍କ ଧାନ ୧୦୫ଟି ପାକ୍ସ ମାଧ୍ୟମରେ କିଣାଯିବ । ଜାନୁୟାରୀ ୬ରୁ ତିର୍ତ୍ତୋଲ, ରଘୁନାଥପୁର ଓ କୁଜଙ୍ଗ ବ୍ଲକ ଅଞ୍ଚଳରୁ ଧାନ ସଂଗ୍ରହ ହେବ। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଜାନୁୟାରୀ ୧୩ରୁ ଅବଶିଷ୍ଟ ବ୍ଲକ ଅଞ୍ଚଳରୁ ଧାନ ଉଠିବ । ଏହି ପ୍ରକ୍ରିୟା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ଆର୍‌ଏମ୍‌ସି ଅସ୍ଥାୟୀ ଷ୍ଟକ ଶେଡ୍‌ ନିର୍ମାଣ କାମ ସାରିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ସମୟରେ କଣ୍ଟ୍ରୋଲ ରୁମ୍‌ କାମ କରିବ। ପଞ୍ଜୀକୃତ ଚାଷୀ ସେମାନଙ୍କ ଜମି ଅଞ୍ଚଳ, ଟୋକନ ସ୍ଥିତି ଓ ପ୍ରାପ୍ୟ ପାଇବା ସମ୍ପର୍କରେ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୯୬୭କୁ କଲ୍‌ କରିପାରିବେ । ୨୦୨୨-୨୩ ଖରିଫ ବର୍ଷରେ ଜିଲାରୁ ୯୦୮୯୭.୦୫୮ ଏମ୍‌ଟି ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସରକାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୨୦୪୦ ଓ ଗ୍ରେଡ୍‌ (ଏ) ପାଇଁ ୨୦୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଗତବର୍ଷଠାରୁ କୁଇଣ୍ଟାଲ ପିଛା ୧୦୦ ଟଙ୍କା ଅଧିକ ରହିଛି। ଏଥିର ପ୍ରଥମ ଥର ପାଇଁ ୬ଟି ଏସ୍‌ଏଚ୍‌ଜିକୁ ସୁଯୋଗ ଦିଆଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ରାଜଶ୍ରୀ ମଲ୍ଲିକ, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ଜିଲା ମୁଖ୍ୟ କୃଷି ଅଧିକାରୀ, ଆର୍‌ଏମ୍‌ସି ସେକ୍ରେଟାରୀ, ତିର୍ତ୍ତୋଲ, ବିରିଡି ଓ ଜଗତ୍‌ସିଂହପୁର ବ୍ଲକ ଚାଷୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର ବିବରଣୀ ପାଠ କରିବା ସହ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri