ଆଜି ବିଶ୍ୱ ତମାଖୁ ନିରୋଧୀ ଦିବସ: ସତର୍କତା ହିଁ ଜରୁରୀ

ସାରା ବିଶ୍ୱରେ ମାନବ ସଭ୍ୟତା ବହୁ ଘାତପ୍ରତିଘାତ ସହ ମୁକାବିଲା କରି ପୃଥିବୀପୃଷ୍ଠରେ ବଞ୍ଚତ୍ ରହିବା ନିମନ୍ତେ ପ୍ରୟାସ ଜାରି ରଖିଆସିଛି। ସମାଜରେ ୧୮ ବର୍ଷରୁ ଊଦ୍ଧର୍‌ବ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ଦୈନନ୍ଦିନ ବିଡ଼ି, ସିଗାରେଟ୍‌, ପିକା, ହୁକା, ଖଇନି, ପୁଡ଼ିଆ ଆଦି ଧୂଅଁାପତ୍ରରୁ ପ୍ରସ୍ତୁତ ବିଭିନ୍ନ ନିଶାଦ୍ରବ୍ୟ କଞ୍ଚା ତଥା ଧୂଅଁା ଆକାରରେ ସିଧାସଳଖ ସେବନ କରିଥାଆନ୍ତି, ଯାହାକି ପରବର୍ତ୍ତୀ ସମୟରେ ଏହା ମୁଖ କର୍କଟ, ଗଳା କର୍କଟ, ରାଜଯକ୍ଷ୍ମା ତଥା ଫୁସ୍‌ଫୁସ୍‌ଜନିତ ବିଭିନ୍ନ ମାରାତ୍ମକ ରୋଗ ଶରୀରରେ ସୃଷ୍ଟି ହୋଇଥାଏ। ଫଳରେ ସୁସ୍ଥ ମଣିଷ ବିପୁଳ ଅର୍ଥ ଖର୍ଚ୍ଚ କରି ଶାରୀରିକ ଓ ମାନସିକ କଷ୍ଟ ଭୋଗ କରି ଶେଷରେ ମୃତ୍ୟୁମୁଖରେ ପଡ଼ିଥାଏ। ଏହି ଅକାଳ ମୃତ୍ୟୁକୁ ରୋକ ଲଗାଇବ ନିମନ୍ତେ ତମାଖୁ (Tobacco) ସେବନରୁ ଦୂରେଇ ରହିବା ଉଚିତ।
ତମାଖୁ ସେବନକୁ ପ୍ରତିରୋଧ କରିବା ପାଇଁ ଜନସଚେତନତା ସୃଷ୍ଟି ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଦ୍ୱାରା ୧୯୮୭ ମେ ୩୧ ତାରିଖକୁ ‘ଅନ୍ତର୍ଜାତୀୟ ତମାଖୁ ନିରୋଧୀ ଦିବସ’ (World No Tobacco Day)ଭାବେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏ ନେଇ ସ୍ଲୋଗାନ୍‌ ରହିଛି ‘ତମାଖୁ ବର୍ଜନ ପାଇଁ ପ୍ରତିଜ୍ଞାବଦ୍ଧ ହେବା’। ସାମ୍ପ୍ରତିକ ପରିସ୍ଥିତରେ ବିଶ୍ୱ କରୋନା ଭଳି ଏକ ମାରାତ୍ମକ ପ୍ରଭାବକୁ ପ୍ରତିରୋଧ ନିମନ୍ତେ ଚେଷ୍ଟା ଜାରି ରଖିଥିବା ବେଳେ ତମାଖୁ ସେବନ ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗକୁ ପ୍ରତିରୋଧ ନିମନ୍ତେ ସବୁବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗର ଆବଶ୍ୟକତା ରହିଛି। ଏହାଦ୍ୱାରା ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଜୀବନ ସୁରକ୍ଷା ନିମନ୍ତେ ସହାୟକ ହୋଇପାରିବ। ସର୍ବସାଧାରଣ ସ୍ଥାନରେ କିମ୍ବା ବସ୍‌, ଟ୍ରେନରେ ତମାଖୁ ସେବନ କରିବା ତଥା ଦୋକାନଗୁଡ଼ିକରେ ‘ତମାଖୁ’ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୟ ନିମନ୍ତେ ସରକାର ଆଇନ ଦୃଷ୍ଟିରୁ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରିଛନ୍ତି। ତେଣୁ ତମାଖୁ ସେବନ ପ୍ରତିରୋଧ ନିମନ୍ତେ ଆମେ ସମସ୍ତେ ମାନସିକ ସ୍ତରରେ ଏକାଠି ହୋଇ ସହଯୋଗ କରିବାର ଆବଶ୍ୟକତା ରହିଛି। ଆମ ରାଜ୍ୟରେ ଓ ଦେଶରେ ମଧ୍ୟ ପ୍ରତିବର୍ଷ ”ମେ ମାସ“ ୩୧ ତାରିଖକୁ ବିଶ୍ୱ ତମାଖୁ ନିବାରଣ ଦିବସ ଭାବେ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲା ଓ ରାଜ୍ୟସ୍ତରରେ ପାଳନ କରାଯାଇଥାଏ। ଏ ନେଇ ଆମେ ସତର୍କ ରହିଲେ ତମାଖୁ କବଳରୁ ନିଜକୁ ରକ୍ଷା କରିପାରିବା। ଏଥିପାଇଁ ଜନସଚେତନତାର ଆବଶ୍ୟକତା ରହିଛି।
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?