Posted inଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ମୁମ୍ବାଇ,୧୭ା୩(ପି.ଟି.):ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆ ଖେଳିବା ସହିତ ନିଜର ବିଶ୍ୱକପ ପ୍ରସ୍ତୁତି ଆରମ୍ଭ କରିବ। ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳୁନଥିବା ବେଳେ ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଦିନିକିଆରେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ନେଉଥିବାରୁ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ। ପାଣ୍ଡ୍ୟା ଟି୨୦ ଦଳର ନିୟମିତ ଅଧିନାୟକ ରହିଥିବା ବେଳେ ଦିନିକିଆ ଦଳର ଉପ ଅଧିନାୟକ ଅଛନ୍ତି। ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏହି ସିରିଜରେ ଭାରତୀୟ ଦଳକୁ ପ୍ରସ୍ତୁତିର ସୁଯୋଗ ମିଳିବ। ୨୦୧୧ରେ ଶେଷ ଥର ପାଇଁ ଭାରତରେ ଦିନିକିଆ ବିଶ୍ୱକପ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତିଥିବା ଭାରତୀୟ ଦଳ ଏକ ନୂତନ ଆରମ୍ଭ କରିବାକୁ ଚାହିଁବ। ଏହା ପୂର୍ବରୁ ଭାରତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜରେ ବିଜୟୀ ହୋଇଥିବା ବେଳେ ସମାନ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ। ୬ଟି ଯାକ ଦିନିକିଆରେ ଓପନର ଶୁବମାନ ଗିଲ୍‌ ଭାରତର ଷ୍ଟାର ଖେଳାଳି ରହିଛନ୍ତି। ୧୧୩.୪୦ ଆଭରେଜରେ ସେ ୫୬୭ ରନ୍‌ ସ୍କୋର କରିଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଗିଲ୍‌ଙ୍କ କାନ୍ଧରେ ଭାରତୀୟ ବ୍ୟାଟିଂ ଭାର ରହିବ। ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ମଧ୍ୟ ଗିଲ୍‌ ଚମତ୍କାର ଶତକ ହାସଲ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ବଢିଆ ଫର୍ମରେ ରହିଛନ୍ତି। ୬ ମ୍ୟାଚରୁ ସେ ୬୭.୬୦ ଆଭରେଜରେ ୩୩୮ ରନ୍‌ କରିଛନ୍ତି। ନିକଟରେ ନିଜର ୭୫ ତମ ଶତକ ହାସଲ କରିଥିବା କୋହଲିଙ୍କ ଠାରୁ ଭାରତ ଏକ ଭଲ ଇନିଂସ ଆଶା କରିବ। ଲେଗ୍‌ ସ୍ପିନର ଆଡାମ ଜାମ୍ପା ତାଙ୍କୁ ଏକାଧିକ ଥର ଆଉଟ କରିଥିବା ବେଳେ ଏହି ଲଢେଇ ଉପରେ ନଜର ରହିବ। ବ୍ୟାଟିଂରେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବ। ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନ ଓପନର ଭୂମିକାରେ ନଜର ଆସିପାରନ୍ତି। ବୋଲିଂରେ ମହମ୍ମଦ ସିରାଜ ଭାରତର ଟ୍ରମ୍ପକାର୍ଡ ରହିବେ। ଦିନିକିଆରେ ଏକ ନମ୍ବର ବୋଲର ଥିବା ସିରାଜ ୨୦୨୩ରେ ୬ ମ୍ୟାଚ ଖେଳି ୧୪ ଉଇକେଟ ନେଇଛନ୍ତି। ଦ୍ୱିତୀୟ ସଫଳ ବୋଲର ଭାବରେ କୁଲଦୀପ ଯାଦବ ୧୧ ଉଇକେଟ ନେଇଛନ୍ତି। ଏପରିକି ୟୁଜବେନ୍ଦ୍ର ଚହଲଙ୍କ ସହିତ କୁଲଦୀପଙ୍କ ଯୋଡି ବେଶ ଚମତ୍କାର। ତେବେ ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଦ୍ୱିତୀୟ ପେସ୍‌ ବୋଲର ଭାବେ ମହମ୍ମଦ ଶାମି କିମ୍ବା ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ବିଗତ ୬ ମାସ ମଧ୍ୟରେ ଅଷ୍ଟ୍ରେଲିଆ ଦିନିକିଆ ଖେଳିନଥିବା ବେଳେ ଏହି ମ୍ୟାଚରେ ଆଷ୍ଟନ ଆଗର ଓ ଡେଭିଡ୍‌ ଓ୍ବାର୍ନର ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି।
ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ, ଇଶାନ କିଷନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୂଳ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଡକଟ୍‌।
ଅଷ୍ଟ୍ରେଲିଆ ଦଳ: ଷ୍ଟିଭେନ ସ୍ମିଥ (ଅଧିନାୟକ), ଡେଭିଡ ଓ୍ବାର୍ନର, ଟ୍ରାଭିସ ହେଡ୍‌, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ମାର୍କୁସ ଷ୍ଟୋଇନିସ, ଆଲେକ୍ସ କାରେ, ଗ୍ଲେନ ମ୍ୟାକ୍ସଓ୍ବେଲ, କାମେରନ ଗ୍ରୀନ୍‌, ଜୋଶ୍‌ ଇଂଗ୍ଲିସ, ସିଅନ ଆବଟ, ଆଷ୍ଟନ ଅଗର, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୁଲରୁ ହଟିବ ୫ଟି ଚାର୍ଟର୍‌

ଭୁବନେଶ୍ୱର,୧୩।୬: ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ୫ଟି ଚାର୍ଟର୍‌। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଏକ ନିର୍ଦ୍ଦେଶ କ୍ରମେ...

ଦିପାବଳୀ ହେଉ ବା ହୋଲି ‘ଅନୁଷ୍କା ଲଭସ୍‌ କୋହଲି’

ନୂଆଦିଲ୍ଲୀ,୧୩।୬: ଭାରତ ଟି -୨୦ ବିଶ୍ୱକପ ୨୦୨୪ ରେ ୭ ଟି ୱିକେଟରେ ଆମେରିକାକୁ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ଟି -୨୦ବିଶ୍ୱକପ...

ବିଜୟ ସହ ଓଡ଼ିଶା ମହିଳା, ପୁରୁଷ ଦଳର ଅଭିଯାନ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ଜାତୀୟ ସିନିୟର ପେନ୍‌ଚାକ ସିଲାଟ ଚାମ୍ପିୟନଶିପ୍‌ (ମହିଳା ଓ ପୁରୁଷ)ର ଦ୍ୱାଦଶ ସଂସ୍କରଣ ମଙ୍ଗଳବାର କିଟ୍‌ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ...

ନ୍ୟୁୟର୍କରେ ଇଣ୍ଡିଆ ବନାମ ମିନି ଇଣ୍ଡିଆ

ନ୍ୟୁୟର୍କ, ୧୨ା୬ (ପି.ଟି.): ଟି୨୦ ବିଶ୍ୱକପ୍‌ରେ ବୁଧବାର ଆମେରିକା ବିପକ୍ଷରେ ଭାରତ ଏହାର ତୃତୀୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌କୁ ଇଣ୍ଡିଆ ବନାମ ମିନି ଇଣ୍ଡିଆ...

ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ...

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି...

ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା

ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍‌ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା।...

ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ

ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri