ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ସଫଳ ମହିଳା ରୀତାରାଣୀ

ରାୟଗଡ଼ା,୮।୩ (ଭାଗ୍ୟଶ୍ରୀ ମିଶ୍ର): ନାରୀମାନେ ଏବେ ସବୁ କ୍ଷେତ୍ରରେ ସଫଳ। ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ଆଗରେ। ନାରୀମାନେ ନିଜେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଇଥାଆନ୍ତି, ଯାହା ରାୟଗଡ଼ା ଜିଲା ଗୌତମନଗରରେ ରହୁଥିବା ରୀତାରାଣୀ ମିଶ୍ରଙ୍କୁ ଦେଖିଲେ ଭଲଭାବେ ବୁଝିହୁଏ। ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେୟମୁକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଏବେ ସଫଳ ଏନ୍‌ସିସି ଅଧିକାରୀ ହୋଇ ଜିଲାର ୧୫୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଏନସିସି ତାଲିମ ଦେଇ ଅନ୍ୟମାନଙ୍କ ପାଇଁ ନାରୀ ସଶକ୍ତୀକରଣର ଏକ ଉଦାହରଣ ପାଲଟିଛନ୍ତି l ରୀତାରାଣୀ ଏବେ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ଅଧିକାରୀଭାବେ କାର୍ଯ୍ୟରତ ଅଛନ୍ତି। ରୀତାରାଣୀଙ୍କ ଜନ୍ମ ବ୍ରହ୍ମପୁରରେ। ବାପାଙ୍କର ଟ୍ରାନ୍ସଫର ଯୋଗୁ ରୀତାରାଣୀଙ୍କୁ ରାୟଗଡ଼ା ଆସିବାକୁ ପଡ଼ିଥିଲା। ସେବେଠୁ ରୀତା ରାୟଗଡ଼ାରେ ରହି ଆସୁଛନ୍ତି। ପିଲାଟି ଦିନରୁ କ୍ରୀଡ଼ା ଏବଂ ଏନ୍‌ସିସି ପ୍ରତି ଆଗ୍ରହ ଥିଲା। ସ୍କୁଲ କଲେଜରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଲାଭ କରୁଥିଲେ। ହେଲେ ଏନ୍‌ସିସି ପାଇଁ କୌଣସି ସୁବିଧା ସୁଯୋଗ ନ ଥିଲା। + ୨ ରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପଢ଼ିବାବେଳେ ଏନ୍‌ସିସିରେ ଯିବା ପାଇଁ କୌଣସି ସୁଯୋଗ ନ ଥିଲା l ତେଣୁ ସେ ଅନ୍ୟ ସ୍କୁଲରେ ହେଉଥିବା ଅଭ୍ୟାସ ବାହାରୁ ଦେଖୁଥିଲେ। ରାୟଗଡ଼ା ମହିଳା ମହାବିଦ୍ୟାଳୟରେ + ୩ ପଢ଼ିବା ବେଳେ ଏନ୍‌ସିସିରେ ଯୋଗଦେବାର ସୁଯୋଗ ମିଳିଥିଲା। ସେ ନିଜେ ତାଲିମ ନେବା ସହ କଲେଜରେ ଏନ୍‌ସିସିର କେୟାରଟେକିଂ ଅଫିସରଭାବେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଝିଅମାନଙ୍କୁ ଦେୟମୁକ୍ତ ତାଲିମ ଦେଉଥିଲେ। ଦେୟମୁକ୍ତ ତାଲିମ ଦେବା ପରେ କଲେଜ କମିଟି ରୀତାରାଣୀଙ୍କ ଆଗ୍ରହ ଏବଂ ପିଲାଙ୍କ ପାଇଁ କ୍ରୀଡ଼ା ଶିକ୍ଷକଙ୍କ ଆବଶ୍ୟକତା ଦୃଷ୍ଟିରୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ତାଙ୍କୁ କଲେଜରେ ନିଯୁକ୍ତି ମିଳିଥିଲା। ସିଟି କେୟାର ଟେକିଂ ଅଫିସରଭାବେ ୧ ବର୍ଷ କାର୍ଯ୍ୟ କରିବା ପରେ ଏନ୍‌ସିସି ଟ୍ରେନିଂ ନେଇ ଲ୍ୟୁଟ୍‌ନାଣ୍ଟ ପୋଷ୍ଟ ପ୍ରାପ୍ତ କରିଥିଲେ। ପୋଲିସ, ଆର୍ମି ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଯେପରି ନିଜକୁ ସୁରକ୍ଷିତ ରଖିବେ ସେହି ଲକ୍ଷ୍ୟ ନେଇ ଝିଅମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିବା ରୀତାରାଣୀ କହିଛନ୍ତି। ରୀତାରାଣୀଙ୍କଠାରୁ ତାଲିମ ପାଇଥିବା ୬୦ରୁ ଊର୍ଦ୍ଧ୍ୱ ଝିଅ ଜାତୀୟସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେହିଭଳି ୨୦୦ରୁ ଊର୍ଦ୍ଧ୍ୱ ରାଜ୍ୟସ୍ତରୀୟ ଓ ୫୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି। ୨୦୨୪ ଜାନୁୟାରୀ ୨୬ରେ ଦିଲ୍ଲୀଠାରେ ଆୟୋଜିତ ପରେଡ୍‌ରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ୨ଜଣ ସାମିଲ ହୋଇଥିଲେ। ସେମାନେ ରାଷ୍ଟ୍ରପତିଙ୍କୁ ପରେଡ ଅଭିବାଦନ ଜଣାଇବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏଥିପାଇଁ ରୀତାରାଣୀଙ୍କୁ ୨ଥର ରାଜ୍ୟପାଳ ପୁରସ୍କାର ମିଳିଛି। ଜାତୀୟସ୍ତରରେ ମହିଳା ଅଲିମ୍ପିକ ଆସୋସିଏଶନ ପକ୍ଷରୁ ଭାରତର ବେଷ୍ଟ ଆଇରନ ଲେଡି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଏଥିସହ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଝିଅମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ଏନ୍‌ସିସି ଦ୍ୱାରା ଝିଅମାନେ ଶୃଙ୍ଖଳିତ ଜୀବନ ବିତାଇବା ସହ ସୁସ୍ଥ ସମାଜ ଗଠନ କରିପାରିବେ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ରୀତାରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri