Posted inଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌

ଡର୍ବାନ୍‌,୧୦ା୧୨: ଡର୍ବାନଠାରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପୁଣି ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ। ଅନ୍ୟପକ୍ଷେ ଟି୨୦ରେ ଦଳ ଚୟନକୁ ନେଇ ଏବେ ବି ଭାରତୀୟ ମ୍ୟାନେଜମେଣ୍ଟ ଆଶଙ୍କାରେ ରହିଛି।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟି୨୦ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ରହିଥିବା ବେଳେ ଯଶ୍‌ପ୍ରୀତ୍‌ ବୁମ୍‌ରା ବର୍ତ୍ତମାନ ବିଶ୍ରାମ ନେଉଛନ୍ତି। ଏହି ୩ ଖେଳାଳି ପ୍ରତ୍ୟାବର୍ତ୍ତନ କଲେ ଦଳର ସମୀକରଣ ସମ୍ପୂର୍ଣ୍ଣ ଭାବେ ବଦଳିଯିବ।

ଚଳିତ ସିରିଜରେ ଭାରତ ପାଇଁ ବଡ ସମସ୍ୟା ରହିବ ଏହାର ବ୍ୟାଟିଂ କମ୍ବିନେଶନ। ଭାରତ ୧୭ ଖେଳାଳିଙ୍କୁ ନେଇଛି। ଏହା ମଧ୍ୟରୁ ଇଶାନ୍‌ କିଶନ୍‌, ଶ୍ରେୟସ୍‌ ଆୟର ଓ ମୁକେଶ କୁମାର ଦିନିକିଆ ଦଳରେ ସାମିଲ ଅଛନ୍ତି। ଯଶସ୍ବୀ ଜୟସ୍ବାଲ ଟି୨୦ ଦଳ ପାଇଁ ପ୍ରଥମ ପସନ୍ଦର ଓପନର ହୋଇଥିବା ବେଳେ ଦ୍ୱିତୀୟ ଖେଳାଳି ଭାବରେ ଶୁବମନ ଗିଲ୍‌ଙ୍କୁ ସାମିଲ କରାଯିବ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ ଦୃଢ ଦାବିଦାର ରହିଛନ୍ତି। ଯଦି ଏହି ୩ ଖେଳାଳି ଦଳରେ ସ୍ଥାନ ପାଇବେ ତେବେ ୪ନମ୍ବର ସ୍ଥାନ ପାଇଁ ସୂର୍ଯ୍ୟକୁମାର ଯାଦବ ଅଟୋମେଟିକ୍‌ ଚଏସ୍‌ ରହିବେ। ୫ ନମ୍ବର ସ୍ଥାନରେ ଶ୍ରେୟସ୍‌ ଆୟର ଖେଳିବା ସ୍ପଷ୍ଟ ଥିବା ବେଳେ ୬ ନମ୍ବର ସ୍ଥାନରେ ଇଶାନ କିଶନ ଓ ଜିତେଶ ଶର୍ମାଙ୍କ ମଧ୍ୟରୁ ଜଣେ ଖେଳିବାର ସମ୍ଭାବନା ରହିଛି।ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଖେଳାଯିବ। ମ୍ୟାଚର ସିଧାପ୍ରସାରଣ କରିବ ଷ୍ଟାର ସ୍ପୋଟର୍‌ସ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

ବାରିପଦାର ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ବରରୁ ଉଦ୍ଧାର, ଜନଗଣନା କାର୍ଯ୍ୟ ଚାପରେ…

ବାରିପଦା,୨୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲର ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ ନିଖୋଜ ଘଟଣା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri