ଆଜି ବିଶ୍ୱ ହକର ଦିବସ

କଟକ ଅଫିସ,୨୬।୫: ସମଗ୍ର ବିଶ୍ୱରେ ମେ ୨୬ ତାରିଖ ବିଶ୍ୱ ହକର ଦିବସ ରୂପେ ପାଳିତ ହେଉଛି। ଖବରକାଗଜ ସଂସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହକରମାନେ ନିଜର ସ୍ଥିତି ବଜାୟ ରଖି ଚାଲିଛନ୍ତି। କରୋନା ସମୟରେ ଖବରକାଗଜ ବିତରକମାନେ ଜୀବନକୁ ବାଜି ଲଗାଇ ଆଗଧାଡ଼ିର ଯୋଦ୍ଧା ଭାବେ ନିଜର କାମ କରିଛନ୍ତି। ସରକାର ସେମାନଙ୍କ ସ୍ବାର୍ଥ ତଥା ପରିବାର ପ୍ରତିପୋଷଣକୁ ଧ୍ୟାନ ଦେଇ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି।

 

ଏମାନେ ଯାହା କୁହନ୍ତି…
କରୋନା ହକରମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି। ହକରମାନଙ୍କୁ ସରକାର ଦୃଷ୍ଟି ଦେଇ ୬ ହଜ଼ାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେଇଛନ୍ତି। ତେବେ ସରକାରଙ୍କ ଘୋଷଣା ଅନୁସାରେ, ବର୍ଷା ଦିନେ ରେନ୍‌କୋଟ୍‌, ଶୀତ ଦିନେ ଶୀତବସ୍ତ୍ର, ଘର ନଥିବା ହକରଙ୍କୁ ଜାଗା ଦେବା, ସ୍ବାସ୍ଥ୍ୟ ବୀମା ଆଦି କାର୍ଯ୍ୟକାରୀ ହେଲେ ହକରମାନେ ଖୁସି ହେବେ। କରୋନା ପରେ ପେପର ୩୦% କମିଯାଇଛି। ଇ ପେପର ରାତି ୩ଟାରୁ ଅପଲୋଡ୍‌ ହେବା ଦ୍ୱାରା ପେପର ବିକ୍ରି ପରିମାଣ କମିଯାଇଛି। ଏଥିପ୍ରତି ଦୃଷ୍ଟି ଦେବା ଉଚିତ।
-ପ୍ରଭାସ ପ୍ରଧାନ,
ବିତରକ, ବକ୍ସିବଜାର
ମୁଁ ଜଣେ ଖବରକାଗଜ ବିତରକ ବା ହକର୍‌ ଭାବେ ସରକାର ତାଙ୍କ ପ୍ରତିଶ୍ରୁତି ରଖନ୍ତୁ ବୋଲି କହିବାକୁ ଚାହେଁ। କରୋନା ସମୟରେ ସରକାର ଆମକୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ନ ଭୁଲି କାର୍ଯ୍ୟକାରୀ କରିଲେ ଆମ୍ଭେମାନେ ଉପକୃତ ହେବୁ।
-ଶିବପ୍ରସାଦ ନାୟକ,
ସମ୍ପାଦକ, ନୂଆବଜାର ବିତରକ ସଂଘ
ଖବରକାଗଜ ବିତରକମାନଙ୍କୁ ସାମାଜିକ ସୁରକ୍ଷା ମିଳିବା ଆବଶ୍ୟକ। ତାଙ୍କ ପରିବାରକୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ ଉପରେ ଧ୍ୟାନ ଦିଆଯିବା ଦରକାର। ବିତରକମାନଙ୍କୁ ଆର୍ଥିକ ସୁବିଧା ଦିଆଯିବା ଜରୁରୀ।
-ପ୍ରଦୀପ ଜେନା, କାର୍ଯ୍ୟକାରୀ ସଭାପତି, ବାଦାମବାଡ଼ି ବିତରକ ସଂଘ
ଖରା, ବର୍ଷାକୁ ଖାତିର ନ କରି ହକରମାନେ ପ୍ରତିଦିନ ଖବରକାଗଜ ବଣ୍ଟନ କରୁଛନ୍ତି। ସେଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ। ମହଙ୍ଗା କାଳରେ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟକର ହେଲାଣି। ସରକାର ହକରମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ବିଭିନ୍ନ ସହାୟତା ଘୋଷଣା କଲେ। କିନ୍ତୁ ଏଯାଏ କୌଣସି ଗୋଟିଏ କାର୍ଯ୍ୟକାରୀ କରାଯାଇ ନାହିଁ। ସରକାର ତୁରନ୍ତ ହକରମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦେବା ସହ ସେମାନଙ୍କ ପିଲାଙ୍କୁ ପାଠପଢ଼ା ପାଇଁ ସହାୟତା କରିବାକୁ ନିବେଦନ କରୁଛି।
-ଦୁର୍ଗାପ୍ରସାଦ ଛାଟୋଇ,
ବିତରକ, ବକ୍ସିବଜାର


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri