ଆଜି ନନ୍ଦ ଉତ୍ସବ

ପୁରୀ, ୭ା୯(ଅଜିତ ମହାନ୍ତି)ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ଏଥିଲାଗି ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର ଲାଗିହୋଇଥିଲେ। ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଶୁଦ୍ଧସୁଆର ଭଣ୍ଡାର ଦୁଆର ଆଗରେ ପୋଛା ମାରିଥିଲେ। ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମ ଭଦ୍ରମଣ୍ଡଳ ଲେଖିଥିଲେ। ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ କରିବା ପରେ ବରୁଣ ପୂଜା ହୋଇଥିଲା। ଚିତ୍ରକର ସେବକ ଦେଇଥିବା ଶ୍ରୀକୃଷ୍ଣ ଜନ୍ମପଟି ଓ ବଣିଆଙ୍କଠାରୁ ଆସିଥିବା ୯ ପାଖୁଡ଼ା ବିଶିଷ୍ଟ ରୁପା ପଦ୍ମକୁ ପୂଜାପଣ୍ଡା ମଣ୍ଡଳ ଉପରେ ରଖିଥିଲେ। ପଦ୍ମପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଏବଂ କୃଷ୍ଣ ଲେଖା ରହିଥିଲା। ଏକ ସୁନା କୃଷ୍ଣମୂର୍ତ୍ତି ମଣ୍ଡଳ ଉପରେ ରଖାଯାଇ ୯ଟି ପଙ୍କ୍ତିଭୋଗ ବଢ଼ାଯାଇଥିଲା। ପୂଜାପଣ୍ଡା ପଞ୍ଚପଚା ପୂଜା କରି ଭୋଗ ବଢ଼ାଇବା ପରେ ଦକ୍ଷିଣୀଘରୁ ଶ୍ରୀମଦନମୋହନଙ୍କୁ ଆଣି ସିଂହାସନ ଉପରେ ବିଜେ କରାଇଥିଲେ। ପରେ ମୁଦିରସ୍ତ ମହାପ୍ରଭୁଙ୍କ ଧଣ୍ଡିପ୍ରସାଦ ଆଜ୍ଞାମାଳ ଶ୍ରୀମଦନମୋହନଙ୍କୁ ଲାଗି କରାଇଥିଲେ। ମହାଜନ ସେବକମାନେ ଶ୍ରୀମଦନ ମୋହନଙ୍କୁ ଆଣି ଜନ୍ମଚକଡ଼ାରେ ବିଜେ କରାଇଥିଲେ। ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ ମଣୋହି କରିଥିଲେ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପାଦନ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କରାଇଥିଲେ। ପାଳିଆ ମହାସୁଆର ଦେଇଥିବା ଦୁଧ, ଲହୁଣି ଓ ଗଣ୍ଡୁଷ ମସଲା ପୂଜାପଣ୍ଡା ସମର୍ପଣ କରି ମଣୋହି କରିଥିଲେ। ଦେବକୀ, ବସୁଦେବଙ୍କ ସହିତ ମହାଜନ ସେବକ ଭଣ୍ଡାରଘରୁ ଆସିଥିବା ରୁପାଥାଳିରେ କୃଷ୍ଣ (ମଦନମୋହନ)ଙ୍କୁ ବିଜେ କରାଇଥିଲେ। ଏହାପରେ ଜଗମୋହନ ଦେଇ ସରସ୍ବତୀ ମନ୍ଦିର ସମ୍ମୁଖ ଯମୁନା ନଈ କୂଳକୁ ବିଜେ କରାଇଥିଲେ। ଏହି ସମୟରେ ଠାକୁରଙ୍କ ଶିର ଉପରେ ସପ୍ତଫେଣୀ ବାସୁକୀ ରହିଥିଲେ। ଯମୁନା ନଦୀ କୂଳରେ ଉଗ୍ରସେନ ଭେଟ ନୀତି ହୋଇଥିଲା। ଉଗ୍ରସେନ ଶ୍ରୀକୃଷ୍ଣଙ୍କୁ ଦଣ୍ଡ ପ୍ରଣାମ କରି ଗୋପପୁରକୁ ଯିବା ଲାଗି ବସୁଦେବଙ୍କୁ ବାଟ ଛାଡ଼ିଥିଲେ। ଠାକୁର ଘଣ୍ଟ, ଛତା, କାହାଳୀ ସହିତ ଯାଇ ନାଭିକଟା ମଣ୍ଡପଠାରେ ଥିବା ଖଟଶେଯରେ ବିଜେ କରିଥିଲେ। ମହାଜନ ସେବକ ଦକ୍ଷିଣୀ ଘରୁ ରାମକୃଷ୍ଣଙ୍କୁ ଆଣି ଖଟଶେଯରେ ବିଜେ କରାଇଥିଲେ। ସେଠାରେ ଜନ୍ମ ନୀତି, ନାଭିକଟାଠାରୁ ଉପନୟନ ସଂସ୍କାର ପର୍ଯ୍ୟନ୍ତ କର୍ମମାନ ହୋଇଥିଲା। ମହାଜନ ସେବକ ଠାକୁରଙ୍କୁ ଜଗମୋହନରେ ବନ୍ଧାଯାଇଥିବା ଦୋଳିରେ ବିଜେ କରାଇଥିଲେ। ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥିଲା। ରାମକୃଷ୍ଣ ଭିତର ସିଂହାସନକୁ ଏବଂ ମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିବା ପରେ ବଡ଼ସିଂହାର ଭୋଗ ବଢି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନ୍ୟାନ୍ୟ଼ ନୀତି ସମ୍ପନ୍ନ ହୋଇଥିଲା। ଗୁରୁବାର ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri