Posted inଫୁରସତ

ମୋ ଓଡ଼ିଆ ଭାରି ବଢ଼ିଆ

ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ। ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ ଉନ୍ନତ। ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆମ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାରକୁ ନେଇ ଆମେ କେତେ ଯତ୍ନଶୀଳ ଏହାକୁ ନେଇ ବିଶେଷ ଉପସ୍ଥାପନା…

ମାତୃଭାଷାର ଉନ୍ନତି
ଲାଗି ଯୁବପିଢିଙ୍କୁ ଆହ୍ବାନ
ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି,
ମାତୃଭୂମି ମାତୃଭାଷାରେ ମମତା,
ଯା’ ହୃଦେ ଜନମି ନାହିଁ।
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ?
ଆମ ମାତୃଭାଷାର ଟେକ ରଖିବା ପ୍ରତିଟି ଓଡ଼ିଆର କର୍ତ୍ତବ୍ୟ। କାରଣ ଓଡ଼ିଆ ଜାତି ବଞ୍ଚତ୍ଲେ ଭାଷା ବଞ୍ଚତ୍ବ, ଭାଷା ବଞ୍ଚତ୍ଲେ ରାଷ୍ଟ୍ର ବଞ୍ଚତ୍ବ। ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି ସେ ରାଜ୍ୟ ସେତେ ଉନ୍ନତ। ତେବେ ଅତ୍ୟନ୍ତ ଦୁଃଖର ବିଷୟ, ବର୍ତ୍ତମାନର ନୂଆ ପିଢି ବିଶେଷକରି ଯୁବପିଢି ନିଜ ମାତୃଭାଷାଠୁ ବିମୁଖ ହେଉଛନ୍ତି। ତେଣୁ ଆମେ ଓଡିଶା ସରକାରଙ୍କ ପକ୍ଷରୁ ଉତ୍କଳ ସମ୍ମିଳନୀ ଗଠନ କରି ରାଜ୍ୟର ପ୍ରତ୍ୟେକ ସ୍କୁଲ୍‌ରେ ସମସ୍ତେ କିପରି ଓଡିଆ ଶିଖିବେ, ପଢିବେ ଏବଂ ଲେଖିବେ ସେଥିପ୍ରତି ଗୁରୁତ୍ୱ ଦେଉଛୁ। ଆମ ସମ୍ମିଳନୀର ୩୦ଟି ଶାଖାରେ ଥିବା ସଦସ୍ୟମାନେ ଭାଷା ଆନ୍ଦୋଳନ ଜାରି ରଖିଛୁ। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ଥିବା ଓଡ଼ିଆମାନେ କିପରି ନିଜ ମାତୃଭାଷା ଶିଖିପାରିବେ ସେନେଇ ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରେ ପ୍ରାୟ ୭୦୦ଟି ଓଡ଼ିଆ ସ୍କୁଲ୍‌ ଖୋଲାଯାଇଛି। ଆମେ ସେଠାକୁ ଯାଇ ଓଡିଆମାନଙ୍କୁ ଉକ୍ତ ସ୍କୁଲ୍‌ରେ ପିଲାଙ୍କୁ ନାମ ଲେଖାଇବା ଏବଂ ଭବିଷ୍ୟତରେ ଏହାର ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେଉଛୁ। ସେହିପରି ଆମ ରାଜ୍ୟରେ ଥିବା ସମସ୍ତ ସ୍କୁଲ୍‌ କଲେଜରେ ଅନ୍ତତଃ ଗୋଟିଏ ଓଡିଆ ସବ୍‌ଜେକ୍ଟ ରଖିବା ଲାଗି ଦାବି କରୁଛୁ। ଓଡିଆ ଭାଷାର ଉନ୍ନତି ଲାଗି ସମସ୍ତ ଦୋକାନ ବଜାର ଆଦି ସ୍ଥାନରେ ହେଉ ଅବା ଗାଡିର ନମ୍ବରପ୍ଲେଟ୍‌ରେ କିପରି ଇଂରାଜୀ ନାଁ ସହିତ ଓଡ଼ିଆ ଲେଖା ବାଧ୍ୟତାମୂଳକ ହେବ ସେଥିପ୍ରତି ସଚେତନତା ସୃଷ୍ଟି କରୁଛୁ। ସରକାର ଓଡିଆ ଭାଷାକୁ ଅଧିକରୁ ଅଧିକ ପ୍ରସାର କରିବା ଲାଗି ସମସ୍ତ ସରକାରୀ ନଥିପତ୍ରକୁ ଓଡିଆ ଭାଷାରେ ଲେଖିବା ଲାଗି ନିୟମ ଲାଗୁ କରୁଛନ୍ତି। ସରକାର ଯଦି ଏତେସବୁ ପଦକ୍ଷେପ ନେଇପାରୁଛନ୍ତି, ତେବେ ଆମ ମାତୃଭାଷାକୁ ବଞ୍ଚାଇବା ଲାଗି ଏଥିରେ ସହଯୋଗ କରିବା ଜଣେ ଓଡିଆ ଭାବେ ଆମର ଦାୟିତ୍ୱ ନୁହେଁ କି ? ତେବେ ଆମ ମାତୃଭାଷାର ଉନ୍ନତି ଲାଗି ଭାଷା ଆନ୍ଦୋଳନକୁ ଅଧିକ ପ୍ରସାର କରିବା ଉଦ୍ଦେଶ୍ୟରେ ଅଧିକରୁ ଅଧିକ ଯୁବପିଢିଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ କରୁଛୁ।
– ଉଷାରାଣୀ ମହାନ୍ତି(ଉପସଭାପତି, ଉତ୍କଳ ସମ୍ମିଳନୀ)

ମାତୃଭାଷା ଆମ ପରିଚୟ
ବର୍ତ୍ତମାନ ସମୟରେ ଯୁବପିଢିଙ୍କ ଭିତରେ ଭାଷାପ୍ରତି ବିତୃଷ୍ଣାଭାବ ବେଶ୍‌ ପରିଲକ୍ଷିତ ହେଉଛି । ନିଜ ମୁହଁରେ ନିଜ ମାତୃଭାଷାକୁ ନିନ୍ଦିବା ସହ ଅନ୍ୟଭାଷାର ଗୁଣ ବଖାଣିବା ଦେଖିବାକୁ ମିଳୁଛି । ଅନ୍ୟଭାଷାକୁ ଭଲଭାବେ ନଜାଣି ସୀମିତ ଜ୍ଞାନରେ ନିଜ ମାତୃଭାଷାକୁ ନିନ୍ଦା କରିବା ଅଶିକ୍ଷିତର ପରିଚୟ ଦିଏ। ଯଦିଓ ସମୟ ସହ ବିଭିନ୍ନ ଭାଷାର ଆବଶ୍ୟକତା ରହିଛି, ହେଲେ ଏହାର ଅର୍ଥ ନୁହେଁ ନିଜ ମାତୃଭାଷାକୁ ନୀଚ ଦୃଷ୍ଟିରେ ଦେଖିବା। ଯୁବପିଢିଙ୍କର ମାତୃଭାଷା ପ୍ରତି ବିମୁଖତା ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଉଛି। ଏହାଦ୍ୱାରା ଶିକ୍ଷିତ ସମାଜ ପାଇଁ ବହୁ କ୍ଷତିସାଧନ କରିବା ସହ ନିଜର ପରିଚୟକୁ ହଜେଇଦେବା ନିଶ୍ଚିତ। ତେଣୁ ଯେ କୌଣସି ଭାଷାକୁ ଆପଣେଇଲେ ମଧ୍ୟ ନିଜ ମାତୃଭାଷାର ମହତ୍ତ୍ୱକୁ ବୁଝିବା ଉଚିତ। କାରଣ ନିଜର ମାତୃଭାଷା ସବୁବେଳେ ବ୍ୟକ୍ତିର ପରିଚୟକୁ ବହନ କରିଥାଏ ।
– ସିପୁନ୍‌ ଜେନା(ଶିକ୍ଷକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନିମବାହାଳି, ଢେଙ୍କାନାଳ)

ମାତୃଭାଷାକୁ ଉପେକ୍ଷା ଆତ୍ମଘାତୀ
ଭାଷା ହିଁ ମାଆର ମାନ। ଭାଷା ହିଁ ଜାତିର ପ୍ରାଣ। ଜାତିର ଟେକ ଓ ଭେକ ହେଉଛି ମାତୃଭାଷା। ସେଥିପାଇଁ ତ କବି ଲେଖିଛନ୍ତି-
ମାତା ମାତୃଭାଷା ମାତୃଭୂମି ତିନି
ସ୍ବର୍ଗୁ ଗରୀୟସୀ ଚଉବର୍ଗ ଦାୟିନୀ
ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ ଓ ମହିମାନ୍ବିତ। ସବୁଠୁ ସହଜ ବୋଧଗମ୍ୟ ଅମୃତ ଭାଷା ହେଉଛି ମାତୃଭାଷା। ଏହା ପ୍ରତି ଅଭିମାନ ନ ରହିଲେ ଜାତିର ଅସ୍ମିତା ପ୍ରତି ବିପଦ ଦେଖାଦିଏ। ଆଜିର ଦିନରେ ସାମାଜିକ ଗଣମାଧ୍ୟମର ଦ୍ରୁତ ଚାହିଦା ସାଙ୍ଗକୁ ଯୁବପିଢିଙ୍କର ମାତୃଭାଷା ପ୍ରତି ଅନାଦାରଫଭାବ ଓଡ଼ିଆ ଭାଷା ପ୍ରତି ଅନେକ ଆହ୍ବାନ ସୃଷ୍ଟି କରିଛି। ମହୁର ମଧୁରତାକୁ ମ୍ୟାଲେରିଆ ରୋଗୀ ନ ଜାଣି ପାରିବା ଭଳି ଜଣେ ଓଡ଼ିଆ ହୋଇ ନିଜ ମାତୃଭାଷା ପରି ଶାସ୍ତ୍ରୀୟ ଓ ମହନୀୟ ଭାଷା ପ୍ରତି ବିମୁଖ ହେବାଟା ସୂଚାଇଥାଏ ଆମ ରୋଗାକ୍ରାନ୍ତ ମାନସିକତାକୁ। କେବଳ ଏତିକି ନୁହେଁ ନିଜ ମାତୃଭାଷାକୁ ଉପେକ୍ଷା କରିବା ଏକପ୍ରକାର ଆତ୍ମଘାତୀ କାର୍ଯ୍ୟ ସଦୃଶ। ତେଣୁ ଯେତେ ଯେତେ ଅଧିକରୁ ଅଧିକ ଏହାକୁ ଆୟତ୍ତ କରିବା ସେତେ ଭଲ। ଯେମିତି ଆମେ ନିଜେ ନ ଚାହିଁଲେ କେହି ଆମକୁ ରକ୍ଷା କରିପାରିବେ ନାହିଁ କି ନିଜେ ନ ଚାହିଁଲେ କେହି ଆମକୁ ନଷ୍ଟ କରି ପାରିବେ ନାହିଁ, ଠିକ୍‌ ସେମିତି ମାତୃଭାଷା ବଞ୍ଚାଇ ରଖିବା ଏବଂ ଏହାର ଉନ୍ନତି କରିବା ବି ଆମ ଉପରେ ନିର୍ଭର କରେ। ଆମ ଯୁବପିଢି ଏକଥା ବୁଝିବା ଦରକାର।
– ଉପେନ୍ଦ୍ର ବିଶ୍ୱାଳ (କବି, ସ୍ତମ୍ଭକାର, ବାଲେଶ୍ୱର)

ମାତୃଭାଷାର ଉନ୍ନତିରେ ଜାତିର ଉନ୍ନତି
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା।
ମାତୃଭାଷାର ପ୍ରଚାର ପ୍ରସାର କରିବା, ଏହାକୁ ସମ୍ମାନ ଦେବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ। ଓଡିଆ ଆମର ମାତୃଭାଷା, ହେଲେ ଆଜିର ଆଧୁନିକ ଯୁଗରେ ନିଜ ମାତୃଭାଷାର ସ୍ଥାନ ନୀଚତର ହୋଇଯାଉଛି। ଅନେକେ ଜୀବନଶୈଳୀ ପରିବର୍ତ୍ତନରେ ମାତୃଭାଷାକୁ ବି ପରିବର୍ତ୍ତନ କରିବାକୁ ପଛାଉନାହାନ୍ତି। ଅଧିକାଂଶ ସ୍ଥାନରେ ବିଶେଷକରି ସ୍କୁଲ୍‌ କଲେଜ ପିଲାମାନେ ହିନ୍ଦୀ, ଇଂରାଜୀରେ କଥା ହେବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ହେଲେ ଯେ ଯାଏଁ ବ୍ୟକ୍ତି ନିଜ ମାତୃଭାଷାକୁ ସମ୍ମାନ ଦେଇ ନ ଜାଣିବେ, ସେ ଯାଏ ଏ ସମାଜରେ ପ୍ରତ୍ୟେକ ବ୍ୟକ୍ତି ମୂର୍ଖରେ ପରିଗଣିତ ହେବେ। ପୁଣ୍ୟଭୂମି ଓଡିଶାରେ ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ଭଳି ମହାପୁରୁଷଙ୍କ ତ୍ୟାଗ ବଳିଦାନ ଅବିସ୍ମରଣୀୟ। ହେଲେ ଆଧୁନିକ ପିଢିର ବ୍ୟକ୍ତି ବିଶେଷ ମହାପୁରୁଷଙ୍କ ସଂଘର୍ଷ ଓ ବଳିଦାନକୁ ଭୁଲି ଆଧୁନିକତା ଶୈଳୀରେ ବଞ୍ଚିବାକୁ ବେଶି ପସନ୍ଦ କରୁଛି।ପ୍ରତ୍ୟେକ ବ୍ୟକ୍ତି ଇଂରାଜୀ କହିବାକୁ ଅଧିକ ପସନ୍ଦ କରୁଛି ।
ମାତ୍ର ମନୁଷ୍ୟ ଭାବର ସ୍ବାଭାବିକ ପ୍ରକାଶ ପାଇଁ ମାତୃଭାଷା ହିଁ ଏକମାତ୍ର ପ୍ରୟୋଜନ। ତେଣୁ ମାତୃଭାଷାର ଉନ୍ନତି ହେଲେ ଜାତିର ଉନ୍ନତି ହେବ।
– ପ୍ରୀତିପ୍ରିୟା ବାରିକ (ଏମ୍‌.ଏ ଛାତ୍ରୀ, ପୁରୁଣାବଜାର, ଭଦ୍ରକ)

ମାତୃଭାଷାକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ
ମା’କୁ ଭଲପାଇବା ପରି ନିଜ ମାଟି ଓ ମାତୃଭାଷାକୁ ଭଲପାଇବା- ପ୍ରତ୍ୟେକ ଓଡ଼ିଆ ଏହାକୁ ମର୍ମେ ମର୍ମେ ଅନୁଭବ କରିବା ହିଁ ଗୋଟିଏ ସୁଯୋଗ୍ୟ ସନ୍ତାନର କର୍ତ୍ତବ୍ୟ। ହେଲେ ଆଜିର ଦିନରେ ଶିକ୍ଷା ଅର୍ଥ ଉପାର୍ଜନ ସର୍ବସ୍ବ ହୋଇଥିବାରୁ, ମାତୃଭାଷା ବ୍ୟବସ୍ଥା ଭିତରେ ଯୁବପିଢିର ବୃତ୍ତିଗତ ଜୀବନରେ ଅଂଶବିଶେଷ ହୋଇପାରୁନାହିଁ। ଯେଉଁଥିପାଇଁ ଯୁବପିଢି ମାତୃଭାଷାଠାରୁ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି। ତେବେ ଆଜିର ଏହି ଅତ୍ୟାଧୁନିକ ଜୀବନ ଜିଉଥିବା ମଣିଷକୁ କେବେଳ ଭାବ ଓ ସାବଲୀଳ ମଣିଷ କରାଇଥାଏ ମାତୃଭାଷା। ଏଣୁ ଯୁବପିଢି ମାତୃଭାଷାକୁ ଭଲ ନ ପାଇଲେ ଆଗାମୀ ଦିନରେ ସମାଜ ଓ ମାତୃଭାଷା ଉଭୟେ ନିଜର ସତ୍ତାକୁ ସୁରକ୍ଷିତ ରଖିବା ପାଇଁ ସଂଘର୍ଷ କରିବେ ସିନା କ୍ଷତି ହିଁ କେବଳ ଆମର ହିଁ ହେବ। ତେଣୁ ଯୁବଶକ୍ତିଙ୍କ କାନ୍ଧ ଆମ ମାତୃଭାଷା, ଆମ ସମାଜ, ଆମ ଭବିଷ୍ୟତକୁ ବହନ କରି ସୁସ୍ଥ, ସୁନ୍ଦର, ସ୍ବପ୍ନିଳ ଓ ମଧୁର କରି ତୋଳୁ ଏହାହିଁ ଆଜିର ଦିନରେ କାମନା।
– ଅବନୀ କୁମାର ମିଶ୍ର
(ସଂସାଧନ ସଦସ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା)


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?