Posted inଫୁରସତ

ଆଜି ବିରଳ ପରିଦୃଷ୍ଟ ରୋଗ ଦିବସ

ପ୍ରତିବର୍ଷ ଫେବୃଆରୀ ଶେଷ ଦିନ (ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ)କୁ ‘ବିରଳ ପରିଦୃଷ୍ଟ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଅନେକ ରୋଗ ଅଛି, ଯାହା ଖୁବ୍‌ କମ୍‌ ସଂଖ୍ୟାରେ ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ପରିବର୍ତ୍ତନ ପାଇଁ ଏକତ୍ର ହେବା: ସମାନତା ପାଇଁ ଏକତ୍ର ହେବା’। ଏ ବିଷୟରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦ୍ର ରାଉତ କହନ୍ତି, ‘ପ୍ରତି ୧୦୦୦/୨୦୦୦ ଲୋକଙ୍କ ମଧ୍ୟରୁ କମ୍‌ ଲୋକଙ୍କଠାରେ ଦେଖାଯାଉଥିବା ରୋଗକୁ ‘ବିରଳ ରୋଗ’ କୁହାଯାଏ। ଏହା ଶତକଡା ୦.୦୦୦୫ କ୍ଷେତ୍ରରେ ହୋଇଥାଏ। ନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ରେୟାର ଡିଜିଜ (ଏନଓଆର୍‌ଡି) ଏବଂ ଇଣ୍ଡିଆନ ଅର୍ଗାନାଇଜେଶନ ଫର୍‌ ରେୟାର ଡିଜିଜ୍‌ (ଆଇଓଆର୍‌ଡି) ତରଫରୁ ଏ ନେଇ ସଚେତନତା ଏବଂ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହି ସବୁ ରୋଗର ୭୨ ଭାଗ ରୋଗ ଜେନେଟିକ୍‌ ଦୋଷରୁ ହୋଇଥାଏ। କେବଳ ସେତିକି ନୁହେଁ, ଏଭଳି ରୋଗର ଚିକିତ୍ସା କରାଇବା ମଧ୍ୟ କଷ୍ଟକର ହୋଇଥାଏ। ପୁନଶ୍ଚ ଏହି ରୋଗ ସହଜରେ ନିର୍ଣ୍ଣୟ କରିହୋଇ ନ ଥାଏ। ତେଣୁ ଏଭଳି ରୋଗ ନିର୍ଣ୍ଣୟ କ୍ଷେତ୍ରରେ ଡାକ୍ତର ଏବଂ ବିଶେଷଜ୍ଞମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କେବଳ ଆମ ଦେଶରେ ପାଖାପାଖି ୪୫୦ରୁ ଅଧିକ ସଂଖ୍ୟାର ବିରଳ ରୋଗ ଥିବାର ଜଣାପଡିଛି। ଆମ ଦେଶରେ ୨୦୨୧ ମସିହାରେ ଏହି ବିରଳ ରୋଗୀଙ୍କ ପାଇଁ ସରକାର ଜାତୀୟ ବିରଳ ରୋଗ ପଲିସି-୨୦୨୧ (ନ୍ୟାଶନାଲ ପଲିସି ଫର୍‌ ରେୟାର ଡିଜିଜ-୨୦୨୧) ନାମକ ଏକ ସ୍ବାସ୍ଥ୍ୟ ପଲିସି ପ୍ରଣୟନ କରିଛନ୍ତି। ଏଥିରେ ବିରଳ ରୋଗ ପୀଡିତ ବ୍ୟକ୍ତିଙ୍କ ନିମନ୍ତେ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥତ୍କ ସାହାଯ୍ୟ ରହିଛି। ଏହାବ୍ୟତୀତ ୧୦ଟି ବିରଳ ରୋଗ ଉତ୍କର୍ଷ କେନ୍ଦ୍ର ଦ୍ୱାରା ଏହିସବୁ ରୋଗର ନିର୍ଣ୍ଣୟ, କେତେକ କ୍ଷେତ୍ରରେ ଚିକିତ୍ସା ହୋଇପାରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗର୍ଭଧାରଣ ସମୟରେ ଏହା ସନ୍ଦେହ ହେଲେ ପିତା, ମାତା ଏବଂ ରକ୍ତ ସମ୍ପର୍କୀୟଙ୍କ ଯାଞ୍ଚ କରାଯିବା ଆବଶ୍ୟକ।
ତିନିକୋଟି ଲୋକ ଏହି ବିରଳ ରୋଗରେ ପୀଡିତ ବୋଲି ଏକ ସର୍ଭେରୁ ଜଣାପଡିଛି। କେତେକ ବିରଳ ରୋଗର ଦୃଷ୍ଟାନ୍ତ ହେଉଛି-ଆକାଲାସିଆ କାର୍ଡିଆ (ପାକସ୍ଥଳୀୟ ରୋଗ), ଟର୍ନର ସିଣ୍ଡ୍ରୋମ, ଷ୍ଟୋନମ୍ୟାନ୍‌ ସିଣ୍ଡ୍ରୋମ, ଆଲାଇଡ୍‌ ଇନ୍‌ ଓ୍ବାଣ୍ଡରଲ୍ୟାଣ୍ଡ ସିଣ୍ଡ୍ରୋମ, ଆଲ୍‌କାଷ୍ଟୋନ୍ୟୁରିଆ, ଡଚେଲ ମସ୍କୁରାଲ ଡିସ୍‌ଟ୍ରୋପିଂ, ଉନ୍‌ ଓ୍ବିଲବ୍ରାଣ୍ଡ ଡିଜିଜ, ସ୍ନିନାଲ ମସ୍କ୍ୟୁଲାର ଆଟ୍ରୋପିଂ, ଅଷ୍ଟିଂ ଜେନେସିସ୍‌ ଏବଂ ଇମ୍ପରଫେକ୍ଟ ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?