Posted inଫୁରସତ

ଆଜି ବିଶ୍ୱ ସିଂହ ଦିବସ: ପରିବେଶ ସନ୍ତୁଳନ ବଜାୟ ରଖେ ସିଂହ

ସିଂହମାନେ ପରିବେଶ ପ୍ରଣାଳୀରେ ଏକ ସନ୍ତୁଳନ ରଖିଥାନ୍ତି। ସେମାନଙ୍କର ସଂରକ୍ଷଣ ଜୈବ ବିବିଧତା ଏବଂ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ଅପରପକ୍ଷେ ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ବେଆଇନ ଶିକାର ଯୋଗୁ ସିଂହଙ୍କ ସଂଖ୍ୟା କମିବାରେ ଲାଗିଛି। ସିଂହଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୦ରେ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥାଏ। ୨୦୧୩ରେ ବିଗ୍‌ କ୍ୟାଟ୍‌ ରେସକ୍ୟୁ ପଦକ୍ଷେପର ସହ-ପ୍ରତିଷ୍ଠାତା ଡେରେକ ଏବଂ ବେଭେରୀ ଜୋବର୍ଟଙ୍କ ଦ୍ୱାରା ଏହି ଦିବସ ପାଳନ ଆରମ୍ଭ ହୋଇଥିଲା।
ବର୍ଷ ତଳେ ସିଂହଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ଥିବାବେଳେ ଏବେ ଏଥିରେ ପ୍ରାୟ ୮୦ ପ୍ରତିଶତ ହ୍ରାସ ଘଟିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ସିଂହଙ୍କ ସଂଖ୍ୟା କମି ପୃଥିବୀରେ ୩୦ ହଜାରରୁ ୨୦ ହଜାର ମଧ୍ୟରେ ରହିଛି। ଆଫ୍ରିକାର ୨୭ଟି ଦେଶ ଏବଂ ଏସିଆର ଭାରତରେ ସିଂହ ଦେଖାଯାଆନ୍ତି। ସେଥିମଧ୍ୟରୁ ୭ଟି ଦେଶରେ ହଜାରରୁ ଅଧିକ ସିଂହ ରହିଛନ୍ତି। ୨୦୨୦ ରିପୋର୍ଟ ଅନୁସାରେ ତାଞ୍ଜାନିଆରେ ୧୫ ହଜାର, ଦକ୍ଷିଣ ଆଫ୍ରିକାରେ ସିଂହଙ୍କ ସଂଖ୍ୟା ୩,୫୦୦ ଥିଲା। ଭାରତରେ ସେହି ସମୟରେ ସିଂହଙ୍କ ସଂଖ୍ୟା ଥିଲା ୬୭୪। ଅବଶ୍ୟ ୨୦୧୫ରେ ଏଠାରେ ୫୨୩ ସିଂହ ଥିଲେ। ତେବେ ଆମ ଦେଶରେ ଦେଖାଯାଉଥିବା ଏସିଆଟିକ୍‌ ସିଂହକୁ ଅନ୍ତର୍ଜାତୀୟ ୟୁନିଅନ ଫର କନ୍‌ଜରଭେଶନ ଅଫ ନେଚର, ରେଡ ତାଲିକାଭୁକ୍ତ କରିଛି। ଆମ ଦେଶରେ କେବଳ ଗୁଜରାଟର ଗିର୍‌ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସିଂହ ଦେଖିବାକୁ ମିଳିଥାନ୍ତି। ତେବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ସିଂହଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଠାରେ ଏବେ ଚିତା ବାଘକୁ ଆଣି ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଗୋଟିଏ ସ୍ଥାନରେ ସିଂହ ରହିଥିବାରୁ ଅନ୍ୟ କେଉଁଠି ରଖିବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବୀ କରୁଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଗିର୍‌ ଜଙ୍ଗଲରେ କୌଣସି କାରଣବଶତଃ ମହାମାରୀ ହୋଇଯାଏ ଏବଂ ସିଂହଙ୍କ ମୃତ୍ୟୁ ଘଟେ ତେବେ ଭାରତରେ ସିଂହଙ୍କ ବଂଶ ଲୋପ ପାଇଯିବାର ଆଶଙ୍କା ରହିଛି।

ବିଲୁପ୍ତ ବାରବାରୀ ସିଂହ
ବାରବାରୀ ସିଂହ ଏବେ ବିଲୁପ୍ତ। ଏହାକୁ ଉତ୍ତର ଆଫ୍ରିକୀୟ ସିଂହ ବା ଆଟଲାସ୍‌ ସିଂହ କିମ୍ବା ଇଜିପ୍ଟର ସିଂହ ବୋଲି କୁହାଯାଏ। ଏମାନେ ମର୍‌କୋଠାରୁ ଇଜିପ୍ଟ ପର୍ଯ୍ୟନ୍ତ ଉତ୍ତର ଆଫ୍ରିକାର ମାଘ୍ରେବ ପର୍ବତ ଏବଂ ମରୁଭୂମିରେ ବାସ କରୁଥିଲେ। ଏହି ପ୍ରଜାତି ସିଂହର ବିଲୋପର କାରଣ ଅତ୍ୟଧିକ ଶିକାର। ଏହି ସମୀକ୍ଷାରୁ ଜଣାପଡ଼ିଛି ୧୯୬୦ ପର୍ଯ୍ୟନ୍ତ ଆଲଜେରିଆରେ ଏବଂ ୧୯୬୦ ମଧ୍ୟଭାଗ ପର୍ଯ୍ୟନ୍ତ ମର୍‌କୋରେ ଏହି ପ୍ରଜାତି ସିଂହର ଏକ ଛୋଟ ଗୋଷ୍ଠୀ ବଞ୍ଚତ୍ଥିଲେ। କିନ୍ତୁ ଏବେ ସେହି ଅଞ୍ଚଳରେ ବିଲୁପ୍ତ । ୧ଲକ୍ଷ ବର୍ଷ ମଧ୍ୟରେ ବାରବାରୀ ସିଂହର ଜୀବାଶ୍ମ ଇସୋରିଆର ବିଜମୋନ ଗୁମ୍ଫାରେ ମିଳିଥିଲା। ତେବେ ୨୦୧୭ ପର୍ଯ୍ୟନ୍ତ ବାରବାରୀ ସିଂହକୁ ଏକ ଭିନ୍ନ ସିଂହ ପ୍ରଜାତି ଭାବରେ ବିବେଚନା କରାଯାଉଥିଲା। ଉତ୍ତର ଆଫ୍ରିକାର ସିଂହ ନମୁନାଗୁଡ଼ିକର ମର୍ଫୋଲୋଜିକାଲ ଏବଂ ଜେନେଟିକ୍‌ ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ବାରବାରୀ ସିଂହ ଏସିଆଟିକ୍‌ ସିଂହଠାରୁ ବିଶେଷ ଭିନ୍ନ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?