Posted inଖେଳ

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କୋଲକାତା, ୨୨।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବାକୁ ଯାଉଥିବା ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନକାରୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଉପରେ ନଜର ରହିବ। ଆସନ୍ତା ମାସରେ ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେବ। ତେଣୁ ତା’ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ଟି୨୦ ସିରିଜ ଏବଂ ଏହାପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୩ ଦିନିକିଆ ବିଶ୍ୱକପରେ ଶାମି ୪ଟି ମ୍ୟାଚ ଖେଳିପାରି ନ ଥିଲେ ହେଁ ଭାରତର ଟପ୍‌ ଉଇକେଟ ହାସଲକାରୀ ବିବେଚିତ ହୋଇଥିଲେ। ସେ ମୋଟ ୨୪ଟି ଉଇକେଟ ହାସଲ କରିଥିଲେ। ଏହା ମଧ୍ୟରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୭/୫୭ ସଫଳତା ସାମିଲ। ଟି୨୦ ସିରିଜରେ ତାଙ୍କ ଫିଟ୍‌ନେସର ଉପଯୁକ୍ତ ପ୍ରମାଣ ମଧ୍ୟ ମିଳିବ। ୨୦୨୩ ନଭେମ୍ବର ୧୯ରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିବା ପରଠାରୁ ଶାମି ଆଉ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେ ପାଦରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥିଲା। ସେଥିରୁ ସୁସ୍ଥ ହେବା ପରେ ସେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ବାମ ଆଣ୍ଠୁ ଫୁଲିବା ଯୋଗୁ ଅନ୍ତର୍ଜାତୀୟ କ୍ରିକେଟକୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜ ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।
ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ନେଇ ସନ୍ଦେହ ରହିଛି। ଏପରିସ୍ଥଳେ ଶାମିଙ୍କ ପ୍ରତ୍ୟାବର୍ତ୍ତନ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ୩୪ ବର୍ଷୀୟ ଏହି ବୋଲର ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟକୁ ଫେରି ରଣଜୀ ଟ୍ରଫିରେ ୭ ଉଇକେଟ ନେଇ ଚଳିତ ସିଜନରେ ବେଙ୍ଗଲକୁ ପ୍ରଥମ ବିଜୟ ସ୍ବାଦ ଚଖାଇଛନ୍ତି। ଏହା ବ୍ୟତୀତ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୧୧ ଓ ବିଜୟ ହଜାରେ ଟ୍ରଫିରେ ୫ ଉଇକେଟ ହାସଲ କରିଛନ୍ତି।
ଟି୨୦ ଫର୍ମାଟରେ ଅକ୍ଷର ପଟେଲ ପ୍ରଥମଥର ପାଇଁ ଭାରତୀୟ ଦଳର ଉପ-ଅଧିନାୟକ ହୋଇଛନ୍ତି। ଗତବର୍ଷ କାରିବିୟାନ ମାଟିରେ ଭାରତର ଟି୨୦ ବିଶ୍ୱକପ ବିଜୟରେ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନର ପୁରସ୍କାର ସ୍ବରୂପ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ସେ ୩୧ ବଲ୍‌ରୁ ମୂଲ୍ୟବାନ ୪୭ ରନର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସେ ୧୯.୨୨ ଆଭରେଜରେ ୯ ଉଇକେଟ ମଧ୍ୟ ହାସଲ କରିଥିଲେ। ତାଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ ସନ୍ତୁଳିତ କରିଛି। ସଞ୍ଜୁ ସାମସନଙ୍କ କ୍ୟାରିୟର ପାଇଁ ମଧ୍ୟ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତି ଭାରତ ପାଇଁ ପେସ୍‌-ବୋଲିଂ- ଅଲ୍‌ ରାଉଣ୍ଡରର ବିକଳ୍ପ ରଖିଛି।
ଟି୨୦ ବିଶ୍ୱକପ ପରେ ମାଥ୍ୟୁ ମୋଟ୍ସଙ୍କ ଇସ୍ତଫା ପରେ ନୂଆ କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମଙ୍କ ତତ୍ତ୍ୱାବଧାନରେ ଇଂଲଣ୍ଡ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଟେଷ୍ଟ କ୍ରିକେଟରେ ଆକ୍ରମଣାତ୍ମକ ‘ବାଜ୍‌ବଲ୍‌’ ପଦ୍ଧତି ଆପଣେଇ ଚର୍ଚ୍ଚାରେ ରହିଥିବା ମ୍ୟାକକୁଲମଙ୍କ ପାଇଁ ତାହାକୁ ସୀମିତ ଓଭର କ୍ରିକେଟରେ ପ୍ରତିଫଳିତ କରିବାର ସମୟ ଆସିଛି। ଇଂଲଣ୍ଡ ରିଶି ଟୋପ୍‌ଲେ, ସାମ୍‌ କୁରାନ ଓ ଓ୍ବିଲ ଜ୍ୟାକ୍ସଙ୍କ ପରି କେତେଜଣ ତାରକା ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିବ। ଗତବର୍ଷ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୨୧ ବର୍ଷୀୟ ଜ୍ୟାକବ ବେଥେଲଙ୍କ ଉପରେ ନଜର ରହିବ। ବେଥେଲ ୭ଟି ଟି୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୫୭.୬୬ ଆଭରେଜ ଏବଂ ୧୬୭.୯୬ ଷ୍ଟ୍ରାଇକ ହାର ରଖିଛନ୍ତି। ଭାରତର ଶାମିଙ୍କ ପରି ଇଂଲଣ୍ଡ ଦଳକୁ ଜୋଫ୍ରା ଆର୍ଚର ଫେରିଛନ୍ତି। ତେଣୁ ବଟଲରଙ୍କ ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। କୋଲକାତା ମ୍ୟାଚ ପରେ ଅବଶିଷ୍ଟ ୪ ମ୍ୟାଚ ୨୫ରେ ଚେନ୍ନାଇ, ୨୮ରେ ରାଜକୋଟ, ୩୧ରେ ପୁଣେ ଓ ଫେବୃଆରୀ ୨ରେ ମୁମ୍ବାଇରେ ଖେଳାଯିବ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସନ୍ଧ୍ୟା ୬:୩୦ରେ ହେବ। ଏହି ସିରିଜର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟସ ପାଖରେ ଅଛି। ସିରିଜର ପ୍ରଥମ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଉପଲବ୍ଧ ହେବ। Disney+ Hostar ରେ ଅନଲାଇନରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଦଳିଲା ରାଜନୈତିକ ମାନଚିତ୍ର: ପ୍ରଥମ ଥର ପାଇଁ ୨୧ ରାଜ୍ୟରେ ଗେରୁଆ, ୯୨ କୋଟି ଲୋକଙ୍କ ଉପରେ ଏନ୍‌ଡିଏର ଶାସନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ବିଜୟ ପରେ, ଦେଶର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ଦେଶର ୧୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ NDA...

ହଠାତ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରି ଚମକାଇଲେ ଏହି ଖେଳାଳି, ଏବେ ଏହି ଟୁର୍ନାମେଣ୍ଟରେ ଖେଳିବେ

ନୂଆଦିଲ୍ଲୀ,୮।୨: ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ଦେଶରେ ଏହି ଖେଳକୁ ଏକ ଧର୍ମ ଭାବରେ ଦେଖାଯାଏ। ଭାରତୀୟମାମାନେ ଖେଳାଳିମାନଙ୍କୁ ବହୁତ ପ୍ରେମ...

କେବଳ ଟୁର୍ନାମେଣ୍ଟ ନୁହେଁ, ଭାରତକୁ ହରାଇବା ପ୍ରକୃତ ଚ୍ୟାଲେଞ୍ଜ; ପାକିସ୍ତାନ ଟିମ୍‌କୁ ଶେହବାଜଙ୍କ ପରାମର୍ଶ…

ନୂଆଦିଲ୍ଲୀ/ଇସଲାମାବାଦ, ୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ କିଛି ଦିନ ବାକି। ଏହାକୁ ନେଇ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ପାକିସ୍ତାନ...

ବାରବାଟୀରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ

କଟକ,୮।୨: ଜାରି ରହିଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ଭାରତ ୧-୦ରେ ଆଗୁଆ ରହିଛି। ଫେବୃଆରୀ ୯ରେ କଟକର ବାରବାଟୀ...

ପିଲାଦିନର କୋଚଙ୍କୁ ନିଜ ଘର ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଆଜିକାଲି ଜଣେ କୋଚ ଭାବରେ ସମୟ ବିତାଉଛନ୍ତି। ସେ ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ...

ରୋହିତ ଶର୍ମାଙ୍କ ପାଇଁ ଶୁଭ ବାରବାଟୀ ଷ୍ଟାଡିୟମ: ମାତ୍ର ୨୪ ରନ୍‌ କଲେ ଭାଙ୍ଗିବେ ରେକର୍ଡ

କଟକ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତ ପ୍ରଶଂସକଙ୍କ ନଜର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ...

ବିଶ୍ୱବିଜେତା ଟିମ୍‌ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ଦେଲା ‘ଡାଏମଣ୍ଡ ରିଙ୍ଗ’: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୮।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ଏକ ବିଜୟ ପରେଡ ମଧ୍ୟ ଆୟୋଜନ...

ମହାପ୍ରଭୁଙ୍କ ଶରଣରେ ଭାରତୀୟ କ୍ରିକେଟର: ସକାଳୁ ସକାଳୁ କଲେ ଦର୍ଶନ

ପୁରୀ, ୭।୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri