ଆଜି ବିଶ୍ୱ ହକର ଦିବସ

କଟକ ଅଫିସ,୨୬।୫: ସମଗ୍ର ବିଶ୍ୱରେ ମେ ୨୬ ତାରିଖ ବିଶ୍ୱ ହକର ଦିବସ ରୂପେ ପାଳିତ ହେଉଛି। ଖବରକାଗଜ ସଂସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହକରମାନେ ନିଜର ସ୍ଥିତି ବଜାୟ ରଖି ଚାଲିଛନ୍ତି। କରୋନା ସମୟରେ ଖବରକାଗଜ ବିତରକମାନେ ଜୀବନକୁ ବାଜି ଲଗାଇ ଆଗଧାଡ଼ିର ଯୋଦ୍ଧା ଭାବେ ନିଜର କାମ କରିଛନ୍ତି। ସରକାର ସେମାନଙ୍କ ସ୍ବାର୍ଥ ତଥା ପରିବାର ପ୍ରତିପୋଷଣକୁ ଧ୍ୟାନ ଦେଇ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି।

 

ଏମାନେ ଯାହା କୁହନ୍ତି…
କରୋନା ହକରମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି। ହକରମାନଙ୍କୁ ସରକାର ଦୃଷ୍ଟି ଦେଇ ୬ ହଜ଼ାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେଇଛନ୍ତି। ତେବେ ସରକାରଙ୍କ ଘୋଷଣା ଅନୁସାରେ, ବର୍ଷା ଦିନେ ରେନ୍‌କୋଟ୍‌, ଶୀତ ଦିନେ ଶୀତବସ୍ତ୍ର, ଘର ନଥିବା ହକରଙ୍କୁ ଜାଗା ଦେବା, ସ୍ବାସ୍ଥ୍ୟ ବୀମା ଆଦି କାର୍ଯ୍ୟକାରୀ ହେଲେ ହକରମାନେ ଖୁସି ହେବେ। କରୋନା ପରେ ପେପର ୩୦% କମିଯାଇଛି। ଇ ପେପର ରାତି ୩ଟାରୁ ଅପଲୋଡ୍‌ ହେବା ଦ୍ୱାରା ପେପର ବିକ୍ରି ପରିମାଣ କମିଯାଇଛି। ଏଥିପ୍ରତି ଦୃଷ୍ଟି ଦେବା ଉଚିତ।
-ପ୍ରଭାସ ପ୍ରଧାନ,
ବିତରକ, ବକ୍ସିବଜାର
ମୁଁ ଜଣେ ଖବରକାଗଜ ବିତରକ ବା ହକର୍‌ ଭାବେ ସରକାର ତାଙ୍କ ପ୍ରତିଶ୍ରୁତି ରଖନ୍ତୁ ବୋଲି କହିବାକୁ ଚାହେଁ। କରୋନା ସମୟରେ ସରକାର ଆମକୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ନ ଭୁଲି କାର୍ଯ୍ୟକାରୀ କରିଲେ ଆମ୍ଭେମାନେ ଉପକୃତ ହେବୁ।
-ଶିବପ୍ରସାଦ ନାୟକ,
ସମ୍ପାଦକ, ନୂଆବଜାର ବିତରକ ସଂଘ
ଖବରକାଗଜ ବିତରକମାନଙ୍କୁ ସାମାଜିକ ସୁରକ୍ଷା ମିଳିବା ଆବଶ୍ୟକ। ତାଙ୍କ ପରିବାରକୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ ଉପରେ ଧ୍ୟାନ ଦିଆଯିବା ଦରକାର। ବିତରକମାନଙ୍କୁ ଆର୍ଥିକ ସୁବିଧା ଦିଆଯିବା ଜରୁରୀ।
-ପ୍ରଦୀପ ଜେନା, କାର୍ଯ୍ୟକାରୀ ସଭାପତି, ବାଦାମବାଡ଼ି ବିତରକ ସଂଘ
ଖରା, ବର୍ଷାକୁ ଖାତିର ନ କରି ହକରମାନେ ପ୍ରତିଦିନ ଖବରକାଗଜ ବଣ୍ଟନ କରୁଛନ୍ତି। ସେଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ। ମହଙ୍ଗା କାଳରେ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟକର ହେଲାଣି। ସରକାର ହକରମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ବିଭିନ୍ନ ସହାୟତା ଘୋଷଣା କଲେ। କିନ୍ତୁ ଏଯାଏ କୌଣସି ଗୋଟିଏ କାର୍ଯ୍ୟକାରୀ କରାଯାଇ ନାହିଁ। ସରକାର ତୁରନ୍ତ ହକରମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦେବା ସହ ସେମାନଙ୍କ ପିଲାଙ୍କୁ ପାଠପଢ଼ା ପାଇଁ ସହାୟତା କରିବାକୁ ନିବେଦନ କରୁଛି।
-ଦୁର୍ଗାପ୍ରସାଦ ଛାଟୋଇ,
ବିତରକ, ବକ୍ସିବଜାର


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?