ଆଜି ବିଶ୍ୱ ତମାଖୁ ନିରୋଧୀ ଦିବସ: ସତର୍କତା ହିଁ ଜରୁରୀ

ସାରା ବିଶ୍ୱରେ ମାନବ ସଭ୍ୟତା ବହୁ ଘାତପ୍ରତିଘାତ ସହ ମୁକାବିଲା କରି ପୃଥିବୀପୃଷ୍ଠରେ ବଞ୍ଚତ୍ ରହିବା ନିମନ୍ତେ ପ୍ରୟାସ ଜାରି ରଖିଆସିଛି। ସମାଜରେ ୧୮ ବର୍ଷରୁ ଊଦ୍ଧର୍‌ବ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ଦୈନନ୍ଦିନ ବିଡ଼ି, ସିଗାରେଟ୍‌, ପିକା, ହୁକା, ଖଇନି, ପୁଡ଼ିଆ ଆଦି ଧୂଅଁାପତ୍ରରୁ ପ୍ରସ୍ତୁତ ବିଭିନ୍ନ ନିଶାଦ୍ରବ୍ୟ କଞ୍ଚା ତଥା ଧୂଅଁା ଆକାରରେ ସିଧାସଳଖ ସେବନ କରିଥାଆନ୍ତି, ଯାହାକି ପରବର୍ତ୍ତୀ ସମୟରେ ଏହା ମୁଖ କର୍କଟ, ଗଳା କର୍କଟ, ରାଜଯକ୍ଷ୍ମା ତଥା ଫୁସ୍‌ଫୁସ୍‌ଜନିତ ବିଭିନ୍ନ ମାରାତ୍ମକ ରୋଗ ଶରୀରରେ ସୃଷ୍ଟି ହୋଇଥାଏ। ଫଳରେ ସୁସ୍ଥ ମଣିଷ ବିପୁଳ ଅର୍ଥ ଖର୍ଚ୍ଚ କରି ଶାରୀରିକ ଓ ମାନସିକ କଷ୍ଟ ଭୋଗ କରି ଶେଷରେ ମୃତ୍ୟୁମୁଖରେ ପଡ଼ିଥାଏ। ଏହି ଅକାଳ ମୃତ୍ୟୁକୁ ରୋକ ଲଗାଇବ ନିମନ୍ତେ ତମାଖୁ (Tobacco) ସେବନରୁ ଦୂରେଇ ରହିବା ଉଚିତ।
ତମାଖୁ ସେବନକୁ ପ୍ରତିରୋଧ କରିବା ପାଇଁ ଜନସଚେତନତା ସୃଷ୍ଟି ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଦ୍ୱାରା ୧୯୮୭ ମେ ୩୧ ତାରିଖକୁ ‘ଅନ୍ତର୍ଜାତୀୟ ତମାଖୁ ନିରୋଧୀ ଦିବସ’ (World No Tobacco Day)ଭାବେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏ ନେଇ ସ୍ଲୋଗାନ୍‌ ରହିଛି ‘ତମାଖୁ ବର୍ଜନ ପାଇଁ ପ୍ରତିଜ୍ଞାବଦ୍ଧ ହେବା’। ସାମ୍ପ୍ରତିକ ପରିସ୍ଥିତରେ ବିଶ୍ୱ କରୋନା ଭଳି ଏକ ମାରାତ୍ମକ ପ୍ରଭାବକୁ ପ୍ରତିରୋଧ ନିମନ୍ତେ ଚେଷ୍ଟା ଜାରି ରଖିଥିବା ବେଳେ ତମାଖୁ ସେବନ ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗକୁ ପ୍ରତିରୋଧ ନିମନ୍ତେ ସବୁବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗର ଆବଶ୍ୟକତା ରହିଛି। ଏହାଦ୍ୱାରା ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଜୀବନ ସୁରକ୍ଷା ନିମନ୍ତେ ସହାୟକ ହୋଇପାରିବ। ସର୍ବସାଧାରଣ ସ୍ଥାନରେ କିମ୍ବା ବସ୍‌, ଟ୍ରେନରେ ତମାଖୁ ସେବନ କରିବା ତଥା ଦୋକାନଗୁଡ଼ିକରେ ‘ତମାଖୁ’ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୟ ନିମନ୍ତେ ସରକାର ଆଇନ ଦୃଷ୍ଟିରୁ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରିଛନ୍ତି। ତେଣୁ ତମାଖୁ ସେବନ ପ୍ରତିରୋଧ ନିମନ୍ତେ ଆମେ ସମସ୍ତେ ମାନସିକ ସ୍ତରରେ ଏକାଠି ହୋଇ ସହଯୋଗ କରିବାର ଆବଶ୍ୟକତା ରହିଛି। ଆମ ରାଜ୍ୟରେ ଓ ଦେଶରେ ମଧ୍ୟ ପ୍ରତିବର୍ଷ ”ମେ ମାସ“ ୩୧ ତାରିଖକୁ ବିଶ୍ୱ ତମାଖୁ ନିବାରଣ ଦିବସ ଭାବେ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲା ଓ ରାଜ୍ୟସ୍ତରରେ ପାଳନ କରାଯାଇଥାଏ। ଏ ନେଇ ଆମେ ସତର୍କ ରହିଲେ ତମାଖୁ କବଳରୁ ନିଜକୁ ରକ୍ଷା କରିପାରିବା। ଏଥିପାଇଁ ଜନସଚେତନତାର ଆବଶ୍ୟକତା ରହିଛି।
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri