Posted inଫୁରସତ

ଆଜି ବିଶ୍ୱ ସିଂହ ଦିବସ: ପରିବେଶ ସନ୍ତୁଳନ ବଜାୟ ରଖେ ସିଂହ

ସିଂହମାନେ ପରିବେଶ ପ୍ରଣାଳୀରେ ଏକ ସନ୍ତୁଳନ ରଖିଥାନ୍ତି। ସେମାନଙ୍କର ସଂରକ୍ଷଣ ଜୈବ ବିବିଧତା ଏବଂ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ଅପରପକ୍ଷେ ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ବେଆଇନ ଶିକାର ଯୋଗୁ ସିଂହଙ୍କ ସଂଖ୍ୟା କମିବାରେ ଲାଗିଛି। ସିଂହଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୦ରେ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥାଏ। ୨୦୧୩ରେ ବିଗ୍‌ କ୍ୟାଟ୍‌ ରେସକ୍ୟୁ ପଦକ୍ଷେପର ସହ-ପ୍ରତିଷ୍ଠାତା ଡେରେକ ଏବଂ ବେଭେରୀ ଜୋବର୍ଟଙ୍କ ଦ୍ୱାରା ଏହି ଦିବସ ପାଳନ ଆରମ୍ଭ ହୋଇଥିଲା।
ବର୍ଷ ତଳେ ସିଂହଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ଥିବାବେଳେ ଏବେ ଏଥିରେ ପ୍ରାୟ ୮୦ ପ୍ରତିଶତ ହ୍ରାସ ଘଟିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ସିଂହଙ୍କ ସଂଖ୍ୟା କମି ପୃଥିବୀରେ ୩୦ ହଜାରରୁ ୨୦ ହଜାର ମଧ୍ୟରେ ରହିଛି। ଆଫ୍ରିକାର ୨୭ଟି ଦେଶ ଏବଂ ଏସିଆର ଭାରତରେ ସିଂହ ଦେଖାଯାଆନ୍ତି। ସେଥିମଧ୍ୟରୁ ୭ଟି ଦେଶରେ ହଜାରରୁ ଅଧିକ ସିଂହ ରହିଛନ୍ତି। ୨୦୨୦ ରିପୋର୍ଟ ଅନୁସାରେ ତାଞ୍ଜାନିଆରେ ୧୫ ହଜାର, ଦକ୍ଷିଣ ଆଫ୍ରିକାରେ ସିଂହଙ୍କ ସଂଖ୍ୟା ୩,୫୦୦ ଥିଲା। ଭାରତରେ ସେହି ସମୟରେ ସିଂହଙ୍କ ସଂଖ୍ୟା ଥିଲା ୬୭୪। ଅବଶ୍ୟ ୨୦୧୫ରେ ଏଠାରେ ୫୨୩ ସିଂହ ଥିଲେ। ତେବେ ଆମ ଦେଶରେ ଦେଖାଯାଉଥିବା ଏସିଆଟିକ୍‌ ସିଂହକୁ ଅନ୍ତର୍ଜାତୀୟ ୟୁନିଅନ ଫର କନ୍‌ଜରଭେଶନ ଅଫ ନେଚର, ରେଡ ତାଲିକାଭୁକ୍ତ କରିଛି। ଆମ ଦେଶରେ କେବଳ ଗୁଜରାଟର ଗିର୍‌ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସିଂହ ଦେଖିବାକୁ ମିଳିଥାନ୍ତି। ତେବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ସିଂହଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଠାରେ ଏବେ ଚିତା ବାଘକୁ ଆଣି ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଗୋଟିଏ ସ୍ଥାନରେ ସିଂହ ରହିଥିବାରୁ ଅନ୍ୟ କେଉଁଠି ରଖିବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବୀ କରୁଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଗିର୍‌ ଜଙ୍ଗଲରେ କୌଣସି କାରଣବଶତଃ ମହାମାରୀ ହୋଇଯାଏ ଏବଂ ସିଂହଙ୍କ ମୃତ୍ୟୁ ଘଟେ ତେବେ ଭାରତରେ ସିଂହଙ୍କ ବଂଶ ଲୋପ ପାଇଯିବାର ଆଶଙ୍କା ରହିଛି।

ବିଲୁପ୍ତ ବାରବାରୀ ସିଂହ
ବାରବାରୀ ସିଂହ ଏବେ ବିଲୁପ୍ତ। ଏହାକୁ ଉତ୍ତର ଆଫ୍ରିକୀୟ ସିଂହ ବା ଆଟଲାସ୍‌ ସିଂହ କିମ୍ବା ଇଜିପ୍ଟର ସିଂହ ବୋଲି କୁହାଯାଏ। ଏମାନେ ମର୍‌କୋଠାରୁ ଇଜିପ୍ଟ ପର୍ଯ୍ୟନ୍ତ ଉତ୍ତର ଆଫ୍ରିକାର ମାଘ୍ରେବ ପର୍ବତ ଏବଂ ମରୁଭୂମିରେ ବାସ କରୁଥିଲେ। ଏହି ପ୍ରଜାତି ସିଂହର ବିଲୋପର କାରଣ ଅତ୍ୟଧିକ ଶିକାର। ଏହି ସମୀକ୍ଷାରୁ ଜଣାପଡ଼ିଛି ୧୯୬୦ ପର୍ଯ୍ୟନ୍ତ ଆଲଜେରିଆରେ ଏବଂ ୧୯୬୦ ମଧ୍ୟଭାଗ ପର୍ଯ୍ୟନ୍ତ ମର୍‌କୋରେ ଏହି ପ୍ରଜାତି ସିଂହର ଏକ ଛୋଟ ଗୋଷ୍ଠୀ ବଞ୍ଚତ୍ଥିଲେ। କିନ୍ତୁ ଏବେ ସେହି ଅଞ୍ଚଳରେ ବିଲୁପ୍ତ । ୧ଲକ୍ଷ ବର୍ଷ ମଧ୍ୟରେ ବାରବାରୀ ସିଂହର ଜୀବାଶ୍ମ ଇସୋରିଆର ବିଜମୋନ ଗୁମ୍ଫାରେ ମିଳିଥିଲା। ତେବେ ୨୦୧୭ ପର୍ଯ୍ୟନ୍ତ ବାରବାରୀ ସିଂହକୁ ଏକ ଭିନ୍ନ ସିଂହ ପ୍ରଜାତି ଭାବରେ ବିବେଚନା କରାଯାଉଥିଲା। ଉତ୍ତର ଆଫ୍ରିକାର ସିଂହ ନମୁନାଗୁଡ଼ିକର ମର୍ଫୋଲୋଜିକାଲ ଏବଂ ଜେନେଟିକ୍‌ ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ବାରବାରୀ ସିଂହ ଏସିଆଟିକ୍‌ ସିଂହଠାରୁ ବିଶେଷ ଭିନ୍ନ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri